ଭାରତରେ ଲକ୍‌ଡାଉନ୍‌ କାହିଁକି?

ଆକାର ପଟେଲ

ଭାରତ କାହିଁକି ଲକ୍‌ଡାଉନରେ ରହିଛି? ଆମ ଅର୍ଥନୀତି ଅଟକିଯାଇଛି ଏବଂ ଉତ୍ପାଦନରେ କ୍ଷତି ଯୋଗୁ ମୋଟ ଘରୋଇ ଉତ୍ପାଦ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇବାର ଆକଳନ କରାଯାଏ। ସ୍ପଷ୍ଟଭାବେ କୁହାଯାଇପାରେ ଯେ,ଆମେମାନେ ଘରେ ରହିବାର ଏକ ଭଲ ଓ ଦୃଢ କାରଣ ରହିଛି। ସେହି କାରଣଟି କ’ଣ? ପ୍ରତିଷ୍ଠିତ ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟିର ସେଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍ସ,ଇକୋନୋମିକ୍ସ ଆଣ୍ଡ୍‌ ପଲିସି ଭାରତରେ କରୋନା ଭାଇରସ ସଂକ୍ରମଣର ଭବିଷ୍ୟତ ଉପରେ ଏକ ଅନୁଧ୍ୟାନଭିତ୍ତିକ ତଥ୍ୟ ପ୍ରକାଶ କରିଛି। ଏହା ଲକ୍‌ଡାଉନ୍‌ର ତିନୋଟି ସମ୍ଭାବ୍ୟ ସ୍ଥିତି (ଉଚ୍ଚ, ମଧ୍ୟମ ଓ ନିମ୍ନ) ଉପରେ ଅନୁଧ୍ୟାନ କରିଛି। ନିମ୍ନ ସ୍ଥିତିରେ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଜୁନ ସୁଦ୍ଧା ମୋଟରେ ୧୨ କୋଟି ଭାରତୀୟ ସଂକ୍ରମିତ ହେବେ ଏବଂ ଏମାନଙ୍କ ମଧ୍ୟରୁ ୧୨ ଲକ୍ଷ ହସ୍ପିଟାଲରେ ରହିବେ। ତେବେ ଭାରତରେ କେବଳ ୭୦ ହଜାର ଆଇସିୟୁ ବେଡ୍‌ ଏବଂ ୪୦ ହଜାର ଭେଣ୍ଟିଲେଟ୍‌ର ରହିଛି। ଏଣୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଚିକିତ୍ସା ସେବାରୁ ବଞ୍ଚିତ ହେବେ। ମଧ୍ୟମ ସ୍ଥିତିରେ ଆକଳନ କରାଯାଇଛି ଯେ,୧୮ କୋଟି ଲୋକ ସଂକ୍ରମିତ ହେବେ ଓ ସେଥିମଧ୍ୟରୁ ୧୮ ଲକ୍ଷ ହସ୍ପିଟାଲରେ ରହିବାର ସମ୍ଭାବନା ରହିଛି ଏବଂ ଉଚ୍ଚ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆକଳନ କରାଯାଇଛି ଯେ, ୨୫ କୋଟି ଲୋକ ସଂକ୍ରମିତ ହେବେ ଓ ୨୫ଲକ୍ଷ ହସ୍ପିଟାଲରେ ରହିବେ । ଏହି ସଂଖ୍ୟକ ସଂକ୍ରମିତଙ୍କୁ ଆମେ ନିୟନ୍ତ୍ରଣ କରି ପାରିବା ନାହିଁ, ଏପରି କି ନିମ୍ନ ସ୍ଥିତିରେ ଥିବା ରୋଗୀଙ୍କୁ ମଧ୍ୟ। ସରକାର କ’ଣ ଏହି ସ୍ଥିତି ସହ ଏକମତ? ଏହା ବି ଆମେ ଜାଣୁନା। ଏଣୁ ଏଠାରେ ପୁନର୍ବାର ପ୍ରଶ୍ନ ଉଠୁଛି, ଭାରତ କାହିଁକି ଲକ୍‌ଡାଉନ୍‌ରେ ରହିଛି? ଆମେ ୨୧ ଦିନ ପରେ ଏହି ରୋଗକୁ ପରାସ୍ତ କରିପାରିବା ବୋଲି ଯଦି ଏହାର ଉତ୍ତର ମନେକରୁଥିବା ତେବେ ଏହା କରିପାରିବା ନାହିଁ। ଏପରି କି ଚାଇନାରେ ଏହି ରୋଗ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଏହି ଲକ୍‌ଡାଉନ ରୋଗ ସଂକ୍ରମଣ ରୋକିବା ପାଇଁ ଯଦି କୁହାଯାଏ ଏହା ବି ପ୍ରଶ୍ନର ଠିକ୍‌ ଉତ୍ତର ନୁହେଁ, କାରଣ ଏହି ରୋଗ ସବୁଆଡେ ବ୍ୟାପିବାରେ ଲାଗିଛି।
ଲକ୍‌ଡାଉନର କେବଳ ଗୋଟିଏ ସାମ୍ଭବ୍ୟ କାରଣ ହେଉଛି , ଏହା ସଂକ୍ରମଣକୁ ଧିମା କରିଦେବ। କିନ୍ତୁ ତା’ପରେ କ’ଣ ହେବ? ଏହାର ଉତ୍ତର ଜଣା ନାହିଁ, କାରଣ ଲକ୍‌ଡାଉନକୁ ଛାଡିଦେଲେ ଆଉ କିଛି ଆଲୋଚନା କରାଯାଉନାହିଁ। ଅନ୍ୟଦେଶଗୁଡିକ ଏହି ରୋଗ ସଂକ୍ରମଣକୁ ଯେଉଁ ମାଧ୍ୟମରେ ପ୍ରତିରୋଧ କରିଛନ୍ତି ଭାରତ ସେହି ଉପାୟରେ କରିବାକୁ ଚହଁୁଥିବା ମନେହେଉଥିବା କାରଣରୁ ଦ୍ୱନ୍ଦ୍ୱ ବଢି ବଢି ଚାଲିଛି । ନ୍ୟୁୟର୍କ କରୋନାରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ,ଏପରି କି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମତି ହୋଇଛନ୍ତି। ଏଣୁ ଭାରତରେ ଏବେ କ’ଣ ଚାଲିଛି? ତାହା ବୁଝିବା ପୂର୍ବରୁ ଆମେ ଜାଣିବା ଉଚିତ ଯେ,ଭାରତରେ କେତେ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି ସେ ସମ୍ପର୍କରେ ଆମର କିଛି ବି ଧାରଣା ନାହିଁ। ଏଯାବତ ଆମେରିକାରେ ୫.୫ ଲକ୍ଷ , ଜର୍ମାନୀରେ ୪.୫ ଲକ୍ଷ,କୋରିଆ ଓ ଇଟାଲୀରେ ୩.୫ ଲକ୍ଷ ଲୋକଙ୍କର ପରୀକ୍ଷା କରାଯାଇଛି। ଭାରତରେ ମାତ୍ର ୨୭ ,୦୦୦ ଲୋକଙ୍କର ଏହି ପରୀକ୍ଷା କରାଯାଇଛି। ଦିଲ୍ଲୀର ଲୋକସଂଖ୍ୟଠାରୁ କମ୍‌ ଲୋକସଂଖ୍ୟା ବିଶିଷ୍ଟ ଦେଶ ନେଦରଲାଣ୍ଡ ଯେତିକି ପରୀକ୍ଷା କରିଛି ଆମେ ସେତିକି କରିଛୁ। ନେଦରଲାଣ୍ଡରେ ୮ ହଜାର ପଜିଟିଭ କେସ୍‌ ମିଳିଛି ଯାହା ଭାରତଠାରୁ ୧୦ଗୁଣ ଅଧିକ।
ଏବେସୁଦ୍ଧା ଆନ୍ଧ୍ରପ୍ରଦେଶରେ କେବଳ ୩୮୪ ଜଣଙ୍କର ପରୀକ୍ଷା କରାଯାଇଛି। କିନ୍ତୁ ଆନ୍ଧ୍ରପ୍ରଦେଶ ଲୋକସଂଖ୍ୟାଠାରୁ କମ୍‌ ଥିବା ଦେଶ ସ୍ପେନ ୩.୫ ଲକ୍ଷ ଲୋକଙ୍କ ପରୀକ୍ଷା କରିଛି। ଏହି ତଥ୍ୟରୁ ଜଣାପଡୁଛି ଯେ, ଆମର ପ୍ରକୃତ ପଜିଟିଭ କେସ୍‌ ଲୁଚାଯାଇଛି ଏବଂ ଏହାର ସଂଖ୍ୟା କେତେ ତାହା ହିଁ ଏକମାତ୍ର ପ୍ରଶ୍ନ। ପୂରା ଦକ୍ଷିଣ ଏସିଆରେ କରୋନା ଭାଇରସ୍‌ ପଜିଟିଭ କେସ୍‌ କମ୍‌ ରହିଛି। ପାକିସ୍ତାନରେ ଅଧିକ କିନ୍ତୁ ଏହି ସଂଖ୍ୟା କେବଳ ୧୨୦୦। ଭାରତରେ ୮୦୦, ବାଂଲାଦେଶରେ ୪୦୦, ଶ୍ରୀଲଙ୍କାରେ ୧୦୬, ଭୁଟାନ ଓ ନେପାଳରେ ପ୍ରତ୍ୟେକ ୩ ଏବଂ ମାଳଦ୍ୱୀପରେ ୧୩ ଟି ପଜିଟିଭ କେସ୍‌ ମିଳିଛି। ଭାରତରେ କେତେକ ରାଜ୍ୟ ଅନ୍ୟ ରାଜ୍ୟ ଠାରୁ ବେଶି ପରୀକ୍ଷା କରିଛନ୍ତି। ଭାରତର ପଜିଟିଭ କେସ୍‌ରୁ ଅନେକ କେରଳରୁ ମିଳିଛି। କିନ୍ତୁ କେରଳ ଅନ୍ୟ ରାଜ୍ୟଗୁଡିକଠାରୁ ସର୍ବାଧିକ ପରୀକ୍ଷା କରିଛି। ୨୪ ମାର୍ଚ୍ଚ ସୁଦ୍ଧା ଏହା ୪୫୦୦ ଜଣଙ୍କ ପରୀକ୍ଷା କରିଥିଲା। କିନ୍ତୁ ସେହି ସମୟରେ ମହାରାଷ୍ଟ୍ର ଯାହାର ୨୪ଟି ଅଧିକ ପଜିଟିଭ କେସ୍‌ ଥିଲା ତାହା ୧୦୦୦ ଲୋକଙ୍କର ପରୀକ୍ଷା କରିଥିଲା। ଏହାର ମାନେ ନୁହେଁ ଯେ, କେରଳରେ ଅଧିକ ସଂକ୍ରମିତ ରହିଛନ୍ତି। କେବଳ ପରୀକ୍ଷା ଦ୍ୱାରା ଏହା ଅନ୍ୟ ରାଜ୍ୟଠାରୁ ଅଧିକ ପଜିଟିଭ କେସ୍‌ ଚିହ୍ନଟ କରିପାରିଛି।
ଏଣୁ ଆମେ କାହିଁକି ଅଧିକ ପରୀକ୍ଷା କରୁନାହୁଁ? ଓ୍ବେ ପବ୍ଲିକେଶନ ସ୍କ୍ରୋଲ୍‌ରେ ଏକ ରିପୋର୍ଟ ଅନେକ ରାଜ୍ୟ ସରକାରଙ୍କୁ ଜଣାଇଦେଇଛିଯେ, ଏହି ସମସ୍ୟା କିଟ୍‌ ଅଭାବର ନଥିଲା, ବରଂ ଅଭାବ ଥିଲା ପରୀକ୍ଷାଗାରର। ପରୀକ୍ଷା କରିବା ଲାଗି ଅନେକ ରାଜ୍ୟର ଗୋଟିଏ ବି ପରୀକ୍ଷାଗାର ନାହିଁ। ଉଦାହରଣ ସ୍ବରୂପ, ନାଗାଲାଣ୍ଡରୁ ନମୁନାଗୁଡିକୁ ପରୀକ୍ଷା ପାଇଁ ଆସାମ ପଠାଯାଇଥାଏ। ଦ୍ୱିତୀୟ କାରଣଟି ଥିଲା ଲୋକମାନେ ଘରୋଇ ପରୀକ୍ଷାରୁ ଦୂରେଇଗଲେ। ଘରୋଇ ପରୀକ୍ଷାରେ ଜଡିତ ନର୍ସମାନେ ସୁରକ୍ଷିତ ପୋଷାକ ବା ଉପକରଣରେ ସେମାନଙ୍କ ଘରକୁ ହୁଏତ ଆସିବାକୁ ପଡିବ ବୋଲି ଅନୁଭବ କରିବା ପରେ ସେମାନେ ପରୀକ୍ଷାରୁ ଦୂରେଇ ଯାଇଥିଲେ। ଘରୋଇ ପରୀକ୍ଷା ପାଇଁ ଦେୟ ୪,୫୦୦ ଟଙ୍କା ଏବଂ ଏହା ମାଗଣା ନୁହେଁ ଓ ସେମାନଙ୍କୁ ଏହି ଦେୟ ଦେବାକୁ ପଡିବ ବୋଲି ଜାଣିବା ପରେ ଅନ୍ୟ ଲୋକମାନେ ମଧ୍ୟ ପରୀକ୍ଷାଠାରୁ ଦୂରେଇଗଲେ। ଅନେକ ପରୀକ୍ଷାଗାର ମଧ୍ୟ ଭାବନ୍ତି ଯେ,ଏତେ କମ୍‌ ଟଙ୍କାରେ ଏହା ସେମାନଙ୍କ ପାଇଁ ଅଧିତ୍କ କାମ । ଏହିସବୁ କାରଣଗୁଡିକ ଯୋଗୁ ପରୀକ୍ଷା ସଂଖ୍ୟା କମ୍‌ ହୋଇଛି ।
ଏହା ପରେ କ’ଣ ହେବ? ଲକ୍‌ଡାଉନ କ’ଣ ପାଇଁ କରାଯାଇଛି ତାହା ଯଦି ଆମେ ଜାଣିପାରିବା ତେବେ ଏହାର ଉତ୍ତର ମିଳିପାରିବ। ଶେଷରେ ଲକ୍‌ଡାଉନର କିଛି ଦିନ ସୂଚାଇଦେଇଛି ଯେ, କୌଣସି ଯୋଜନା ନ ଥାଇ ଏହା ଆରମ୍ଭ କରାଯାଇଛି। ଏପରି କିି ଏହାର ଆରମ୍ଭରୁ ସାରା ଭାରତରେ ଲକ୍ଷ ଲକ୍ଷ ଲୋକ ବିନା ପାଣି, ଖାଦ୍ୟ ଓ ଟଙ୍କାରେ ବୁଲୁଛନ୍ତି। ଯେତେେବେଳ ରାଜ୍ୟକୁ ତା’ କ୍ଷମତା ବାହାରେ ଲକ୍ଷ ଲକ୍ଷ ଏବଂ କୋଟି କୋଟି ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ପଡିବ ସେତେବେଳେ କ’ଣ ହେବ? ଏହା ଏକ କାଳ୍ପନିକ ପ୍ରଶ୍ନ ନୁହେଁ। ଖୁବ୍‌ଶୀଘ୍ର ଆମେ ଏହାର ଉତ୍ତର ଜାଣିପାରିବା।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri