ଭାଜପା ବିଧାୟକ ମଦନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଧାୟକଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଗରିବ ଲୋକମାନଙ୍କ ସୁଖଦୁଃଖରେ ନିଜକୁ ସମର୍ପିତ କରିଥିଲେ। ତାଙ୍କର ବିୟୋଗରେ ବାଲେଶ୍ୱରବାସୀ ଜଣେ ଅତ୍ୟନ୍ତ ପ୍ରୀୟ ବନ୍ଧୁଙ୍କୁ ହରାଇଲେ। ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କ ସହ ସୁସମ୍ପର୍କ ଥିଲା। ବିଧାୟକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଦୁଃଖକୁ ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିବା ଶ୍ରୀକାନ୍ତ କହିଛନ୍ତି।

ପ୍ରକାଶ ଯେ, ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବିଧାୟକଙ୍କୁ ମୃତ୍ୟୁ ବେଳକୁ ୬୧ ବର୍ଷ ହୋଇଥିବା ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ଷୀରୋଦ କୁମାର

ହାଟଡିହୀ,୨।୮(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କ୍ଷୀରୋଦ କୁମାର ତ୍ରିପାଠୀ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ଏବିଇଓ ରୂପେ...

ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଖାଇବାକୁ ଗଣ୍ଡେ ପାଇଲୁନି କି ପିନ୍ଧିବାକୁ ଖଣ୍ଡେ ପାଇଲୁନି। ଆମ ପୁରୁଷମାନେ ମଦ ପିଇ ମାତାଲ ହେଲେ। ପୋଲିସକୁ ଜଣାଇଲୁ ହେଲେ ପୋଲିସ କହିଲା...

ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ

ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ...

ମଧୁସୂଦନ ପାଢ଼ୀ ହେଲେ ପରିବହନ ସଚିବ

ଭୁବନେଶ୍ୱର,୪।୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କୁ ପରିବହନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ତାଙ୍କୁ ଚକବନ୍ଦୀ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।...

ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶର, ୧୩।୫(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ଥିବା ପଦବୀ ପୂରଣ ପାଇଁ...

ଗ୍ରାମବାସୀଙ୍କ ଦ୍ବାରା ଚୋରା ଝାଉଁ କାଠ ଜବତ

ବାହାନଗା,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ଅଟାସପୁର ଛକରୁ ରବିବାର ବେଆଇନ ଝାଉଁ କାଠ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି।...

ମିଳୁନି ବିଧବା ଭତ୍ତା: ଦୁଃଖରେ ଦିନ କାଟୁଛନ୍ତି ପୁଷ୍ପଲତା

ଆଠଗଡ, ୧୫।୧୨(ସ୍ବ.ପ୍ର.): ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତର ଗୋଡିଝରିଆ ଗ୍ରାମର ପୁଷ୍ପଲତା ବାରିକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ବର୍ଷେ ହେବ...

ଏବର୍ଷ ରଥଯାତ୍ରା ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି।...

Advertisement
Archives

Model This Week