Posted inଖେଳ

ଭାରତରେ ଏନ୍‌ବିଏ ମ୍ୟାଚ୍‌

ମୁମ୍ବାଇ, ୫।୧୦(ପି.ଟି.)- ସ୍ଥାନୀୟ ନ୍ୟାଶନାଲ ସ୍ପୋଟର୍‌ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମଠାରେ ଶୁକ୍ରବାର ଏନ୍‌ବିଏର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାଶନାଲ ବାସ୍ପେଟବଲ ଆସୋସିଏଶନ)ର ଦୁଇ ଦଳ ସାକ୍ରାମେଣ୍ଟୋ କିଙ୍ଗ୍ସ ଓ ଇଣ୍ଡିଆନ ପେସର୍ସ ପରସ୍ପରକୁ ଭେଟିଥିଲେ।
୧୦ରୁ ୧୬ ବର୍ଷ ମଧ୍ୟରେ ବାଳକ ଓ ବାଳିକାମାନେ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ପସନ୍ଦର ଦଳକୁ ଚିୟର କରିଥିଲେ। ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ଏନ୍‌ବିଏ ପ୍ରୋଗ୍ରାମ୍‌ ତରଫରୁ ପିଲାମାନେ ପ୍ରତିନିଧିତ୍ୱ କରିଥିଲେ। ଭାରତରେ ଏନ୍‌ବିଏ ଓ ରିଲାଏନ୍ସ ଫାଉଣ୍ଡେଶନ ସହଭାଗିତାର ଷଷ୍ଠବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସିକ ମ୍ୟାଚ୍‌ ଆୟୋଜନ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା। ରିଲାଏନ୍ସ ଫାଉଣ୍ଡେଶନ ଚେୟାରମ୍ୟାନ ନୀତା ଅମ୍ବାନୀ ଉପସ୍ଥିତ ଥିଲେ। ଗତ କେତେବର୍ଷ ହେବ ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ଏନ୍‌ବିଏ ୧୧ ମିଲିୟନ ପିଲାଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଆସିଛି ଓ ଦେଶର ୨୦ଟି ରାଜ୍ୟର ୩୪ଟି ସହରରୁ ୧୦,୦୦୦ କୋଚ୍‌ଙ୍କୁ ପ୍ରଶିକ୍ଷଣ ଦେଇଛି। ଭାରତ ଏକ କ୍ରୀଡ଼ା ରାଷ୍ଟ୍ରରେ ପରିଣତ ହେଉ ଓ ଏହା ମୋର ସ୍ବପ୍ନ ବୋଲି ନୀତା କହିଛନ୍ତି। କ୍ରୀଡ଼ା ଓ ଶିକ୍ଷାରେ ଛୋଟ ପିଲାମାନେ ବିକଶିତ ହୁଅନ୍ତୁ ବୋଲି ଆଶା କରୁଛି । ଏ ନେଇ ଭାରତ ସାରା ବିଶ୍ୱ ଦରବାରରେ ପରିଚିତ ହେବା ସହ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ନେଇ ମୋର ସ୍ବପ୍ନ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଏନ୍‌ବିଏ କମିଶନର ଅଡାମ ସିଲଭର ଉପସ୍ଥିତ ରହିଥିଲେ। ନୀତା ଏନ୍‌ବିଏ ଅଧିକାରୀଙ୍କୁ ମ୍ୟାଚ୍‌ ବଲ୍‌ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ଶକିରାଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଲା; ଉଦଘାଟନୀ ଉତ୍ସବରେ ଅନେକ ଆନ୍ତର୍ଜାତୀୟ ତାରକା ଦେଖାଇଲେ ଜଲଓ୍ବା

ମେକ୍ସିକୋ ସିଟି,୧୧।୬: ଫିଫା ବିଶ୍ୱକପ 2026 ର ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ତାରକାମାନେ ଦର୍ଶକଙ୍କୁ ମୋହିତ କରିଥିଲେ। ଇତିହାସର ସବୁଠାରୁ ବଡ଼ ଫୁଟବଲ ବିଶ୍ୱକପର ଉଦଘାଟନୀ ଉତ୍ସବ…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri