Posted inଖେଳ

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)-
ଏପଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାପାଇଁ ଭାରତ ପ୍ରସ୍ତୁତ। ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ ବେଲଜିୟମ। କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧୮ ଓ ୧୯ରେ ଅନୁଷ୍ଠିତ ମ୍ୟାଚରେ ଭାରତ ୫ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ୫-୨ ଗୋଲରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚଟି ୩-୩ ଗୋଲରେ ବରାବର ରହିବାପରେ ଶୁଟ୍‌ଆଉଟରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। କଳିଙ୍ଗରେ ହେବାକୁଥିବା ବେଲଜିୟମ ବିପକ୍ଷ ମ୍ୟାଚ ପାଇଁ ସୋମବାର ୨୪ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ପୂର୍ବପରି ଓଡ଼ିଶାର ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।
ଭାରତ-ବେଲଜିୟମ ମ୍ୟାଚ ଚଳିତମାସ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପାଇଁ ମନପ୍ରୀତ ସିଂ ଅଧିନାୟକ ଓ ହରମନପ୍ରୀତ ସିଂ ଉପଅଧିନାୟକ ପଦ ବଜାୟ ରଖିଛନ୍ତି। ମାଲେସିଆରେ ଅନୁଷ୍ଠିତ ସୁଲତାନ ଜୋହର କପ୍‌ ହକିରେ ଭାରତକୁ ରୌପ୍ୟ ପଦକ ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ରାଜ କୁମାର ପାଲ୍‌ ପୁରସ୍କାର ସ୍ବରୂପ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ”ଅଲିମ୍ପିକ୍ସ ପୂର୍ବରୁ ସନ୍ତୁଳିତ ଦଳ ପାଇବା ଆମର ମୁଖ୍ୟ ଲକ୍ଷ୍ୟ। ଏଫଆଇଏଚ୍‌ ପ୍ରୋ ଲିଗ୍‌କୁ ଆମେ ସେହି ଲକ୍ଷ୍ୟରେ ଖେଳୁଛୁ। ଆମେ ଆଗାମୀ ୨ ମ୍ୟାଚରେ ବିଶ୍ୱର ଶ୍ରେଷ୍ଠ ଦଳକୁ ଭେଟିବାକୁ ଯାଉଛୁ। ତେଣୁ ଭଲ କମ୍ବିନେଶନ ସହିତ ଆମେ ମଧ୍ୟ ପଡ଼ିଆକୁ ଓହ୍ଲାଇବୁ। ପ୍ରଭାବୀ ପ୍ରଦର୍ଶନ ବଜାୟ ରଖିବା ଆମର ଲକ୍ଷ୍ୟ ରହିବ“ ବୋଲି କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି। ଚମତ୍କାର ଫର୍ମ ପାଇଁ ରାଜ କୁମାର ପାଲଙ୍କୁ ପୁରସ୍କାର ସ୍ବରୂପ ସିନିୟର ଦଳରେ ନିଆ ଯାଇଛି। ତାଙ୍କ ସ୍ପିଡ୍‌ ଓ କୌଶଳ ଅସାଧାରଣ। ତାଙ୍କ ପ୍ରତିଭାକୁ ଅଧିକ ବିକଷିତ କରିବା ପାଇଁ ବିଶ୍ୱର ନମ୍ବରଓ୍ବାନ ଦଳ ବିପକ୍ଷରେ ଖେଳିଲେ ସୁଯୋଗ ଦିଆ ଯାଇଛି ବୋଲି ରିଡ୍‌ କହିଛନ୍ତି।
ଭାରତୀୟ ଦଳ
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ(ଉପ-ଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦର କୁମାର, ଜରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ମନପ୍ରୀତ ସିଂ(ଅଧିନାୟକ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନସାନା ସିଂ, ରାଜ କୁମାର ପାଲ, ଦିଲପ୍ରୀତ ସିଂ, ହାର୍ଦ୍ଦିକ ସିଂ, ରମଣଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ସମସେର ସିଂ, ଗୁରସାହିବଜିତ ସିଂ, କୋଥାଜିତ ସିଂ ଖାଡାଙ୍ଗବାମ, ବୀରେନ୍ଦ୍ର ଲାକ୍ରା, ନୀଳକାନ୍ତ ଶର୍ମା, ଗୁରଜାନ୍ତ ସିଂ, ଏସ.ଭି. ସୁନୀଲ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri