Posted inଜାତୀୟ

ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା,୭ା୧(ଆଇଏଏନ୍‌ଏସ୍‌): ଜେଏନ୍‌ୟୁ କ୍ୟାମ୍ପସ୍‌ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିଚାଳନା କରିଥିଲା। ଯାଦବପୁର ବିଶ୍ୱବିଦ୍ୟାଳୟ (ଜେୟୁ)ର ଛାତ୍ରୀଛାତ୍ର, ଏସ୍‌ଏଫଆଇ କର୍ମୀ ଓ ବାମଦଳ କର୍ମୀମାନେ ସୁଲେଖା ମୋରେ ବସ୍‌ଷ୍ଟାଣ୍ଡରୁ ର଼୍ୟାଲି ବାହାର କରିଥିବାବେଳେ ଭାଜପା ସମର୍ଥକମାନେ ବାଘାଜତିନ ମୋରେରୁ ଯାଦବପୁର ଥାନା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଗତ ରାତିରେ ବାମଦଳ ସମର୍ଥତ୍ତ ଜେୟୁ ଛାତ୍ର ଗୋଷ୍ଠୀ ଭାଜପା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଦଳୀୟ ପତାକା ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ରବିବାର ମଧ୍ୟରାତ୍ରରେ ଏହି ଘଟଣା ଘଟିଛି। ଦିଲ୍ଲୀ ଜେଏନ୍‌ୟୁରେ ହିଂସା ପ୍ରତିବାଦରେ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଶୋଭାଯାତ୍ରା ବାହାର କରିଥିବାବେଳେ ଭଙ୍ଗାରୁଜା କରିଥିଲେ। ସୁଲେଖା କ୍ରସିଂ ନିକଟରେ ଥିବା ଭାଜପା କାର୍ଯ୍ୟାଳୟରେ ବାମଦଳ ଛାତ୍ରମାନେ ପଶି ଭଙ୍ଗାରୁଜା କରିଥିଲେ ବୋଲି ଏହାର ନେତା ଅନୁପମ ହାଜରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ

ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ...

ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍‌

କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍‌। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ...

ଝିଅ-ପୁଅଙ୍କ ବିବାହ ବୟସ ହେଉ ସମାନ, ଆବେଦନକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କଲେ ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଝିଅ-ପୁଅଙ୍କ ବିବାହ ବୟସ ସମାନ ହେବା ନେଇ କରାଯାଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ...

୨୦୨୪ର ସେମିଫାଇନାଲ, ଭାଜପା-କଂଗ୍ରେସର ଭବିଷ୍ୟତ ନିର୍ଣ୍ଣୟ କରିବ ୫ ରାଜ୍ୟର ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ, ୧୦।୧ : ଦେଶରେ ୫ଟି ରାଜ୍ୟରେ ବିିଧାନସଭା ନିର୍ବାଚନ ହୋବକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ଭାବେ ରାଜନୈତିକ...

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆନ୍ଧ୍ରର...

ବଦଳିଲେ ୫ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାର ରବିବାର ପାଞ୍ଚ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତିି। କେତେକ ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ଏପରି କରାଯାଇଥିବା ଆଲୋଚନା ହେଉଛି।...

ଆଶିଷ କ୍ରାଇମ୍‌ ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ, ପଚରାଉଚରା ଜାରି…

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କ୍ରାଇମ ବ୍ରାଞ୍ଚ୍‌ ଶାଖା କାର୍ଯ୍ୟାଳୟରେ ଶନିବାର ପହଞ୍ଚିଛନ୍ତି। କ୍ରାଇମ ବ୍ରାଞ୍ଚ ଦଳ...

୫ ବଡ଼ ନଦୀକୁ ସଂଯୋଗ ଯୋଜନା, ୨୫ ହଜାର କିଲୋମିଟର ରାଜପଥର ବିକାଶ, ୬୦ ଲକ୍ଷ ନୂଆ ଚାକିରି…

ନୂଆଦିଲ୍ଲୀ, ୧।୨ : ଆଗାମୀ ବର୍ଷରେ ୨୫ ହଜାର କିଲୋମିଟର ରାଜପଥର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଗାମୀ ୩ ବର୍ଷରେ...

Advertisement
Archives

Model This Week