Posted inଖେଳ

ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୪ରୁ

ନୂଆଦିଲ୍ଲୀ, ୧୦ା୧ (ପି.ଟି.)- ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦ର ଫାଇନାଲ ରାଉଣ୍ଡ ଆସନ୍ତା ୨୪ତାରିଖରୁ ବେଙ୍ଗାଲୁରୁଠାରେ ଖେଳାଯିବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ଗୁରୁବାର ସୂଚନା ଦିଆଯାଇଛି। ଟୁର୍ନାମେଣ୍ଟର ଚତୁର୍ଥ ସଂସ୍କରଣରେ ସମଗ୍ର ଦେଶରୁ ୧୨ଟି ମହିଳା ଫୁଟ୍‌ବଲ କ୍ଲବ ଅଂଶଗ୍ରହଣ କରିବେ। ଜୋନାଲ ରାଉଣ୍ଡ ଜରିଆରେ ଏହି ଦଳଗୁଡ଼ିକ ବେଙ୍ଗାଲୁରୁ ଫାଇନାଲ ରାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମଣିପୁର, ଗୁଜରାଟ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, କର୍ନାଟକରୁ ମହିଳା ଫୁଟ୍‌ବଲ ଦଳ ବ୍ୟତୀତ ଅବଶିଷ୍ଟ ଭାରତୀୟ ଜୋନ୍‌ରୁ ଦୁଇଟି ଦଳ ଏଥିରେ ଭାଗନେବେ। ୧୨ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ର ୬ଟି ଦଳ ପରସ୍ପର ସହିତ ଖେଳିବେ। ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ମଣିପୁରର କ୍ରିଫ୍‌ସା ଏଫ୍‌ସି ଏବଂ କର୍ନାଟକର କିକ୍ସ ଷ୍ଟାର୍ଟ ଦଳ ମଧ୍ୟରେ ହେବ। ଫାଇନାଲ ମ୍ୟାଚ ଫେବୃୟାରୀ ୧୩ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର...

ବିସିସିଆଇ ନିର୍ବାଚନ: ସଞ୍ଜୟ ଓସିଏ ପ୍ରତିନିଧି

କଟକ ଅଫିସ,୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ପ୍ରତିନିଧି...

ମହାଲଢେଇ ପୂର୍ବରୁ ଆତ୍ମସମର୍ପଣ କଲେ ଏହା ମହାନ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୧୦: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ସା ୭.୩୦ ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ବଡ...

ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪...

ଲଢେଇ କରି ହାରିଗଲେ ମହିଳା ହକି ଦଳ

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଫଳରେ ଅଲିମ୍ପିକ୍ସରେ...

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ...

ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର; ଯୋଗଦେବେ ଏହି ଷ୍ଟାର୍‌ ଅଲ୍‌ରାଉଣ୍ଡର

ଆବୁଧାବି, ୩।୧୦: ଇଂଲଣ୍ଡର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକରେ ଅଂଶଗ୍ରହଣ କରିପାରି ନାହାନ୍ତି। ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ପକ୍ଷରୁ...

ତିନିଟିି ଫର୍ମାଟରେ ସଫଳତାର ରହସ୍ୟ ଖୋଲିଲେ କୋହଲି

ମୋହାଲିଠାରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ...

Advertisement
Archives

Model This Week