Posted inଖେଳ

ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ ଆଫଗାନିସ୍ତାନ

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଆଫଗାନିସ୍ତାନ ନଭେମ୍ବରରେ ଏହାର ପୋଷ୍ୟ ଘରୋଇ ଦେଶ ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ପୂର୍ଣ୍ଣାଙ୍ଗ କ୍ରିକେଟ ସିରିଜ ଖେଳିବ। ଏହି ଦେଶର କ୍ରିକେଟ ବୋର୍ଡ ତରଫରୁ ସୂଚନା ମିଳିଛି। କ୍ୟାରିବିୟନ୍ସଙ୍କ ବିପକ୍ଷ ଘରୋଇ ସିରିଜରେ ଆଫଗାନିସ୍ତାନ ୩ ଅନ୍ତର୍ଜାତୀୟ ଟି୨୦, ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ହେଲେ ମ୍ୟାଚଗୁଡ଼ିକ ଲାଗି ଏପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର ହୋଇପାରିନି। ଓ୍ବେଷ୍ଟଇଣ୍ଡିଜ ନଭେମ୍ବର ୫ରୁ ଡିସେମ୍ବର୧ ପର୍ଯ୍ୟନ୍ତ ଟୁର୍‌ରେ ଆସିବ। ଆଫାନିସ୍ତାନ କ୍ରିକେଟ ବୋର୍ଡ ତରଫରୁ ଏକଥା କୁହାଯାଇଛି। ଓ୍ବେଷ୍ଟଇଣ୍ଡିଜ ସିରିଜ ବିପକ୍ଷ ପୂର୍ବରୁ ଜାତୀୟ ଦଳ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ପରେ ବାଂଲାଦେଶ ଓ ଜିମ୍ବାଓ୍ବେକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ଖେଳାଯିବ। ଆଫଗାନିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ ପରସ୍ପର ସହିତ ମାତ୍ର ୧୦ ଅନ୍ତର୍ଜାତୀୟ ଖେଳିଛନ୍ତି। ତନ୍ମଧ୍ୟରୁ ୮ଟି କ୍ୟାରିବିୟନରେ ଅନୁଷ୍ଠିତ ହୋଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ୫-୪ରେ ଅଗ୍ରଣୀ ରହିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ ଖେଳି ସାରିଛି। ଗତବର୍ଷ ଭାରତ ବିପକ୍ଷରେ ସେମାନେ ପରାଜିତ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ସେମାନେ ଆୟର୍ଲାଣ୍ଡ ବିପକ୍ଷରେ ୭ ଉଇକେଟରେ ବିଜୟ ହାସଲ କରିଥିଲେ।
କାର୍ଯ୍ୟସୂଚୀ
ନଭେମ୍ବର ୫: ପ୍ରଥମ ଅନ୍ତର୍ଜାତୀୟ ଟି୨୦
ନଭେମ୍ବର ୭: ଦ୍ୱିତୀୟ ଟି୨୦
ନଭେମ୍ବର ୯: ତୃତୀୟ ଟି୨୦
ନଭେମ୍ବର ୧୩: ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୧୬: ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୧୮: ତୃତୀୟ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୨୭ରୁ ଡିସେମ୍ବର ୧: ଏକମାତ୍ର ଟେଷ୍ଟ ମ୍ୟାଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର: ପନ୍ତଙ୍କ ସମେତ ୩ ଖେଳାଳିଙ୍କ ନାମ ସୁପାରିସ୍‌

ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ...

୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି

ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ...

ଟିଟି ଖେଳାଳି ଚନ୍ଦ୍ରଶେଖରଙ୍କ ଦେହାନ୍ତ

ଚେନ୍ନାଇ,୧୩।୫(ପି.ଟି.): ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିତ୍ବା ଭାରତୀୟ ଟେବୁଲ ଟେନିସ ଖେଳାଳି ଭି. ଚନ୍ଦ୍ରଶେଖର ୬୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ...

ଭାରତକୁ କେହି ଧୋକା ଦେଇପାରିବେ ନାହିଁ, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୨।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଦଳ ଦ୍ୱାରା ପାକିସ୍ତାନ ଗସ୍ତକୁ ବାତିଲ କରି ନିରାଶ...

କ୍ରିକେଟ ଇତିହାସରେ ପ୍ରଥମ: ଆଇସିସି ଟୁର୍ନାମେଣ୍ଟରେ ରହିବେ କେବଳ ମହିଳା ଅଧିକାରୀ, ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୨୭।୧: ଆସନ୍ତା ମାସ (ଫେବୃୟାରୀ)ରେ ଦକ୍ଷିଣ ଆଫ୍ରିକାରେ ମହିଳା ଟି -୨୦ ବିଶ୍ୱକପ୍‌ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି ମ୍ୟାଚ ରେଫରି ଏବଂ ଅମ୍ପାୟାରଙ୍କ...

ନିରପେକ୍ଷ ଭେନ୍ୟୁରେ ଖେଳାଯିବ ଏସିଆ କପ୍‌: ପିସିବି ସ୍ବୀକାର କଲା

କରାଚୀ,୭।୩(ପି.ଟି.)- ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ନିରପେକ୍ଷ ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ଶନିବାର ସ୍ବୀକାର କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ...

ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା...

ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ବଜାୟ ରଖିପାରିଲା ନାହିଁ ଭାରତ

ଢାକା,୨୧।୧୨: ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି। ଇଭେଣ୍ଟରେ ଅପରାଜିତ ଥିବା ଟିମ୍‌...

Advertisement
Archives

Model This Week