ଭାଇରସ୍‌ ଚିହ୍ନିବ ଭାଇରିୟନ

ନ୍ୟୁୟର୍କ: ପ୍ରାଣୀମାନଙ୍କ ଦେହରେ ୧୬.୭ ଲକ୍ଷରୁ ଊର୍ଦ୍ଧ୍ୱ ଅଜଣା ଭାଇରସ୍‌ ରହିଥାନ୍ତି, ଯାହାଦ୍ୱାରା ଅନେକ ସମୟରେ ଲୋକମାନେ ସଂକ୍ରମିତ ହୋଇ ଭୟଙ୍କର ରୋଗର ଶିକାର ହୋଇଥାନ୍ତି। ଏଚ୍‌୫ଏନ୍‌୧, ଜିକା ଓ ଇବୋଲା ଭଳି ଭାଇରସ୍‌ ସଂସ୍ପର୍ଶରେ ଆସି ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ମଧ୍ୟ ନଜିର ରହିଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ମେସିନ୍‌ ଡେଭଲପ୍‌ କରିଛନ୍ତି, ଯାହା ମଣିଷ ଦେହରେ ଥିବା ଭାଇରସ୍‌କୁ ଶୀଘ୍ର ଚିହ୍ନଟ କରିପାରିବ ବୋଲି ପିଏନ୍‌ଏଏସ୍‌ ନାମକ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଯେତେଶୀଘ୍ର ଭାଇରସ୍‌ ଚିହ୍ନଟ କରାଯିବ, ସେତେଶୀଘ୍ର ଏହାକୁ ବ୍ୟାପିବାରୁ ରୋକା ଯାଇପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ପେନ୍‌ ଷ୍ଟେଟ୍‌ ୟୁନିଭରସିଟି ଓ ଆମେରିକାର ନ୍ୟୁୟର୍କ ୟୁନିଭରସିଟିର ପ୍ରଫେସର ମୋରିସିଓ ଟୋରନ୍‌ସ କୁହନ୍ତି, ଆମେ ଏକ ଶସ୍ତା ଡିଭାଇସ୍‌ ଡେଭଲପ୍‌ କରିଛୁ, ଯାହା ଆକାର ଆଧାରରେ ଭାଇରସ୍‌କୁ ଚିହ୍ନି ପାରିବ। ଭାଇରସ୍‌ର ବିସ୍ତୃତ ରେଞ୍ଜକୁ ଡିଜାଇନ୍‌ କରାଯାଇଥିବା ନାନୋଟ୍ୟୁବ ସାରଣୀକୁ ଏହି ମେସିନ୍‌ ଉପଯୋଗ କରିବ। ଏହାପରେ ରମନ ସ୍ପେକ୍ଟ୍ରୋସ୍କୋପି ଦ୍ୱାରା ଭାଇରସ୍‌ ସମ୍ପର୍କରେ ଜାଣିହେବ। ଏହି ଡିଭାଇସ୍‌ର ନାଁ ‘ଭାଇରିୟନ’। ଏହା ସାହାଯ୍ୟରେ ଫସଲରେ ହେଉଥିବା ରୋଗର ଭାଇରସ୍‌କୁ ଶୀଘ୍ର ଚିହ୍ନଟ କରାଯାଇ ସମ୍ପୂର୍ଣ୍ଣ କ୍ଷେତକୁ ବଞ୍ଚାଇବା, ପ୍ରାଣୀଙ୍କୁ ହେଉଥିବା ବିଭିନ୍ନ ରୋଗର ଭାଇରସ୍‌ ଆଦିକୁ ଚିହ୍ନଟ କରିପାରିବ। ଅନ୍ୟପଟେ ଏବେ କୌଣସି ରୋଗର ଭାଇରସ୍‌ ଡିଟେକ୍ଟ କରିବାକୁ ଏକାଧିକ ଦିନ ଲାଗୁଥିବା ବେଳେ ଏହି ଡିଭାଇସ୍‌ ସ୍ବଳ୍ପ ସମୟ ମଧ୍ୟରେ ଭାଇରସ୍‌କୁ ଚିହ୍ନଟ କରିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ; ଚକିତ ହେଲେ ଡାକ୍ତର

ମିରଟ୍‌: ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ। ଉତ୍ତରପ୍ରଦେଶର ମିରଟ୍‌ରେ ଥିବା ଏକ ଡାକ୍ତରଖାନାରୁ ଏଭଳି ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି।...

ଆପାର୍ଟମେଣ୍ଟ ଭୁଶୁଡ଼ି ୯ ମୃତ, ଜଣେ ନିଖୋଜ

ମସ୍କୋ,୧୯ା୧: ରୁଷିଆର ପ୍ରଶାନ୍ତ ଦ୍ୱୀପ ସଖାଲିନ୍‌ରେ ଥିବା ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ...

୬ ଚାଇନା କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା…

ଓ୍ବାଶିଂଟନ,୧୧।୨ : ରପ୍ତାନି କଳା ତାଲିକାରେ ଆମେରିକା ୬ ଚାଇନା କମ୍ପାନୀକୁ ସ୍ଥାନୀତ କରିଛି। ଚାଇନା ଗୁପ୍ତଚର ବେଲୁନ ମାମଲା ପରେ ଆମେରିକା ଏହି ପଦକ୍ଷେପ...

୧୦ ଦିନ ଧରି ଧର୍ମଘଟ କରିବେ ବିମାନବନ୍ଦର ସୁରକ୍ଷାକର୍ମୀ

ଲଣ୍ଡନ,୧୮ା୩: ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ୧୦ ଦିନ ପର୍ଯ୍ୟନ୍ତ ଧର୍ମଘଟ କରିବେ। ଦରମା ବୃଦ୍ଧି ଦାବିରେ ସମସ୍ତ କର୍ମଚାରୀ ଏହି ଧର୍ମଘଟ କରିବାକୁ ନିଷ୍ପତ୍ତି...

୧୪୭ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦେଶରୁ ଘଉଡ଼ାଇଲା ଇରାନ, ଘରକୁ ଫେରିବାରେ ସାହାଯ୍ୟ କଲା ଜାତିସଂଘ

କାବୁଲ,୨୫ା୩: ପୂର୍ବ ହେରାଟ ପ୍ରଦେଶର ଇସ୍‌ଲାମକାଲା ସୀମା ପାର କରି ଅତି କମ୍‌ରେ ୧୪୭ ଆଫଗାନିସ୍ତାନ ଶରଣାର୍ଥୀ ଇରାନରୁ ଫେରି ଆସିଛନ୍ତି। ତାଲିବାନର ଜଣେ ସୀମା...

୧୧୧ ବର୍ଷରେ ବି ଫିଟ୍‌ ଅଛନ୍ତି ଏହି ବ୍ୟକ୍ତି: ଖାଉଛନ୍ତି ଏହି ଖାସ୍‌ ଖାଦ୍ୟ

ସାଧାରଣତଃ ମଣିଷ ୯୦ କିମ୍ବା ୧୦୦ ବର୍ଷ ହୋଇଗଲେ ନିଜକୁ ଅନ୍‌ଫିଟ ଭାବିନେଇଥାଏ। କିନ୍ତୁ ଅଷ୍ଟ୍ରେଲିଆର ଲେଖକ ଡେକ୍ସଟର୍‌ କ୍ରୁଗର କ୍ଷେତ୍ରରେ ଏହା ଟିକେ ଭିନ୍ନ।...

ନିମନ୍ତ୍ରଣ ରଖିଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ତାଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଜୟପୁରରେ ଏକ ଠେଲାଗାଡ଼ିରୁ ପାଓଭାଜି ଖାଇ ଖୁସି...

ଅମରପ୍ରେମରୁ କାବେରୀ

ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...

Advertisement
Archives

Model This Week