Posted inଜାତୀୟ

ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି ଜନତା: ପାଓ୍ବାର

ନୂଆଦିଲ୍ଲୀ,୨୩।୧୨: ଝାଡଖଣ୍ଡ ବିଧାନସଭାର ଫଳାଫଳକୁ ଦେଖି ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କର ମତ ରଖିଛନ୍ତି। ପାଓ୍ବାର କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ କରୁଛି, ଏବେ ଜନତା ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼ ପରେ ଏବେ ଝାଡଖଣ୍ଡରେ ଭାଜପାର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପାଓ୍ବାର ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନର ନିର୍ଣ୍ଣାୟକ ଫଳାଫଳ ଆସି ନ ଥିଲେ ମଧ୍ୟ ଭାଜପା ମ୍ୟାଜିକ୍‌ ନମ୍ବରଠାରୁ ବହୁ ପଛରେ ଥିବାର ଲକ୍ଷ୍ୟ କରାଯାଇଥିଲା। ଆଉ ଏହାକୁ ଦେଖି ରାଜନୈତିକ ମହଲରେ ମଧ୍ୟ ଭାଜପାର ସ୍ଥିତିକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରିପବ୍ଲିକ୍‌ ଟିଭିର ୧,୦୦୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୪ା୧୦: ରିପବ୍ଲିକ୍‌ ଟିଭିରେ କାର୍ଯ୍ୟରତ ୧,୦୦୦ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ କରିଛି। ଏନେଇ ଉକ୍ତ ନ୍ୟୁଜ୍‌ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍‌ ଅନାଥ ପିଲାଙ୍କୁ ପ୍ରତିମାସରେ ମିଳିବ ୧୫୦୦ ଟଙ୍କା

ପାଟନା,୩୦।୫: କରୋନା ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ରବିବାର ବିହାର...

୧୬ ବାଘ ଦାନ୍ତ ସହ ୪ ଗିରଫ

ଦିସପୁର, ୨୧।୧୦: ଆସାମର କର୍ବି ଆଙ୍ଗ୍ଲୋଙ୍ଗ ଜିଲାରୁ ପୋଲିସ ବୁଧବାର ୧୬ଟି ବାଘ ଦାନ୍ତ ଜବତ କରିଛି। ବାଘ ଦାନ୍ତ ଚୋରା ଚାଲାଣ ମାମଲାରେ ପୋଲିସ...

କଶ୍ମୀରର ୧୦୦ ଜଣିଆ ପ୍ରତିନିଧିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୩।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କଶ୍ମୀରର ୧୦୦ ଜଣିଆ ଏକ ପ୍ରତିନିଧି ଦଳଙ୍କୁ ନିଜ କାର୍ଯ୍ୟାଳୟରେ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ କଶ୍ମୀରର...

ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ

ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍‌ ସମୟରେ ଡ୍ରେନ ସଫା...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ କମିଟିର ଘୋଷଣା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୧।୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନକୁ ନେଇ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ପାଇଁ ଏକ...

ନୀତି ଆୟୋଗ ପୁନର୍ଗଠିତ

ନୂଆଦିଲ୍ଲୀ୍‌,୭ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ଏଥିରେ ସେ ପୂର୍ବଭଳି ରାଜୀବ କୁମାରଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଲ୍ୟାଣ୍ଡର୍‌ ବିକ୍ରମର ପ୍ରଥମ ଡି-ଅର୍ବିଟାଲ ଅପରେଶନ୍‌ ଶେଷ

ଚେନ୍ନାଇ: ସେପ୍ଟେମ୍ବର ୨ ତାରିଖ ୧ଟା ୧୫ ମିନିଟ୍‌ରେ ଅର୍ବିଟର୍‌ରୁ ଭାରତର ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି।...

Advertisement
Archives

Model This Week