Posted inଜାତୀୟ

ଭାରତରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ!

କୋଚି,୧।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ବହୁ ପୂର୍ବରୁ କରାଯାଇଛି। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ୩୬ ବର୍ଷ ଯୁବକଙ୍କ ଏର୍ନାକୁଲମ ସରକାରୀ ମେଡିକାଲ କଲେଜରେ ମୃତ୍ୟୁ ହେବା ପରେ ଏହା ଭାରତର କରୋନା ଭାଇରସ ସଂକ୍ରମିତ ପ୍ରଥମ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। ଯୁବକ ଜଣଙ୍କ କିଛିଦିନ ତଳେ ମାଲେସିଆରୁ ଫେରିଥିବା ବେଳେ ତାଙ୍କ ନିକଟରେ କରୋନା ଭାଇରସର ଲକ୍ଷର ଦେଖାଯାଇଥିଲା। ହେଲେ ପରୀକ୍ଷା ପରେ ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ତାଙ୍କର ମୃତ୍ୟୁ କରୋନା ଭାଇରସ ପାଇଁ ହୋଇଛି କି ଅନ୍ୟ କିଛି କାରଣ ଅଛି ସେ ନେଇ ଡାକ୍ତର ପରୀକ୍ଷା ନିରିକ୍ଷା ଆରମ୍ଭ କରିଛନ୍ତି। ଅଲାପୁଜାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି)ର ପ୍ରଥମ ରିପୋର୍ଟ ଅନୁଯାୟୀ, ଯୁବକଙ୍କ ନିକଟରେ କରୋନା ଭାଇରସ ନ ଥିଲା। ତେଣୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ ଅନୁସାରେ କରୋନା ଭାଇରସ ସମ୍ପର୍କିତ କୌଣସି ନିଷ୍ପତ୍ତି ଦ୍ୱିତୀୟ ରିପୋର୍ଟ ପରେ ହିଁ ନିଆଯାଇ ପରିବ। ତେଣୁ ଯୁବକଙ୍କ ମୃତ୍ୟୁ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି। ଏହାସହ ଦ୍ୱିତୀୟ ରିପୋର୍ଟ ପାଇଁ କିଛି ସାମ୍ପଲ ଏନ୍‌ଆଇଭି ପଠାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ,୨୪ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ନେଇ ସୁରକ୍ଷା ପରିଷଦ ଦ୍ୱାରା ବୁଧବାର ହୋଇଥିବା ମତଦାନରେ ଭାରତ...

ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘର ଉପରେ ବୁଲଡୋଜର ଚଲାଇ ଦେଇଥିଲେ ଗଡକରି

ସୋହନା,୧୬ ।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ କିପରି ଚାଲିଛି...

ଆଦାନୀ ମାମଲାରେ ଆମେ ଦେବୁ ପ୍ରମାଣ: ସଞ୍ଜୟ ରାଉତ…

ମୁମ୍ବାଇ,୧୫।୩ : ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ବୁଧବାର ୧୮ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଆଗକୁ...

୨୫ ହଜାର ହୋମ୍‌ଗାର୍ଡଙ୍କୁ ଛଟେଇ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୨୫ ହଜାର ହୋମ୍‌ ଗାର୍ଡ଼ଙ୍କୁ ଛଟେଇ କରିଛନ୍ତି। ରାଜ୍ୟର ବଜେଟରେ ସମନ୍ବୟ ରକ୍ଷା କରିବା ପାଇଁ ଏଭଳି...

ଲଗାତାର ପଞ୍ଚମଥର ଲାଗି ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ଇନ୍ଦୋର: ମିଳିବ ୩ ପୁରସ୍କାର

ନୂଆଦିଲ୍ଲୀ,୧୯ ।୧୧: ସ୍ୱଚ୍ଛତା ଅଭିଯାନରେ ପୁଣିଥରେ ବାଜି ମାରିଛିି ଇନ୍ଦୋର । ସ୍ୱଚ୍ଛତା ସର୍ବେକ୍ଷଣ ପରିଣାମ ଶନିବାର ଔପଚାରିକ ଭାବେ ଘୋଷଣା କରାଯିବ । ନୂଆଦିଲ୍ଲୀର...

ପରୀକ୍ଷାକୁ ଡରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ...

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ...

ସ୍କୁଲ ଛାତ୍ରୀଛାତ୍ରମାନଙ୍କଠାରୁ ମୋବାଇଲ ତଲାସୀ କରିବା ଦ୍ୱାରା ସ୍ବାଭିମାନକୁ ଲାଗୁଛି ଆଘାତ: ଶିଶୁ ଅଧିକାର ପ୍ୟାନେଲ…

ଥିରୁଭାନନ୍ତପୁରମ,୭।୧ : ଅଧିକାଂଶ ବିଦ୍ୟାଳୟ ପ୍ରଶାସନର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ସ୍କୁଲ କ୍ୟାମ୍ପସରେ ମୋବାଇଲ ଆଣିବା କଡା ନିଷେଧ। କିନ୍ତୁ ଛାତ୍ରୀଛାତ୍ରମାନେ ନିର୍ଦ୍ଦେଶକୁ ନ...

Advertisement
Archives

Model This Week