Posted inଖେଳ

ଭାରତରେ ହେବ ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ

କୁଆଲାଲମ୍ପୁର,୧୯।୨(ପି.ଟି.)- ଭାରତରେ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଦେଶରେ ମହିଳା ଫୁଟବଲର ପ୍ରସାର କରିବା ପାଇଁ ଏହି ଇଭେଣ୍ଟର ଆୟୋଜନ ଅଧିକାର ବୁଧବାର ଭାରତକୁ ଦିଆଯାଇଛି। ଏସିଆନ ଫୁଟବଲ କନଫେଡେରେଶନର ମହିଳା କମିଟି ଏହି ଅଧିକାର ପ୍ରଦାନ କରିଛି। ଟୁର୍ନାମେଣ୍ଟ ପାଇଁ ଭାରତ ବ୍ୟତୀତ ଚାଇନିଜ ତାଇପେ ଓ ଉଜବେକିସ୍ତାନ ମଧ୍ୟ ବିଡ୍‌ ଦାଖଲ କରିଥିଲେ। କିନ୍ତୁ ଚଳିତବର୍ଷ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବା ଭାରତରେ ଉନ୍ନତମାନର ଭିତ୍ତିଭୂମି ରହିଛି। ଭାରତ ପକ୍ଷରୁ ଡି. ଓ୍ବାଇ. ପାଟିଲ ଷ୍ଟାଡିୟମ, ଟ୍ରାନ୍ସ ଷ୍ଟାଡିଆ ଏରିନା ଓ ଫାଟୋର୍ଡା ଷ୍ଟାଡିୟମକୁ ଭେନ୍ୟୁ ରୂପେ ଦାଖଲ କରାଯାଇଥିଲା। ଏହି ସମସ୍ତ ଗ୍ରାଉଣ୍ଡରେ ପୂର୍ବରୁ ଫିଫା ଟୁର୍ନାମେଣ୍ଟ ଖେଳାଯାଇସାରିଥିବା ଏଏଫ୍‌ସି ପକ୍ଷରୁ କୁହାଯାଇଛି। ଏଏଫ୍‌ସି ମହିଳା କମିଟି ଅଧ୍ୟକ୍ଷ ମହଫୁଜା ଅଖତର କିରୋନ କହିଛନ୍ତି, ଟୁର୍ନାମେଣ୍ଟକୁ ଆର୍ଥିକ ରୂପେ ସଫଳ କରିବା ପାଇଁ ଭାରତ ପକ୍ଷରୁ ଭଲ ପ୍ରସ୍ତାବ ଦିଆଯାଇଥିଲା। ଭାରତ ମହିଳା ଫୁଟବଲର ଉନ୍ନତି ଦିଗରେ କାର୍ଯ୍ୟ କରୁଛି। କମିଟି ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୮ରୁ ୧୨କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ ଦଳକୁ ୩ ଗ୍ରୁପ୍‌ରେ ଭାଗ କରାଯିବ ଏବଂ ପ୍ରତ୍ୟେକ ଦଳ ୩ଟି ଲେଖାଏ ଲିଗ୍‌ ମ୍ୟାଚ୍‌ ଖେଳିବେ। ପରେ ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଅତିକମ୍‌ରେ ୧୭ ଦିନ ଧରି ପ୍ରତିଯୋଗିତା ଚାଲିବ। ୨୦୨୩ ଫିଫା ମହିଳା ବିଶ୍ୱକପ୍‌ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏଏଫ୍‌ସି ପ୍ଲେଅଫ୍‌ ମ୍ୟାଚ୍‌ ଆୟୋଜନ କରାଯିବ। ଇଭେଣ୍ଟଟି ସମ୍ଭବତଃ ଅକ୍ଟୋବର ଶେଷ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଖେଳାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇ: ସାମାଜିକ ନ୍ୟାୟ ପାଇଁ ଜୋର୍ଡାନ ଦେବେ ୭୫୫ କୋଟି ଟଙ୍କା

ଚାର୍ଲୋଟ,୬।୬(ଏପି): ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ମାଇକେଲ ଜୋର୍ଡାନ। ସମାଜରେ ଥିବା ରଙ୍ଗ ଭେଦକୁ ଦୂରେଇବା...

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଯୁବରାଜ ସିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ସମ୍ପର୍କ କଛି ନୂଆ କଥା ନୁହେଁ। ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ଏପରି ଅନେକ ଯୋଡ଼ି ଥିଲେ,...

ଭାରତ ‘ଏ’ରୁ ରେଡ୍‌ ବଲ୍‌ରେ ସୁଯୋଗ ନ ପାଇବାର ଅବସୋସ

ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି...

କେବଳ ଧୋନୀ ନୁହନ୍ତି, ଏବି ଡି ଭିଲିୟର୍ସ ମଧ୍ୟ କୋହଲିଙ୍କ ପ୍ରକୃତ ବନ୍ଧୁ…

ନୂଆଦିଲ୍ଲୀ,୨୫।୨: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ସମସ୍ତ କ୍ରିକେଟ ପ୍ରଶଂସକ ଜାଣନ୍ତି। କେବଳ ଆର୍‌ସିବିରେ...

ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ମୋବାଇଲ ମସଜିଦ୍‌

ଟୋକିଓ:ଏଥର ଟୋକିଓ ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ନମାଜ ପଢିବାକୁ ମୋବାଇଲ ମସଜିଦ ବ୍ୟବସ୍ଥା କରାଯାଉଛି। ଏହି ମସଜିଦ ଷ୍ଟାଡିୟମ ବାହାରେ ରଖାଯିବ। ସେଥିରେ ହାତ...

୫୦ ବଲରେ ଶେଷ ହେଲା ମ୍ୟାଚ୍‌

ଶାରଜା,୫।୧୦: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୧.୪ ଓଭର ପୂର୍ବରୁ ହାତରେ ୮ ଉଇକେଟ ଥାଇ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ...

ବେସ୍‌ କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର, ୨୯ା୫(ସ୍ପୋଟର୍‌ସ ବ୍ୟୁରୋ)- ଏଭରେଷ୍ଟ ଶୃଙ୍ଗରେ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରର ସନ୍ଧାନ ଓ ଉଦ୍ଧାରକାର୍ଯ୍ୟରେ ଶେର୍ପା ଦଳ ସକ୍ଷମ ହୋଇଛନ୍ତି। ସେମାନେ ମଙ୍ଗଳବାର ମରଶରୀରକୁ...

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ...

Advertisement
Archives

Model This Week