Posted inଖେଳ

ଭାରତୀୟ ଦଳରେ ଓଡ଼ିଶାର ନୀଲମ, ଆଶିଷ

ନୂଆଦିଲ୍ଲୀ, ୨୫।୭-ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ୨ ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ୍‌ ଖେସ୍‌ ଓ ଆଶିଷ ଟପ୍ନୋ ସ୍ଥାନ ପାଇଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ନିୟମିତ ଅଧିନାୟକ ମନପ୍ରୀତ ସିଂ, ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ, ବୀରେନ୍ଦ୍ର ଲାକ୍ରା ଏବଂ ସୁରେନ୍ଦର କୁମାରଙ୍କ ପରି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବିଶ୍ରାମ ମିଳିବା ଫଳରେ ସିନିୟର ଖେଳାଳିମାନେ ଆହତ ସମସ୍ୟାରୁ ମୁକ୍ତ ହେବା ସହ ସତେଜ ମନରେ ଆଗାମୀ ନଭେମ୍ବରରେ ହେବାକୁଥିବା ଅଲିମ୍ପିକ୍‌ କ୍ୱାଲିଫାଇଂ ମ୍ୟାଚ ଗୁଡ଼ିକ ଖେଳି ପାରିବେ ବୋଲି କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି।
”ଗତ ୧୨ ମାସଧରି କଠିନ କରିଶ୍ରମ କରି ଆସୁଥିବା ମନପ୍ରୀତ ସିଂଙ୍କ ସମେତ ଅନେକ ସିନିୟର ଖେଳାଳିଙ୍କୁ ଆମେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛୁ। ଫଳରେ ସେମାନେ କୌଣସି ଆହତ ସମସ୍ୟାକୁ ଆସିବେ ନାହିଁ ଏବଂ ଆଗାମୀ ୩ ମାସ ଧରି ସତେଜ ରହିବେ। ଏହାଦ୍ୱାରା ଆମେ ନଭେମ୍ବରରେ ହେବାକୁଥିବା କ୍ୱାଲିଫାଇଂ ମ୍ୟାଚ ପାଇଁ ଭଲଭାବେ ପ୍ରସ୍ତୁତ ହୋଇପାରିବୁ“ ବୋଲି ରିଡ୍‌ କହିଛନ୍ତି। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ହରମନପ୍ରୀତ ସିଂ ଅଧିନାୟକ ଓ ମନଦୀପ ସିଂ ଉପଅଧିନାୟକ ଦାୟିତ୍ୱ ତୁଲାଇବେ। ଆଶିଷ ଟପ୍ନୋ ଓ ସମସେର ସିଂ ପ୍ରଥମ ଥରପାଇଁ ସିନିୟର ଦଳରେ ଭାଗ୍ୟ ପରୀକ୍ଷା କରିବେ। ଅନ୍ୟପକ୍ଷରେ ଦୀର୍ଘ ୯ ମାସ ପରେ ଅଭିଜ୍ଞ ଏସ.ଭି. ସୁନୀଲ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ କେତେକ ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷତା ପ୍ରତିପାଦନର ସୁଯୋଗ ଆଣିଛି ବୋଲି ରିଡ୍‌ କହିଛନ୍ତି। ”ଭାରତର ବିଶ୍ୱ ର଼୍ୟାଙ୍କିଙ୍ଗ ପ୍ରତି ବିପଦ ନ ଥିବାରୁ ଆଗାମୀ ବଡ଼ ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ ତାହା ଟୋକିଓ ଟେଷ୍ଟ ଇଭେଣ୍ଟରୁ ଜଣା ପଡ଼ିବ। ଆମେ ଅନେକ ଖେଳାଳିଙ୍କୁ ଦୀର୍ଘଦିନଧରି ଅନ୍ତର୍ଜାତୀୟ ସ୍ତରରେ ପରୀକ୍ଷା କରି ପାରିନାହୁଁ। ଏହି ଇଭେଣ୍ଟରେ ତାହା ମଧ୍ୟ ହୋଇଯିବ“ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।

ଭାରତୀୟ ଦଳ
କ୍ରିଷ୍ଣନ ବାହାଦୂର ପାଠକ, ଗୁରିନ୍ଦର ସିଂ, ହରମନପ୍ରୀତ ସିଂ(ଅଧିନାୟକ), କୋଥାଜିତ ସିଂ ଖାଡାଙ୍ଗବାମ୍‌, ହାର୍ଦ୍ଦିକ ସିଂ, ନିଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ଜସକରନ ସିଂ, ମନଦୀପ ସିଂ(ଉପ-ଅଧିନାୟକ), ଗୁରସାହାବଜିତ ସିଂ, ନୀଲମ ସଞ୍ଜୀପ ଖେସ୍‌, ଜର୍ମନପ୍ରୀତ ସିଂ, ବରୁଣ କୁମାର, ଆଶିଷ ଟପ୍ନୋ, ଏସ.ଭି. ସୁନୀଲ, ଗୁରଜାନ୍ତ ସିଂ, ସମସେର ସିଂ, ସୁରଜ କରକେରା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri