Posted inଖେଳ

ଭାରତୀୟ ହକି ଡିଫେଣ୍ଡରଙ୍କ ଲାଗି ସ୍ବତନ୍ତ୍ର କ୍ୟାମ୍ପ

ନୂଆଦିଲ୍ଲୀ,୮।୭(ପି.ଟି.)- ଦୁଇ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଖେଳାଳି ଫର୍‌ଗୁସ କାଭାନାଗଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଭାରତୀୟ ଡିଫେଣ୍ଡରଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ। ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟ୍ରେନିଂ ଶିବିର ୭ଦିନ ଧରି ଚାଲିବ। ଏଥିରେ ଯୋଗଦେବା ଲାଗି ୫ ଓଡ଼ିଆ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ସୁମନ ବେକ୍‌, ପ୍ରତାପ ଲାକ୍ରା, ନିଲମ ସଞ୍ଜୀବ ଖେସ୍‌ ଓ ଅମିତ ରୋହିଦାସ। ନୂଆଦିଲ୍ଲୀଠାରେ ୨୦୧୦ ଓ ହେଗ୍‌ଠାରେ ୨୦୧୪ ବିଶ୍ୱକପ୍‌ ଜିତିଥିବା ଅଷ୍ଟ୍ରେଲିଆ ଦଳର ଅଂଶ ଥିଲେ କାଭାନାଗ। ଏହାବାଦ୍‌ ତାଙ୍କ ପ୍ରତିନିଧିତ୍ୱରେ ଦଳ ୨୦୦୮ରୁ ୧୨ ପର୍ଯ୍ୟନ୍ତ କ୍ରମାଗତ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଦଳର ସଦସ୍ୟ ଥିଲେ। ସେ ହକି ଇଣ୍ଡିଆ (ଏଚ୍‌ଆଇ) ଦ୍ୱାରା ଚିହ୍ନଟ ୧୪ ଜଣ ଡିଫେଣ୍ଡରଙ୍କ ସହ କାର୍ଯ୍ୟ କରିବେ। ଏହି ଶିବିର ସମ୍ପର୍କରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି, ଆମ ଡିଫେନ୍ସ ବିଭାଗର ଦକ୍ଷତାରେ ଉନ୍ନତି ଦରକାର। ପୂର୍ବତନ କୁକାବୁରା କିମ୍ବଦନ୍ତୀ ଫର୍‌ଗୁସଙ୍କ ସହ କାର୍ଯ୍ୟ କରିିବାକୁ ସୁଯୋଗ ପାଇଥିବାରୁ ଆମେ ଭାଗ୍ୟବାନ୍‌। ଶିବିରରେ ଆମେ ପୂର୍ବତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୧୦ ବର୍ଷର ଅଭିଜ୍ଞତାକୁ ଆମ ଡିଫେଣ୍ଡରଙ୍କ ସମସ୍ତ ବିଭାଗର ଉନ୍ନତି ଉପରେ କାର୍ଯ୍ୟ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ

ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି...

ଆଜିର ଦିନରେ କ୍ରିକେଟ୍‌ ପଡିଆରେ ସୃଷ୍ଟି ହୋଇଥିଲା ଏମିତି ରେକର୍ଡ,ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

କ୍ରୀଡା କ୍ଷେତ୍ରରେ ଅନେକ ରେକର୍ଡ ତିଆରି ଏବଂ ଭାଙ୍ଗିଥାଏ। କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର। ଏହିପରି ଗୋଟିଏ ରେକର୍ଡ ୯...

ଘରଠାରୁ ୨୦ ମିନିଟ୍‌ ଦୂରରେ ଥାଇ ମଧ୍ୟ ଯାଇପାରୁନାହାନ୍ତି କୋହଲି

ମୁମ୍ବାଇ,୨୪।୩: ପୂର୍ବତନ ଭାରତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଆଜିକାଲି ତାଙ୍କ ଘର ପାଖରେ ଅଛନ୍ତି। ଏହା ସତ୍ତ୍ୱେ ସେ ଘରକୁ...

ପ୍ରଶଂସକ ଚାହାନ୍ତି ପାକିସ୍ତାନରେ ଖେଳୁ ଭାରତ

ଲାହୋର,୨୩ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୩ଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଇ ନାହିଁ। ଅନ୍ତିମ ଥର ୨୦୦୮ରେ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌...

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ...

ଟେଷ୍ଟରେ ୧୦୦ ଉଇକେଟ ପୂରଣ କରିବାକୁ ଚାହାନ୍ତି ଶ୍ରୀସନ୍ଥ

ମୁମ୍ବାଇ, ୨୧।୮: ଭାରତୀୟ ପେସର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ ହ୍ରାସ କରି ୭ ବର୍ଷ କରାଯାଇଛି। ଫଳରେ ସେ ଆସନ୍ତା ବର୍ଷ...

ଦଣ୍ଡିତ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ଦୁବାଇ, ୧୫।୩ – ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଦଣ୍ଡିତ ହେବାକୁ...

ଚଳିତ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ଲାବୁସାନ

ସିଡ୍‌ନୀ,୩।୧- ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନ ଚଳିତବର୍ଷ ତଥା ଦଶନ୍ଧିର ପ୍ରଥମ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ...

Advertisement
Archives

Model This Week