Posted inଖେଳ

ଭାରତର ଲଜ୍ଜାଜନକ ପରାଜୟ

ଓ୍ବେଲିଂଟନ,୨୪ା୨- ଦିନିକିଆ ସିରିଜ୍‌ରେ ଖାତା ଖୋଲିପାରି ନ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ବରଣ କରିଛି। ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ଭାରତକୁ ପରାସ୍ତ କରି ଦେଇଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ୧୬୫ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୩୪୮ ରନ୍‌ କରିଥିଲା। ପରେ ୧୮୩ ରନ୍‌ ପଛରେ ଥିବା ଟିମ୍‌ ଇଣ୍ଡିଆ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର (୧୪୪/୪)ରୁ ବ୍ୟାଟିଂ ଆରମ୍ଭ କରି ବଳକା ୬ ଉଇକେଟରେ କେବଳ ୪୭ ରନ୍‌ ଯୋଡ଼ି ପାରିଥିଲା। ପୂର୍ବଦିନ ଅପରାଜିତ ଥିବା ଉପଅଧିନାୟକ ଅଜିଙ୍କ୍ୟ ରାହାନେ ୨୯ ଓ ହନୁମା ବିହାରୀ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ନିମ୍ନକ୍ରମରେ ରିଷଭ ପନ୍ତ ୨୫ ଓ ଈଶାନ୍ତ ଶର୍ମା ୧୨ ରନ୍‌ କରିଥିଲେ। ଫଳରେ ଦଳ ୧୯୧ ରନ୍‌ରେ ସୀମିତ ରହିଥିଲା। ଘରୋଇ ଦଳ ପାଇଁ ଟିମ୍‌ ସୌଦି ସର୍ବାଧିକ ୫ ଉଇକେଟ ନେଇଥିଲେ। ତାଙ୍କ ଛଡ଼ା ଟ୍ରେଣ୍ଟ ବୋଲ୍ଟ ୪ ଓ କଲିନ ଡିଗ୍ରାଣ୍ଡହୋମ ଗୋଟିଏ ଉଇକେଟ ହାତେଇଥିଲେ। ଫଳରେ ଘରୋଇ ଦଳ ଆଗରେ ମାତ୍ର ୯ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାମୁଲି ଟାଗେର୍ଟକୁ ନ୍ୟୁଜିଲାଣ୍ଡ ୧.୪ ଓଭରରେ ବିନା କ୍ଷତିରେ ହାସଲ କରି ନେଇଥିଲା। ପୂରା ମ୍ୟାଚ୍‌ରେ ୯ ଉଇକେଟ ନେଇଥିବା ସୌଦିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖ୍ରୀଷ୍ଟଚର୍ଚ୍ଚଠାରେ ୨୯ରୁ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟ ସ୍କୁଲ ଓପନ ଚେସ୍‌: ଅବିନାଶ ଚାମ୍ପିୟନ

ଭୁବନେଶ୍ୱର, ୪।୯(କ୍ରୀଡ଼ା ପ୍ରତିନିଧି)-ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ କୈଳାସ ସଦନରେ ମଙ୍ଗଳବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମଦର୍ସ...

କାହିଁକି ଏକାସଙ୍ଗେ ବ୍ୟାଟିଂ ପାଇଁ ଆସିଥିଲେ ପନ୍ତ, ଆୟାର

ବେଙ୍ଗାଲୁରୁ,୨୩।୯: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ବିପକ୍ଷରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌କୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୯ଉଇକେଟରେ ଜିତି ନେଇଛି। ଏହି...

ଟେବୁଲ ଟେନିସ: ମନିକାଙ୍କ ଲଢ଼ୁଆ ପ୍ରଦର୍ଶନ

ଟୋକିଓ, ୨୬।୭(ପି.ଟି.)- ଚଳିତ ଅଲିମ୍ପିକ୍ସରେ ଭାରତର ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରା ଲଢ଼ୁଆ ପ୍ରଦର୍ଶନ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର...

କୋହଲିଙ୍କ ପରେ ଆମିଷ ଛାଡ଼ିଲେ ଛେତ୍ରୀ

କୋଲକାତା,୧୩।୧୦(ପିଟି)- ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପରେ ଫୁଟ୍‌ବଲ ଅଧିନାୟକ ସୁନୀଲ ଛେତ୍ରୀ ଆମିଷଖାଦ୍ୟ ଛାଡ଼ି ଦେଇଛନ୍ତି। ଆମିଷ ଖାଦ୍ୟ ଓ ଦୁଗ୍ଧଜାତ...

‘ଉପମହାଦେଶର ସମର୍ଥନ ଭାରତକୁ ସହାୟକ ହୋଇପାରିଲା ନାହିଁ’

ଲଣ୍ଡନ,୧ା୭(ପି.ଟି.)- ଇଂଲଣ୍ଡଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ପୂର୍ବତନ ପାକିସ୍ତାନ ପେସର ସୋଏବ ଅଖ୍‌ତର ଦୁଃଖ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ପରାଜୟ ଦ୍ୱାରା...

୭୦ ବର୍ଷରେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭- ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବୁଧବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ କ୍ରିକେଟର ଓ ପ୍ରଶଂସକଙ୍କ...

ଧର୍ମସେନାଙ୍କ ସପକ୍ଷରେ ଆଇସିସି

ନୂଆଦିଲ୍ଲୀ,୨୮ା୭(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ମୁହଁ ଖୋଲିଛି। ଗତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟର କୁମାର ଧର୍ମସେନାଙ୍କ ବିବାଦୀୟ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି।...

ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୮।୨(ସ୍ପୋଟର୍‌ସ ବ୍ୟୁରୋ): ଦୃଷ୍ଟିବାଧିତଙ୍କ ପାଇଁ ଖେଳାଯାଉଥିବା ଜାତୀୟ ନାଗେଶ ଟ୍ରଫି ୨୦୨୨-୨୩ ପାଇଁ ମଙ୍ଗଳବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟର...

Advertisement
Archives

Model This Week