ଭର୍ସାଟାଇଲ୍‌ ଟାହିଆ: ଯାତ୍ରା ଇଣ୍ଡଷ୍ଟ୍ରିରେ ରହିଛି ସ୍ବତନ୍ତ୍ର ପରିଚୟ

ଭଲ କଳାକାର କିଏ? ପ୍ରକୃତ ଅଭିନେତାର ପରିଚୟ କ’ଣ? ଯଦି ଏମିତି ପ୍ରଶ୍ନ କାହା ଭିତରେ ଥାଏ ତା’ହେଲେ ପଢ଼ନ୍ତୁ ଟାହିଆଙ୍କ ଉତ୍ତର। ‘ରାତିସାରା ମଞ୍ଚକୁ ଆସିବା ପାଇଁ ଇଚ୍ଛା ରଖୁଥିବା ବ୍ୟକ୍ତି କେବେ ବି ଜଣେ ସଚ୍ଚା କଳାକାର ନୁହେଁ। ରାତିରେ ପଛେ ଥରୁଟେ ସେ ମଞ୍ଚକୁ ଆସୁ। ମାତ୍ର ସେଇ ଥରକରେ ଦର୍ଶକମାନେ ତାକୁ ଦିନସାରା ମନେ ରଖନ୍ତୁ। ତା’ହେଲେ ସେ ହିଁ ହେବ ଜଣେ ସଚ୍ଚା କଳାକାର। ସେହିଭଳି ନିର୍ଦ୍ଦିଷ୍ଟ ଇମେଜ୍‌ ଭିତରେ ବାନ୍ଧି ହୋଇ ରହିବା କେବେ ବି ପ୍ରକୃତ ଅଭିନେତାର ପରିଚୟ ନୁହେଁ। ଅଭିନେତା ତ ସିଏ ଯିଏ ସବୁ ଚରିତ୍ରରେ ନିଜକୁ ହଜେଇ ଦେଇପାରେ। ଅଭିନୟ ତ ଅଭିନୟ। ସେଥିରେ ପୁଣି ବାଛ ବିଚାର କ’ଣ?’ ସମ୍ଭବତଃ ସେଇଥିପାଇଁ ଯାତ୍ରା ଇଣ୍ଡଷ୍ଟ୍ରିରେ ଟାହିଆଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚୟ। ସେ ଜଣେ ଭର୍ସାଟାଇଲ୍‌ ଅଭିନେତା। ପଜିଟିଭ ହେଉ କି ନେଗେଟିଭ୍‌ – ସବୁ ଚରିତ୍ରରେ ସେ ଫିଟ୍‌।
ଟାହିଆ ଓରଫ୍‌ ନିଶିକାନ୍ତ ଜେନା। ଯାଜପୁରର ବରୁଣେଶ୍ୱର ନିବାସୀ କାଶୀନାଥ ଜେନା ଏବଂ ଲବଙ୍ଗଲତା ଜେନାଙ୍କ ଏଇ ସୁପୁତ୍ର ଯାତ୍ରାକୁ ଆସନ୍ତି ୧୯୯୯ ମସିହାରେ। ଯୋଗ ଦିଅନ୍ତି ‘ଉତ୍କଳ ଅପେରା’ରେ। ପ୍ରଥମ ନାଟକ ‘ମୁଦି ନାହିଁ ଗୋଡ଼ କଚାଡୁ କେତେ’। ପ୍ରଥମରୁ ସେ ସଂକଳ୍ପ କରିନେଇ ଥାଆନ୍ତି ଯେ, ସେ ଜଣେ ଅଭିନେତା ହେବେ। କେବଳ ଅଭିନୟ କରିବେ। ତେଣିକି ଯେଉଁ ଚରିତ୍ର ମିଳୁଛି ମିଳୁ। ଲେଖକ, ନିର୍ଦ୍ଦେଶକମାନଙ୍କୁ ଅଛପା ରହେନି ଟାହିଆଙ୍କ ଭିତରର ପ୍ରତିଭା ଆଉ ନିଷ୍ଠାପରତା। ବାସ୍‌, ଆରମ୍ଭ ହୁଏ ଟାହିଆଙ୍କ ଯାତ୍ରା। ‘ଉତ୍କଳ ଅପେରା’ରେ ଅଭିନୟ ଜୀବନର ଖଡ଼ି ଛୁଇଁଥିବା ଏହି ଅଭିନେତା ପରେ ପରେ ‘ପଞ୍ଚଶଖା ଗଣନାଟ୍ୟ’, ‘ମା’ ତାରିଣୀ’, ‘ଟାଇଗର ତାରିଣୀ’, ‘ତ୍ରିନାଥ ଗଣନାଟ୍ୟ’, ‘ରଙ୍ଗମହଲ’, ‘ଦର୍ଶକ ମହଲ’ ଏବଂ ‘କୃଷ୍ଣସୁଦାମା’ ଆଦିରେ ଅଭିନୟ କରି ନିଜର କଳା ପ୍ରଦର୍ଶନ କରନ୍ତି। ତାଙ୍କ ଅଭିନୀତ ସଫଳ ତଥା ଲୋକପ୍ରିୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ମୋ ପ୍ରେମିକା ନିହାରିକା’, ‘ବିସ୍ଫୋରଣ ୨୦୧୨’, ‘କୁଲି ନମ୍ବର ଓ୍ବାନ୍‌’, ‘ତମ ସହରକୁ ନମସ୍କାର’, ‘ମାଷ୍ଟର ଝିଅ’, ‘ରୂପାଲି ଛକ ରେପ୍‌ କେଶ୍‌’, ‘ପାପ ଭଲଲାଗେ ବାପ ଘରେ’, ‘ପୁରୀରେ ପ୍ରେମିକା କଟକରେ ସ୍ତ୍ରୀ’, ‘ଧର୍ମ ହଜିଗଲା ଧର୍ମଦାଣ୍ଡରେ’, ‘ଅଙ୍ଗନବାଡ଼ି ଦିଦି’, ‘ଶବ ବୁଲୁଛି’, ‘ଖରାପ ଝିଅର ଗପ’ ଏବଂ ଆହୁରି ଅନେକ। ତାଙ୍କୁ ସବୁଠୁ ଭଲ ଲାଗିଥିବା ନାଟକ ହେଉଛି ‘ଖରାପ ଝିଅର ଗପ’ ଏବଂ ‘ବିସ୍ଫୋରଣ ୨୦୧୨’। କାରଣ ଏଥିରେ ଅଭିନୟ ପାଇଁ ଭରପୂର ସ୍କୋପ୍‌ ଥିଲା। ଯାତ୍ରା ହେଉଛି ଟାହିଆଙ୍କ ଜୀବନ। ପୁଣି ଏଇ ଯାତ୍ରାରୁ ସେ ପାଇଛନ୍ତି ତାଙ୍କର ଜୀବନସାଥୀ ଅଭିନେତ୍ରୀ ମାମା ମହାପାତ୍ରଙ୍କୁ। ଯାତ୍ରାକୁ ନେଇ ତାଙ୍କ ଭିତରେ କ୍ଷୋଭ କିଛି କମ୍‌ ନୁହେଁ। ବିଶେଷକରି କଳାକାରମାନଙ୍କର ବିଶୃଙ୍ଖଳା ଆଉ ପ୍ରଯୋଜକମାନଙ୍କର ମୌନବ୍ରତ ତାଙ୍କୁ ସବୁବେଳେ ବିବ୍ରତ କରେ। ‘ଆମେମାନେ କଳାକାର। କଳାର ପୂଜାରୀ। କଳା ହେଉଛି ଆମକୁ ଈଶ୍ୱରଙ୍କ ବରଦାନ। ଆମେ କ’ଣ କଳା ପରିବେଷଣ ବେଳେ ଶୃଙ୍ଖଳିତ ହୋଇ ପାରିବାନି? ଆରେ, ବାହାରେ ଯିଏ ଯାହା ହେଉଛ ହୁଅ, ଯାହା କରୁଛ କର; ଅନ୍ତତଃ ଯେଉଁ ଚାରିଘଣ୍ଟା ମଞ୍ଚରେ ନାଟକ ପରିବେଷଣ କରୁଛ ସେତକ ସମୟ ତ ମନକୁ ପବିତ୍ର ରଖ। ଶୃଙ୍ଖଳିତ ହୁଅ’ ବୋଲି ନିଜର ସମଧର୍ମା କଳାକାରମାନଙ୍କୁ ଅନୁରୋଧ କରନ୍ତି ଏହି ଯୁବ ଭର୍ସାଟାଇଲ୍‌ ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri