ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଉଦ୍ୟମ ମାମଲା: ଫେରାର ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର ଜିଲା ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବାପି ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ସୋମବାର ପୂର୍ବାହ୍ନରେ କେ.ନୂଆଗାଁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଦେଓଖାଳି ଗାଁର ରଜିତ ପ୍ରଧାନ ଏବଂ କୁନା ପ୍ରଧାନ। ପୋଲିସ ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ବାଇକ ଓ ଠେଙ୍ଗା ଜବତ କରଛି। ଗତ ଶନିବାର ବାପି ଗାଁର ରାମ ମନ୍ଦିର ନିକଟ ପ୍ରତାପ ପ୍ରଧାନଙ୍କ ସିମେଣ୍ଟ ଦୋକାନରେ ବସିଥିଲେ। ପୂର୍ବାହ୍ନରେ ଦେଓଖାଳି ଗାଁର ଯୁବକ ଦ୍ବୟ ସେଠାରେ ପହଞ୍ଚି ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରି ହତ୍ୟା ଉଦ୍ୟମ କରି ଥିଲେ। ବାପି ଏ ନେଇ କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ଥାନା ମାମଲା ନଂ. ୧୮୪/୨୦ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ଘଟଣା ଦିନଠାରୁ ଅଭିଯୁକ୍ତ ଦ୍ବୟ ଫେରାର ଥିଲେ। ସେମାନେ ଗାଁକୁ ଫେରିଥିବା ଖବରପାଇ ପୋଲିସ ଉଭୟଙ୍କୁ ଗିରଫ କରିଛି। ଉଭୟଙ୍କ କୋଭିଡ ପରୀକ୍ଷା କରାଯାଇଛି। ରିପୋର୍ଟ ମିଳିବାପରେ ମଙ୍ଗଳବାର ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଗାଁରେ ଧାନକିଣା ଆରମ୍ଭ

ଘଣ୍ଟାପଡା, ୨।୧୨ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘଣ୍ଟାପଡା ସେବା ସମବାୟ ସମିତି ଲିଃ ତରଫରୁ ସମ୍ପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ସୋମବାର ଧାନକିଣା ଆରମ୍ଭ ହୋଇଛି...

କିନ୍ନର, ଅସହାୟଙ୍କୁ ଯୋଗାଇଲେ ଆହାର

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ପାଣିଛତ୍ରଠାରେ ସୋମବାର ଗରିବ, ଅସହାୟ ତଥା କିନ୍ନରଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଅନ୍ନଭୋଜନ କାର୍ଯ୍ୟକ୍ରମକୁ ଅଞ୍ଚଳର ଅସହାୟ ଲୋକେ...

ଏହି ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ହଜାରେ: ପୁଣି ଜଣେ ରିପିଟ୍‌ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୫।୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ହଜାରେ ଟପିଯାଇଛି । ବୁଧବାର ଜିଲାରେ ପୁଣି ୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା...

ବଚସାରୁ ଭୁଜାଲି ମାଡ଼

ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ...

କାତପଡ଼ା, ହଳଦିଆପଡ଼ା ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌

କଣାସ,୧୯ା୭(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କାତପଡ଼ା ଓ ହଳଦିଆପଡା ଗ୍ରାମରେ ରବିବାର ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଡିଓ ରବୀନ୍ଦ୍ର...

ଅକ୍ସଫୋର୍ଡ ୟୁନିଭରସିଟିରେ ପିଏଚ୍‌ଡି କରିବେ ବଲାଙ୍ଗୀରର ଶୀତଲ  

ବଲାଙ୍ଗୀର ଅଫିସ, ୨୭ା୮-ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ୍‌ ଏକ ବିରଳ ଗୌରବର ଅଧିକାରୀ ହୋଇଛନ୍ତି ା ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟିରେ ଇତିହାସ ବିଷୟରେ...

ଶସ୍ତା ହେଲା କନ୍ଧମାଳ ହଳଦୀ, ଖଲିପତ୍ର

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ)- କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ...

ବରଗଡ଼ରେ ପୁଣି ୧୪୬ କରୋନା ପଜିଟିଭ୍‌ : ଏକ ସେବାଶ୍ରମର ୮ ଶିଶୁ ଆକ୍ରାନ୍ତ

ବରଗଡ଼ ଅଫିସ,୧୩ା୯: ଜିଲାରେ ରବିବାର ପୁଣି ୧୪୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରଡୋଲ ସିମେଣ୍ଟ ନଗର...

Coronavirus Update

Archives

Model This Week

Why Dharitri