ଭାପୁର ବ୍ଲକରେ ଦୁର୍ନୀତିର ତଦନ୍ତ, ଏବିଡିଓଙ୍କ ବଦଳି ଦାବି ଆମରଣ ଅନଶନରେ ବସିଲେ ଜନପ୍ରତିନିଧି

ନୟାଗଡ଼ ଅଫିସ/ଭାପୁର (ଡି.ଏନ୍‌.ଏ.),୪ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ଓ ଏବିଡିଓଙ୍କ ବଦଳି ଦାବିରେ ମଙ୍ଗଳବାର ପଞ୍ଚାୟତ ଜନପ୍ରତିନିଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୧ଟାରେ ଯୁବନେତା ଜିତେନ୍ଦ୍ର କୁମାର ରଣସିଂଙ୍କ ନେତୃତ୍ୱରେ ଗୋଳାପୋଖରୀ ସମିତିସଭ୍ୟା ସସ୍ମିତା ସାହୁ, ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, ଚକ୍ରଧର ପ୍ରସାଦ ସମିତିସଭ୍ୟ ପ୍ରଦୀପ ଜେନା, ଭଗବାନପୁର ସମିତିସଭ୍ୟ ବସନ୍ତ କୁମାର ପ୍ରଧାନ, ଭାପୁର ସମିତିସଭ୍ୟା ବିଷ୍ଣୁପ୍ରିୟା ନାୟକଙ୍କ ସମେତ ବିଜେଡିର ୨୧ ଜଣ ସକ୍ରିୟ କର୍ମୀ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ଏମାନଙ୍କୁ ସମର୍ଥନ କରି ଶତାଧିକ ବ୍ୟକ୍ତି ଅନଶନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଭାପୁର ବ୍ଲକରେ ପ୍ରାୟ ବର୍ଷେ ହେଲା ବିଡିଓ ପଦବୀ ଖାଲି ପଡ଼ିଥିବା ବେଳେ ଏବିଡିଓ ଅନ୍ତର୍ଯ୍ୟାମୀ ଦାସ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଦାସଙ୍କ ସମୟରେ ବ୍ଲକରେ ଦୁର୍ନୀତି ସୀମା ଟପିବାରେ ଲାଗିଛି। ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ମୋଟା ଆକାରର ଅର୍ଥ ଦାବି କରାଯାଉଛି। ତାହା ନ ଦେଲେ ହିତାଧିକାରୀଙ୍କୁ ଯୋଜନାରୁ ବଞ୍ଚତ୍ତ କରାଯାଉଛି। ସେହିଭଳି ପିସି ନ ଦେଲେ କୌଣସି ଠିକାଦାରଙ୍କ ବିଲ୍‌ ହେଉନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଇସିସି ତାଲିକାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ପକ୍କାଘର ଥିବା ବ୍ୟକ୍ତିଙ୍କଠାରୁ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଦେଶ ଦିଆଯାଇଛି। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଆମ ଗାଁ ଆମ ବିକାଶ, ରାଜ୍ୟ ସଭା ହାତପାଣ୍ଠି, ଫନୀ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ କାମ କରା ନ ଯାଇ ମିଥ୍ୟା ବିଲ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ୨୨ ପ୍ରତିଶତ ପିସି ନ ଦେଲେ କୌଣସି କାର୍ଯ୍ୟର ବିଲ୍‌ ପାସ ହେଉ ନ ଥିବା ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏବିଡିଓଙ୍କୁ ବଦଳି ସହ ସପ୍ତାହକ ଭିତରେ ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ଅନଶନକାରୀ ଦାବି କରିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନସ୍ଥଳରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ବିଜୁ ଜନତା ଦଳର ଗୋଟିଏ ଗୋଷ୍ଠୀ ପ୍ରଶାସନକୁ ବିରୋଧ କରି ଅନଶନରେ ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରଶାସନକୁ ସମର୍ଥନ କରିଥିବା ଦେଖାଯାଇଥିଲା। ଶେଷ ଖବର ଅନୁଯାୟୀ ଅପରାହ୍ନ ୪ଟା ୩୦ରେ ଭାପୁର ତହସିଲଦାର ଡ. ସୁନିତା ଜେନା ଘଟଣାସ୍ଥଳରେ ପହଞ୍ଚତ୍ ଅନଶନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏ ନେଇ ଏବିଡିଓ ଦାସଙ୍କୁ ପଚାରିବାରୁ ସେ ପୂର୍ବପରି ତାଙ୍କ ନିକଟରେ ଦୁର୍ନୀତି ସମ୍ପର୍କରେ କୌଣସି ଅଭିଯୋଗ ନ କରି ଜନପ୍ରତିନିଧିମାନେ ଅନଶନରେ ବସିଛନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟ ଭାପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପରିମଳ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାଗୁଡିକରେ ଅନିୟମିତତା ହୋଇଥିବା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଅଭିଯୋଗ ଆଣିଛନ୍ତି। ଏପରି କି ଏସବୁ ଅଭିଯୋଗ ନେଇ ଗତ ସପ୍ତାହରେ ଲୋକପ୍ରତିନିଧିମାନେ ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର କିଛି ସମାଧାନ ନ ହେବାରୁ ସେମାନେ ଆମରଣ ଅନଶନରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ଘର ସିଡି ପାହାଚରୁ ଖସିପଡ଼ିଲେ, ଚାଲିଗଲା ଆଇଟିଆଇ ଛାତ୍ରଙ୍କ ଜୀବନ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିର ଆଦିତ୍ୟ ମହାରଣା (୧୭) ଘର ଛାତ ସିଡ଼ି ପାହାଚରୁ ଖସି ସୋମବାର ଅପରାହ୍ନ…

ଡିଜିଟାଲ ଇଣ୍ଡିଆ ନାରା ପ୍ରହସନ: ନେଟୱର୍କ ପାଇଁ ଗଛ ଉପରେ ମଞ୍ଚା, ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୋମଳମତି ଶିଶୁ

ଥୁଆମୂଳ ରାମପୁର,୫।୫ (ଦୁର୍ଗା କୀର୍ତ୍ତି): ସମଗ୍ର ଦେଶରେ ଡିଜିଟାଲ ବିପ୍ଳବ ଓ ୫-ଜି ସେବାର ଜୟଗାନ କରାଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରୁ ଆସିଛି…

ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପ୍ରୋଭିଜନାଲ ପେନସନ ପ୍ରଦାନ କର…

ହାଟଡିହୀ/ଛେନାପଦୀ,୫।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ନାୟକଙ୍କୁ ପ୍ରୋଭିଜନାଲ ପେନସନ ପ୍ରଦାନ କରିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟ…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଜାଲ୍‌’ ବିଲ୍‌ ଆତ୍ମସାତ ଚିଠା : ବିନା କାମରେ କୋଟି କୋଟି ଟଙ୍କା ଲୁଟ୍‌, ଭିଜିଲାନ୍ସ ତଦନ୍ତ ଦାବି

ଥୁଆମୂଳ ରାମପୁର, ୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ନେଇ ସାଂଘାତିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ/ ପଟାଙ୍ଗି , ୫/୫(ଅମିତାଭ ବେହେରା/ ଶରତ ଧଳ ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri