Posted inଜାତୀୟ

ଭାଜପାକୁ କଡ଼ା ସମାଲୋଚନା କଲେ ଆଦିତ୍ୟ

ମୁମ୍ବାଇ,୨୮।୧୨: ସରକାର ଗଠନ ପାଇଁ କିଛି ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିଲା। ଏହାର ଅନ୍ତ ପରେ ଠାକରେ ପରିବାରର ଇତିହାସ ଭାଙ୍ଗି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ବିଧାନସଭା ନିର୍ବାଚନ ଫଳାଫଳରେ ଭାଜପା ସବୁଠାରୁ ବଡ଼ ଦଳ ହେବା ପରେ ମଧ୍ୟ ଶାସନ କ୍ଷମତାଠାରୁ ଦୂରେଇ ଯାଇଥିଲା। ଏହାପରେ ଏନ୍‌ସିପି ଓ କଂଗ୍ରେସ ସହ ଶିବସେନା ମେଣ୍ଟ କରି ୨ଦଳର ସମର୍ଥନରେ ସରକାର ଗଠନ କରିଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଭାଜପା ଓ ଶିବସେନା ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ବରେଲିର ବିଧାୟକ ତଥା ଶିବସେନା ମୁଖ୍ୟଙ୍କ ପୁଅ ଆଦିତ୍ୟ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶାସନ କ୍ଷମତାରୁ ଦୁରେଇ ଯାଇଥିବାରୁ ଭାଜପା ଏବେ ଶିବସେନାକୁ ଇର୍ଷା କରୁଛି। କ୍ଷମତାଠାରୁ ବାହାର ହେବା ପରେ ଭାଜପା ଦୁଃଖୀ ହୋଇ ପ୍ରତିହିଂସାରେ ଜଳୁଛି। ହେଲେ ତାଙ୍କୁ ‘ବରନଲ୍‌’ ଲଗାଇବା ପାଇଁ କେବେ ପରାମର୍ଶ ଦେବି ନାହିଁ ବୋଲି ଆଦିତ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ଭାଜପାର କଷ୍ଟ ବୁଝୁଛି। କିନ୍ତୁ ଦଳ ନିଜ କାମକୁ ଭଲ ଭାବେ ତୁଲାଉ ଥିବାରୁ ସାଧାରଣଜନତା ତାଙ୍କୁ ବିଶ୍ୱାସ କରଛନ୍ତି। ଏଥିସହ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ମଧ୍ୟ ଦଳ ପୂରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ଯେପରିକି ଋଣ ଛାଡ, ୧୦ଟଙ୍କାରେ ଭୋଜନ ଇତ୍ୟାଦି। ସୂଚନାଯୋଗ୍ୟ, ଚଳିତ ବର୍ଷ ଶିବସେନା ମୁଖ୍ୟଙ୍କ ପୁଅ ଆଦିତ୍ୟ ଠାକରେ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବରେଲିରୁ ନିର୍ବାଚନ ଲଢ଼ି ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶର ୭୪ ପ୍ରତିଶତ ବିଧାୟକ କୋଟିପତି, ୧୯ ଜଣଙ୍କ ବିରୋଧରେ ଅପରାଧୀକ ମାମଲା…

ଶିମଲା,୨୦।୧୦ : ହିମାଚଳ ଇଲେକଶନ ୱାଚ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ହିମାଚଳ ଜ୍ଞାନ ବିଜ୍ଞାନ ସମିତି ଦ୍ୱାରା ନିର୍ବାଚନ ସାକ୍ଷରତା ଅଭିଯାନ...

କଏଦୀଙ୍କ ମୃତ୍ୟୁ ପରେ ଜେଲରେ ହିଂସା, ୩୦ ପୋଲିସ ଆହତ

ଫାରୁଖାବାଦ(ୟୁପି),୭।୧୧: ଉତ୍ତରପ୍ରଦେଶର ଫାରୁଖାବାଦ ଜେଲ୍‌ରେ ରବିବାର ଜଣେ କଏଦୀ ଡେଙ୍ଗୁରେ ପ୍ରାଣ ହରାଇବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜେଲ୍‌ ଅନ୍ତେବାସୀମାନଙ୍କ ଆକ୍ରମଣରେ ୩୦...

ଆସନ୍ତା ଦୁଇଦିନ ଚେନ୍ନାଇରେ ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ ବନ୍ଦ

ଚେନ୍ନାଇ,୮ ।୧୧: ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କିଛି ଜିଲାରେ ଏବେବି ପ୍ରବଳ ବର୍ଷା ଜାରି ରହିଛି...

କୋଟିଏ ଲୋକଙ୍କ ପିଛା ଉତ୍ତରାଖଣ୍ଡରେ ୩୦୮ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ...

ରାଜ୍ୟ ସଭାରେ ସୁଷମାଙ୍କ ପାଇଁ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ...

ଯବାନଙ୍କୁ କ୍ଷମା ମାଗନ୍ତୁ ରାହୁଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୭ ।୧୨: ଅରୁଣାଚଳ ପ୍ରଦେଶର ତୱାଂଗ ସେକ୍ଟରରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି...

କୃଷକ ମହାପଞ୍ଚାୟତ: ଜନ୍ତର-ମନ୍ତରରୁ ସିନ୍ଧୁ ବର୍ଡର ପର୍ଯ୍ୟନ୍ତ ପୋଲିସ ଛାଉଣି

ନୂଆଦିଲ୍ଲୀ,୨୨ ।୮: ସଂଯୁକ୍ତ କୃଷକ ମୋର୍ଚ୍ଚା ସୋମବାର ଦିଲ୍ଲୀର ଜନ୍ତର-ମନ୍ତରରେ କୃଷକ ମହାପଞ୍ଚାୟତର ଘୋଷଣା କରିଛି । ଏହି ମହାପଞ୍ଚାୟତରେ ଯୋଗ ଦେବାକୁ ଦେଶର ବିଭିନ୍ନ...

ଦିଲ୍ଲୀ ଦଙ୍ଗାରେ ମୃତ ପୋଲିସଙ୍କ ପରିବାରକୁ ୨ ମାସର ଦରମା ଦାନ କଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୨: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ପରଭେଶ ବର୍ମା ଦିଲ୍ଲୀ ଦଙ୍ଗାରେ ମୃତ ହେଡ କନ୍‌ଷ୍ଟେବଳ ରତନ ଲାଲ ଓ ଇଣ୍ଟଲିଜେନ୍ସ ବ୍ୟୁରୋ ଅଫିସର...

Advertisement
Archives

Model This Week