ଭାରତ ଆମର ପ୍ରକୃତ ବନ୍ଧୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା,୧୯।୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ବାଂଲାଦେଶ-ଭାରତ ବନ୍ଧୁତ୍ୱ ପାଇପଲାଇନର ଉଦଘାଟନ ଅବସରରେ ସେ ଏକଥା କହିଛନ୍ତି।
ଶେଖ ହସିନା କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ଭୟଙ୍କର ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ବାଂଲାଦେଶରେ ଇନ୍ଧନ ସୁରକ୍ଷା ସୁନିଶ୍ଚିତ କରିବାରେ ଭାରତ ସହ ସୀମା ତୈଳ ପାଇପଲାଇନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
୩୭୭ କୋଟି ଟଙ୍କାର ଏହି ପାଇପଲାଇନ ଦୁଇ ପଡୋଶୀ ଦେଶ ମଧ୍ୟରେ ଶକ୍ତି ସହଯୋଗର ଏକ ଅଂଶ, ଯାହା ମାଧ୍ୟମରେ ବାଂଲାଦେଶ ଭାରତରୁ ପେଟ୍ରୋଲିୟମ ବିଶେଷ କରି ଡିଜେଲ ଆମଦାନୀ କରିବ। ବନ୍ଧୁତ୍ୱପୂର୍ଣ୍ଣ ପାଇପଲାଇନ ଦୁଇ ବନ୍ଧୁ ଦେଶ ମଧ୍ୟରେ ବିକାଶ ପାଇଁ ସହଯୋଗରେ ଏକ ମାଇଲଖୁଣ୍ଟ । ଇନ୍ଧନ ସୁରକ୍ଷା ସୁନିଶ୍ଚିତ କରିବା ବ୍ୟତୀତ ଏହି ପାଇପଲାଇନ ଅର୍ଥନୈତିକ ବିକାଶକୁ ମଧ୍ୟ ବୃଦ୍ଧି କରିବ ବୋଲି ହସିନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ...

ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଲା: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଏବେ ଜଣାପଡ଼ିବ

ବୋଷ୍ଟନ,୨୬।୧୦: ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଛି। ଆମେରିକା ମାସାଚ୍ୟୁସେଟ୍‌ସର ଟେଲିସ୍କୋପ୍‌ ଆଲ୍ମା-୬୬ ଦ୍ୱାରା ଏହି ତାରକାପୁଞ୍ଜ ସମ୍ପର୍କରେ ଜଣାପଡ଼ିଛି। ଏହାର ଅନୁଧ୍ୟାନ ଦ୍ୱାରା ବ୍ରହ୍ମାଣ୍ଡ...

ନିର୍ବାଚନ ଜିତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ

ଲଣ୍ଡନ,୧୪ା୧୨(ପି.ଟି.):ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ କଞ୍ଜରଭେଟିଭ୍‌ ପାର୍ଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇଛି। ପାର୍ଲାମେଣ୍ଟର ୬୫୦ ଆସନ ମଧ୍ୟରୁ କଞ୍ଜରଭେଟିଭ୍‌ ପାର୍ଟି ୩୬୪ ଆସନ ଦଖଲ...

ନେପାଳରେ ଭୂକମ୍ପ, ବିହାରର ଅଧିକାଂଶ ଜିଲାରେ ଦେଖାଦେଲା ପ୍ରଭାବ

କାଠମାଣ୍ଡୁ,୩୧ ।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର...

ଆକ୍ରମଣ ଲାଗି ଚାଇନା ଦେଇଥିଲା ନିର୍ଦ୍ଦେଶ

ଓ୍ବାଶିଂଟନ, ୨୪ା୬: ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପଛର କାରଣ ଏବେ ଜଣାପଡ଼ିଛି। ଚାଇନା ସେନାର ନେତୃତ୍ୱ ନେଉଥିବା ଜଣେ ବରିଷ୍ଠ...

ବାହାରିବ ୧ ଲକ୍ଷ ଟଙ୍କିଆ ନୋଟ୍‌: ଏଥିରେ ମିଳିବ କେବଳ ୨ କେଜି ଆଳୁ

ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍‌। ତେଣୁ ଏଠାରେ ଏକ କପ୍‌...

କରୋନାର ନୂଆ ରୂପ ‘ଓମିକ୍ରନ’ର ଲକ୍ଷଣ ଜାଣନ୍ତୁ

କେପଟାଉନ,୧।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଏଣ୍ଡ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏହି ସମୟରେ,...

ଆମେରିକା ବିଦେଶମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ...

Advertisement
Archives

Model This Week