ଭାଜପା ରାଜ୍ୟ ସଭାପତି ପଦକୁ ନେଇ ଚର୍ଚ୍ଚା:ଗୋଷ୍ଠୀବାଦ ନା ଯୋଗ୍ୟତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାନୁୟାରୀ ପୂର୍ବରୁ ଶେଷ ହେବ। ବୁଥ୍‌ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସବୁଠି ଦଳ ନିଜର ନେତୃତ୍ୱ ପରିବର୍ତ୍ତନ କରିବାକୁ ଯାଉଛି। ଏହି ପ୍ରକ୍ରିୟାର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ବାକି କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଦଳ ନୂଆ ରାଜ୍ୟ ସଭାପତି ଚୟନ କରିବ ବୋଲି କହୁଥିବାବେଳେ ଏହି ପଦବୀକୁ ନେଇ ଭାଜପା ନେତାମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ହେଲେ ରାଜ୍ୟ ଭାଜପାରେ ନିଜକୁ ସର୍ବେସର୍ବା ବୋଲାଉଥିବା ଜଣେ ନେତା ନିଜ ଗୋଷ୍ଠୀର ଜଣଙ୍କୁ ଏହି ଆସନରେ ବସାଇବା ଲାଗି ଯୋଜନା ଚଳାଇଛନ୍ତି।
ଏଥର ଭାଜପାର ରାଜ୍ୟ ସଭାପତି ପଦବୀ ହାତେଇବା ଲାଗି ବହୁ ନେତା ଆଗ୍ରହୀ ଅଛନ୍ତି। କେତେଜଣ ବରିଷ୍ଠ ନେତା ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବାରୁ ଆଶାୟୀଙ୍କ ସଂଖ୍ୟା ବଢିଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ଲଢି ନ ଥିବା କେତେଜଣ ନେତା ରାଜ୍ୟରେ ନିଜକୁ ଭାଜପାର ସର୍ବେସର୍ବା ବୋଲାଉଥିବା ନେତାଙ୍କ ପଛରେ ବୁଲିବୁଲି ସଭାପତି ହେବାର ସ୍ବପ୍ନ ଦେଖୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟରେ ଭାଜପାର ଦୁର୍ବଳ ସ୍ଥିତିବେଳେ ଦଳ ପାଇଁ କାର୍ଯ୍ୟ କରିଆସିଥିବା ନେତାମାନଙ୍କୁ ଅଣଦେଖା କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅବଶ୍ୟ ଏହା କିଛି ନୂଆ ନୁହେଁ, ସାଧାରଣ ନିର୍ବାଚନ ସମୟରେ ଟିକେଟ ବଣ୍ଟନ ବେଳେ ଏହିଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଦଳର ଖରାପ ପରିସ୍ଥିତି ବେଳେ କାମ କରିଆସୁଥିବା ନେତାଙ୍କୁ ଟିକେଟ ମିଳିବା ବଦଳରେ ଯେଉଁମାନେ ଅନ୍ୟ ଦଳରୁ ଆସି ରାତିରେ ଭାଜପାରେ ସାମିଲ ହେଲେ ସେମାନେ ସକାଳେ ଟିକେଟ ନେଇ ଚାଲିଗଲେ। କିନ୍ତୁ ଏପରି ବହୁ ଆମଦାନୀ ନେତା ନିର୍ବାଚନ ଲଢେଇରେ ବିଫଳ ହେଲେ। ତେଣୁ ଏବେ ସଭାପତି ଚୟନ ସମୟରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବା ବେଳକୁ ଏହାକୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି।
ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ ଗତ ବିଧାନସଭା ନିର୍ବାଚନରେ ହାରିବାପରେ ସଭାପତି ପଦ ପାଇଁ ଆଗ୍ରହୀ ଥିବା କୁହାଯାଉଛି। କିଛିଦିନ ମଧ୍ୟରେ କନକବର୍ଦ୍ଧନ ବାରମ୍ବାର ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତାଙ୍କ ନିକଟରେ ଏ ସମ୍ପର୍କିତ ପ୍ରସ୍ତାବ ରଖିଥିବା ଦଳ ଭିତରେ ଆଲୋଚନା ଚାଲିଛି। ଏହାସହ ଏଥର କେନ୍ଦ୍ରମନ୍ତ୍ରୀ ପଦ ନ ମିଳିବା ପରେ ଏମ୍‌ପି ଜୁଏଲ ଓରାମ ମଧ୍ୟ ସଭାପତି ଦୌଡ଼ରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ବରଗଡ ଏମ୍‌ପି ସୁରେଶ ପୂଜାରୀ ସଭାପତି ହେବା ସମ୍ଭାବନା ରହିଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦି ସଭାପତି ଆସନ ଲାଗି ସୁରେଶ ପୂଜାରୀ କିମ୍ବା ଜୁଏଲ ଓରାମଙ୍କ ନାମ ଆସେ ତେବେ ଦଳକୁ ନିଜ ଅନୁଯାୟୀ ଚଳାଇବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ପୁନଶ୍ଚ ବସନ୍ତ ପଣ୍ଡାଙ୍କୁ ଏହି ଆସନରେ ବସାଇଦେବାକୁ ପ୍ରୟାସ କରିବେ। ଭାଜପା ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି। ମାତ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେତେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହିଁ। ସେଥିଲାଗି ଉପକୂଳ ଓଡ଼ିଶାର କାହାକୁ ଭାଜପା ସଭାପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏଭଳି ଜାଣିଶୁଣି ଚର୍ଚ୍ଚା ସୃଷ୍ଟି କରାଯାଉଛି ବୋଲି ଆଉ କେତେଜଣ ନେତା କହୁଛନ୍ତି। ସେହିପରି ବିଧାୟକମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦଳର ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ କହିଛନ୍ତି, ଦଳରେ ଗୋଷ୍ଠୀ ରାଜନୀତି ନାହିଁ। ଗଣତାନ୍ତ୍ରିକ ପଦ୍ଧତିରେ ଦଳ ଯୋଗ୍ୟତା ଏବଂ ଦକ୍ଷତା ଅନୁଯାୟୀ ସଭାପତି ଚୟନ କରିବ। ସମସ୍ତଙ୍କୁ ନେଇ ଯିଏ କାମ କରିପାରିବେ ତାଙ୍କୁ ହିଁ ସୁଯୋଗ ମିଳିବ।
ସେ ଆହୁରି କହିଛନ୍ତି ଯେ, ଗତ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟ ଡିସେମ୍ବରରେ ଶେଷ ହେବ ା ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି ା ୧୦୦୪ ମଣ୍ଡଳରୁ ୯୦୦ରୁ ଉର୍ଦ୍ଧ୍ୱ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି ା ଆସନ୍ତା ୧୪,୧୫ ଏବଂ ୧୬ ତାରିଖରେ ଭାଜପାର ୩୬ଟି ସାଙ୍ଗଠନିକ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ଦଳର ଜିଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଏବଂ ୧୨ରେ ପ୍ରତ୍ୟେକ ଜିଲାକୁ ୨ଜଣ ଲେଖାଏ ପର୍ଯ୍ୟବେକ୍ଷକ ଯିବେ ା ନବନିଯୁକ୍ତ ମଣ୍ଡଳ ସଭାପତି ଏବଂ ଜିଲା ପ୍ରତିନିଧିମାନଙ୍କ ପରାମର୍ଶ ନେଇ ଜିଲା ନିର୍ବାଚନ କରାଯିବ ା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଏମ୍‌ପି ରାଜୀବ ପ୍ରତାପ ରୁଡ଼ିଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପଯର୍‌ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଜିଲା ନିର୍ବାଚନ ପ୍ରକ୍ରିୟା ଆସନ୍ତା ୧୬ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ତାରିଖ ଘୋଷଣା କରିବ ବୋଲି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri