Posted inଖେଳ

ଭାଇଙ୍କ ସହ କ୍ରିକେଟ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ, ଏବେ ଭାରତୀୟ ଦଳରେ ସ୍ଥାନ ପାଇ ହାସଲ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳା ଯାଇଥିଲା। ଏହି ମ୍ୟାଚଟିକୁ ଭାରତ ୧୧ ରନ୍ରେ ଜିତିଥିଲା। ତେବେ ଭାରତୀୟ ମହିଳା ଦଳର ଏହି ବିଜୟରେ ଦୀପ୍ତି ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୪ ଓଭର ବୋଲିଂ କରି ୮ ରନ ବ୍ୟୟ କରି ୩ଟି ୱିକେଟ ଦଖଲ କରିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀପ୍ତି ଏହି ୪ ଓଭର ମଧ୍ୟରୁ ୩ ଓଭର ମେଡେନ ନେଇଥିଲେ। ଅର୍ଥାତ ପ୍ରଥମ ୧୮ଟି ବଲରେ ସେ କୌଣସି ରନ ଦେଇ ନ ଥିଲେ। ୧୯ ନଂ ବଲରେ ହିଁ ସେ ରନ ଦେଇଥିଲେ। ସେହିପରି ପ୍ରଥମ ଦୁଇ ଓଭରରେ ସେ କୌଣସି ରନ ନ ଦେଇ ଦୁଇଟି ଉଇକେଟ ମଧ୍ୟ ନେଇଥିଲେ। ଟି-୨୦ରେ ୩ ଓଭର ମେଡେନ ନେବାରେ ଦୀପ୍ତି ଭାରତର ପ୍ରଥମ ଖେଳାଳି ହେବାର ରେକର୍ଡ କରିଛନ୍ତି। ପୂର୍ବରୁ କୌଣସି ମହିଳା କିମ୍ବା ପୁରୁଷ ଟିମ୍‌ ଖେଳାଳି ଏଭଳି ରେକର୍ଡ କରି ନ ଥିଲେ।
ଦୀପ୍ତି ଭଗବାନ ଶର୍ମା ଅଗଷ୍ଟ ୨୪ ୧୯୯୭ରେ ଉତ୍ତର ପ୍ରଦେଶସ୍ଥିତ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ରେଳ ବିଭାଗରେ ଚାକିରି କରିଥିଲେ। ଦୀପ୍ତିଙ୍କ ଭାଇ ସୁମିତ ଶର୍ମା ଉତ୍ତର ପ୍ରଦେଶ ପକ୍ଷରୁ କ୍ରିକେଟ ଖେଳୁଥିଲେ। ଭାଇ ପଡିଆକୁ ଅଭ୍ୟାସ ପାଇଁ ଯାଉଥିଲାବେଳେ ଦୀପ୍ତି ତାଙ୍କୁ ଦେଖିବା ପାଇଁ ଯାଉଥିଲେ। ଧୀରେ ଧୀରେ ତାଙ୍କର କ୍ରିକେଟ ପ୍ରତି ଆଗ୍ରହ ସୃଷ୍ଟି ହେଲା। ସେ ମଧ୍ୟ ଖେଳିବାକୁ ଲାଗିଲେ। ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?