Posted inଜାତୀୟ

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ଓ୍ବାରିସ୍‌୍‌ଙ୍କ ମନ୍ତବ୍ୟ ନିନ୍ଦନୀୟ, ତାଙ୍କୁ ଗିରଫ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କରିଛନ୍ତି, ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌। ଭାଜପା ନେତା ଅନୁରାଗ ଠାକୁର ଏବଂ ପରବେଶ ବର୍ମା ଦିଲ୍ଲୀ ନିର୍ବାଚନ ବେଳେ ଯେଉଁଭଳି ମନ୍ତବ୍ୟ ଦେଇଥିଲେ ତାଙ୍କୁ ମଧ୍ୟ ଗିରଫ କରିବା ଉଚିତ୍‌। ସୂଚନାଯୋଗ୍ୟ, ଏଆଇଏମ୍‌ଆଇଏମ୍‌ ନେତା ଓ୍ବାରିସ ପଠାନ ନିକଟରେ କହିଥିଲେ, ଆମେ ଇଟାର ଜବାବ ଦେବା ଶିଖିଯାଇଛୁ। ଆମେ ସବୁ ଯଦି ଏକାଠି ହେବୁ ୧୫ କୋଟି ମୁସଲମାନ ଲୋକ ୧୦୦ କୋଟି ଲୋକଙ୍କ ଉପରେ ଭାରି ପଡିବୁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଚାରିଆଡେ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପ୍ରଚାର ପଦଯାତ୍ରାରୁ ହଟିଲା କଟକଣା, ରାତି ୧୦ଟା ପର୍ଯ୍ୟନ୍ତ କରିହେବ ପ୍ରଚାର…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଉପରେ ଥିବା କଟକଣାକୁ ଶନିବାର କୋହଳ...

ପ୍ରତ୍ୟେକ ମେଡିକାଲ କଲେଜକୁ ଦେବାକୁ ପଡିବ ବର୍ଷକର ବିବରଣୀ…

ନୂଆଦିଲ୍ଲୀ,୧୦।୮ : ଦେଶର ସମସ୍ତ ମେଡିକାଲ କଲେଜକୁ ବର୍ତ୍ତମାନ ରୋଗୀଙ୍କ ହିସାବ ଦେବାକୁ ପଡିବ। କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୟୁସିଆଇ) ମେଡିକାଲ କଲେଜଗୁଡ଼ିକ ପାଇଁ...

ଚିଦାମ୍ବରମ୍‌ଙ୍କୁ ନେବା ପାଇଁ ତିହାର ଜେଲ ପହଞ୍ଚିଲେ ପୁଅ କାର୍ତ୍ତି

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ...

ଠେଲି ଠେଲି ନେଉଛନ୍ତି ଟିକା ଭର୍ତ୍ତି ଗାଡ଼ି

ପାଟନା, ୯ା୪- ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା ଓ ଟିକା ଅଭାବ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର...

ସିଆର୍‌ପିଏଫ୍‌ ମହିଳା ଶକ୍ତି: ମଥାରେ ସିନ୍ଦୂର, ହାତରେ ବନ୍ଧୁକ

ନୂଆଦିଲ୍ଲୀ,୭।୩ : ଅବଳା ନୁହେଁ ଦୁର୍ବଳା। ଏହାକୁ ସତ୍ୟ କରି ଦେଖାଇଛନ୍ତି ସିଆର୍‌ପିଏଫ୍‌ ୭୩ ବାଟାଲିୟନ୍‌ ମହିଳା ଶକ୍ତି। ମଥାରେ ସିନ୍ଦୂର ଏବଂ ହାତରେ ବନ୍ଧୁକ...

ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ: ୨୩ ମନ୍ତ୍ରୀ ନେଲେ ଶପଥ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବୁଧବାର ହୋଇଛି। ଏଥିରେ ୨୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୬ କ୍ୟାବିନେଟ୍‌,...

୮ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ଼,୨୮।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମଙ୍ଗଳବାର ଅମୃତଶର କୋର୍ଟରେ ହାଜର କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି...

ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥକୁ ସୁଗମ କରେ ନାହିଁ…

ନୂଆଦିଲ୍ଲୀ,୧୫।୧୧: ପ୍ରକୃତି ହି ସବୁଠାରୁ ଶକ୍ତିଶାଳୀ। ଏପରିସ୍ତଳେ ପ୍ରକୃତିକୁ ନଷ୍ଟ କରିବା ଅବା ଏହାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇଥାଏ।...

Advertisement
Archives

Model This Week