Posted inଜାତୀୟ

ଭାଜପା ନେତା ବିଜୟଭର୍ଗିୟଙ୍କୁ ଜେଡ୍ ପ୍ଲସ ସୁରକ୍ଷା ସହ ବୁଲେଟ୍ ଫ୍ରୁଫ୍ କାର୍‌

କୋଲକାତା,୧୪ ।୧୨: ଭାରତୀୟ ଜନତା ପାର୍ଟି(ଭଜପା)ର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । କିଛିଦିନ ତଳେ ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏହା କରାଯାଇଥିବା କୁହାଯାଉଛି । ଏହି ଆକ୍ରମଣରେ ବିଜୟଭର୍ଗିୟଙ୍କ ଗାଡି ଉପରକୁ ମଧ୍ୟ ପଥରମାଡ କରାଯାଇଥିଲା । ଯେଉଁଥିରେ ତାଙ୍କ ହାତରେ ଆଘାତ ଲାଗିବା ସହ ତାଙ୍କର ଲିଗାମେଣ୍ଟ ଫ୍ୟାକ୍‌ଚର ହୋଇଯାଇଥିବା ଜଣାପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ବିଜୟଭର୍ଗିୟଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ସେ ଏବେ ଜେଡ୍ ପ୍ଲସ ସୁରକ୍ଷା ସହ ବୁଲେଟ୍ ଫ୍ରୁଫ୍ ଗାଡି ବ୍ୟବହାର କରିବେ । ନଡ୍ଡାଙ୍କ ଉପରେ ଦକ୍ଷିଣ ୨୪ ପ୍ରଗଣାରେ ଯେଉଁ ପଥରମାଡ କରାଯାଇଥିଲା ସେଥିରେ ତାଙ୍କ ପାଖରେ ବୁଲେଟ୍ ଫ୍ରୁଫ୍ ଗାଡି ଥିଲା ବୋଲି ସେ ବଞ୍ଚି ଯାଇଥିବା ପ୍ରକାଶ କରିଥିଲେ । ତେଣୁ ଏବେ ବିଜୟଭର୍ଗିୟଙ୍କ ସୂରକ୍ଷାକୁ ମଧ୍ୟ ବଢାଇ ଦିଆଗଲା । ତେବେ ସେହି ଆକ୍ରମଣ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ଦ୍‌୍ୱାରା କରାଯାଇଥିବା ଭାଜପା ଅଭିଯୋଗ କରିଥିଲା । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ଭାଜପା ଓ ଟିଏମ୍‌ସି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଲେଣି ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ

କୋଲକାତା,୮ ।୩: ବେଳକୁ ବେଳ ପଶ୍ଚିମବଙ୍ଗ ରାଜନୀତି ହେଉଛି ସରଗରମ । ଗତ ସପ୍ତାହରେ ଶାସକ ତୃଣମୂଳ କଂଗ୍ରେସ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ...

ବିପର୍ଯ୍ୟୟରେ ଜନ୍ମନେଲେ ୭୦୭ ଶିଶୁ

ଗାନ୍ଧୀନଗର, ୧୭।୬: ଗୁଜରାଟ କଚ୍ଛ ଜିଲାରେ ଗୁରୁବାର ଅତି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୭୦୭ ନବଜାତ ଜନ୍ମ ନେଇଛନ୍ତି। ବାତ୍ୟା ବିପର୍ଯ୍ୟୟ...

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା...

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬...

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି...

ଇସ୍ରାଏଲ୍‌ ମଦ କମ୍ପାନୀ ବୋତଲରେ ଗାନ୍ଧୀଜୀଙ୍କ ଫଟୋ: ମୋଦି-ନେତନ୍ୟାହୁଙ୍କୁ ଚିଠି

ଥିରୁଭାନନ୍ତପୁରମ୍‌,୩୦।୬: କେରଳରେ କାରବାର କରୁଥିବା ଏକ ମଦ କମ୍ପାନୀ ମାକା ବ୍ରେବରୀର ବୋତଲ ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଯାଇଛି। ଏହାକୁ ନେଇ...

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି...

ମମତା ସରକାରଙ୍କୁ ଝଟ୍‌କା: ରାମନବମୀ ହିଂସା ମାମଲା ଏନଆଇଏକୁ ହସ୍ତାନ୍ତର…

କୋଲକାତା,୨୭।୪ : ପଶ୍ଚିମବଙ୍ଗର ବିଭିନ୍ନ ଜିଲାରେ ରାମ ନବମୀ ଅବସରରେ ଘଟିଥିବା ହିଂସାକୁ ନେଇ କଲିକତା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ହାଓ୍ବଡା...

Advertisement
Archives

Model This Week