ଭଦ୍ରକ ହେବ ସ୍ମାର୍ଟସିଟି: ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଭଦ୍ରକ ଅଫିସ, ୨୭।୬- ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ନବନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସହର ସାରା ଅଧିକାଂଶ ରାସ୍ତାକଡ଼ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାରୁ ତାହା ସମସ୍ୟା ସୃଷ୍ଟି କରୁଥିଲା। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ତାରିଣୀ ମନ୍ଦିର ସାମ୍ନାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ ୨ଟି ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଦୋକାନୀମାନଙ୍କୁ ବୁଧବାର ସନ୍ଧ୍ୟାରେ ମାଇକ୍‌ରେ ପ୍ରଚାର କରାଯାଇ ଦୋକାନ ହଟାଇବାକୁ ସୂଚନା ଦିଆଯାଇ ଗୁରୁବାର ସକାଳୁ ଭଙ୍ଗାଯିବା କାରଣରୁ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ଅଧିକାଂଶ ଲୋକ ପ୍ରଶାସନ ଓ ପୌରପାଳିକାର ଏହି ଉଚ୍ଛେଦ ପ୍ରକ୍ରିୟାକୁ ସ୍ବାଗତ କରିଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ସୌମ୍ୟଶ୍ରୀ ପାଣିଗ୍ରାହୀ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭଦ୍ରକ ତହସିଲଦାର ପ୍ରଦୀପ ସାହୁ, ସଦର ଆର୍‌ଆଇ ନରେଶ ମହାନ୍ତି ଉପସ୍ଥିତ ଥିଲେ। ଟାଉନ ଥାନାଧିକାରୀ ସରୋଜିନୀ ସିଂ ଦୁଇ ପ୍ଲାଟୁନ ପୋଲିସ ସହ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ। ତାରିଣୀ ମନ୍ଦିର ଭଙ୍ଗାଯାଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ବିରୋଧ କରିବାରୁ ସାମୟିକ ଭାବେ ଉଚ୍ଛେଦ ବନ୍ଦ କରାଯାଇ ଶତାଧିକ ଦୋକାନ ଗୃହ ଭାଙ୍ଗିଦିଆଯାଇଥିବା ଜଣାପଡ଼ିଛି। ସହର ସାରା ଏହି ଉଚ୍ଛେଦ କରାଯାଇ ଜବରଦଖଲମୁକ୍ତ ଭଦ୍ରକ କରାଯିବ ବୋଲି ତହସିଲଦାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଏହି ୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା, ୩ ଘଣ୍ଟାରେ ହେବ…

ଭୁବନେଶ୍ୱର,୨୩ା୫: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାବେଳେ ଖରାତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୩ ଜିଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି…

‘ଜନସାଧାରଣଙ୍କ ରୋଜଗାରକୁ କିସ୍ତିରେ ଲୁଟୁଛନ୍ତି ସରକାର’, ଭାଜପାକୁ କଡ଼ା ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୩।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିରନ୍ତର ବୃଦ୍ଧିକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ମାତ୍ର ଆଠ ଦିନ ମଧ୍ୟରେ ତୃତୀୟ ଥର ପାଇଁ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri