ଭାରତ ଆସିବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପୋଲାଣ୍ଡର ୧୧ ବର୍ଷର ବାଳିକା

ଫନମ ପେନ,୩।୬: ପୋଲାଣ୍ଡର ୧୧ ବର୍ଷୀୟା ବାଳିକା ଏଲିଜା ଓ୍ବାନାତକୋ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏକ ହାତ ଲେଖା ଚିଠି ମାଧ୍ୟମରେ ସେ ମୋଦିଙ୍କୁ ନିଜର ଗୁହାରି କରିଛନ୍ତି। ଏଲିଜା ହାତରେ ଲେଖିଥିବା ଚିଠିଟିକୁ ତାଙ୍କ ମା’ ମାରଟା କୋଟରାଲସ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଟୁଇଟ୍‌ କରିଛନ୍ତି। ୨୦୧୯ ମାର୍ଚ୍ଚ ୨୪ ପୂର୍ବରୁ ଏମାନେ ଭାରତ ଆସିଥିବା ବେଳେ ଭିସା ଅବଧି ପୁରି ଯାଇଥିଲେ ମଧ୍ୟ ସେମାନେ ପୋଲାଣ୍ଡ ନ ଯାଇ ଭାରତରେ ରହି ଯାଇଥିଲେ। ତେଣୁ ତାଙ୍କୁ ବ୍ଲାକ୍‌ ଲିଷ୍ଟ କରାଯାଇ ଆଉ ଭାରତରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ଏଲିଜାଙ୍କ ମା’ ଜଣେ କଳାକାର ଓ ଫଟୋଗ୍ରାଫର ହୋଇଥିବା ବେଳେ ସେ ଓ ତାଙ୍କ ଝିଅ ଭାରତରେ ରହିବାକୁ ପସନ୍ଦ କରିଛନ୍ତି। ବିଶେଷ କରି ଗୋଆରେ ଥିବା ବେଳେ ଶିବ ଆରାଧନା, ଗୋମାତା ସେବା ଏଲିଜାଙ୍କର ବହୁତ ମନେ ପଡୁଥିବାରୁ ସେ ପୁଣିଥରେ ଭାରତ ଆସିବାକୁ ବ୍ୟଗ୍ର ଥିବା ଉକ୍ତ ପତ୍ରରେ ଦର୍ଶାଇଛନ୍ତି। ଏବେ ଉଭୟ ମା’ ଝିଅ କାମ୍ବୋଡିଆରେ ଥିବା ବେଳେ ଭାରତକୁ ସେ ନିଜର ଜନ୍ମଭୂମିଠାରୁ ଅଧିକ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମନ୍ଦିର ଉପରେ ଆକ୍ରମଣ, ୨୨ଙ୍କୁ ଦଣ୍ଡାଦେଶ, ୬୨ ଅଭିଯୁକ୍ତ ଖଲାସ …

ଇସଲାମାବାଦ, ୧୨।୫ : ଗତ ବର୍ଷ ପଞ୍ଜାବ ପ୍ରଦେଶର ଏକ ଗଣେଶ ମନ୍ଦିର ଉପରେ ହୋଇ୍‌ଥିବା ଆକ୍ରମଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ୨୨...

ବୋମା ମିଳିବାରୁ ୧୩ ହଜାର ସ୍ଥାନାନ୍ତର

ବର୍ଲିନ, ୮ା୧୨: ଦ୍ୱିତୀୟ ବିଶ୍ୱଯୁଦ୍ଧବେଳର ଏକ ଅଫୁଟା ବୋମା ଜର୍ମାନୀର ଫ୍ରାଙ୍କଫର୍ଟରୁ ଠାବ କରାଯାଇଛି। ଧନଜୀବନ ହାନି ଆଶଙ୍କାରେ ସେଠାକାର ପ୍ରାୟ ୧୩ ହଜାର ବାସିନ୍ଦାଙ୍କୁ...

କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ

ପ୍ୟାଙ୍ଗ୍‌ୟାଙ୍ଗ୍‌,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ...

କରୋନାର ଲାଇଭ୍ ରିପୋର୍ଟିଂ ପଡିଲା ମହଙ୍ଗା: ମହିଳା ଖବରଦାତାଙ୍କୁ ଜେଲ!

ବେଜିଂ,୨୮ ।୧୨: ପୁଣିଥରେ ସାମ୍ନାକୁ ଆସିଛି ଚାଇନାର ଅସଲ ରୂପ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଉହାନରେ କୋଭିଡ-୧୯କୁ ନେଇ ଖବର ସଂଗ୍ରହ କରିବା...

ସେରାଓ୍ବିକ୍‌ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ

ହୋଷ୍ଟନ, ୨୮ା୨: ଭାରତରେ ପରିବେଶ ଓ ଉର୍ଜା କ୍ଷେତ୍ରରେ ସ୍ଥାୟୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେରାଓ୍ବିକ୍‌ ଗ୍ଲୋବାଲ ଏନର୍ଜି ଆଣ୍ଡ ଏନ୍‌ଭାରଇନମେଣ୍ଟ ପୁରସ୍କାର...

କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦...

କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି...

ବିଦେଶ ଗସ୍ତରେ ଥାଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ବିଶ୍‌କେକ୍‌/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍‌ଗିଜସ୍ଥାନ ରାଜଧାନୀ ବିଶ୍‌କେକ୍‌ ଯାତ୍ରା କରିଛନ୍ତି। ହେଲେ...

Advertisement
Archives

Model This Week