ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଗତ ଏପ୍ରିଲ ୨୮ ତାରିଖରେ ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ। ଏହା ପିଇବା ଦ୍ୱାରା ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ୨ମାସ ବିତିଥିଲେ ମଧ୍ୟ ଏଯାବତ୍ ପୋଲିସ କେବଳ ଜଣକୁ ଗିରଫ କରି ଚୁପ ବସିଯାଇଛି। ଏହି ଘଟଣାର ମୁଖ୍ୟ ଦୋଷୀଙ୍କୁ ପୋଲିସ ଗିରଫ ନ କରି ସୁରକ୍ଷା ଯୋଗାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏହି ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଭାଜପା ଦର୍ଶାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଦାନ କରିନାହାନ୍ତି। ତୁରନ୍ତ ଦୋଷୀକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଭାଜପା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନବ ଅଧିକାର କମିଶନଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ମଙ୍ଗଳବାର ଅନୁରୋଧ କରିଛନ୍ତି।
ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜେଡି ଚାନ୍ଦବାଲିରେ ଲୋକଙ୍କୁ ବିଷାକ୍ତ ମଦ ଏବଂ ଟଙ୍କା ବାଣ୍ଟିଥିଲା। ୪୮ ଘଣ୍ଟାର ନିର୍ବାଚନ କଟକଣା ଲାଗିବା ସତ୍ତ୍ୱେ ଏହି ସମୟରେ ମଦ ବଣ୍ଟାଗଲା ଏବଂ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ସମ୍ପୃକ୍ତ ଶାସକ ଦଳ ନେତା ଏବଂ କର୍ମକର୍ତ୍ତାମାନଙ୍କ ବିରୋଧରେ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ମଦ କିଛି ମାଫିଆଙ୍କ ଦ୍ୱାରା ତିଆରି ହୋଇ ବଣ୍ଟାଯାଇଥିଲା ବୋଲି ମନମୋହନ ଅଭିଯୋଗ କରିଛନ୍ତି। ଶାସକ ଦଳ ଚାପରେ ପୋଲିସ ଓ ଗୃହ ବିଭାଗ ବିଜେଡି ବିଧାୟକ, ବିଜେଡି କର୍ମୀ ଏବଂ ମଦ ମାଫିଆଙ୍କୁ ଘଣ୍ଟ ଘୋଡାଯାଉଛି। ଏଥିରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବାକୁ ମାନବ ଅଧିକାର କମିଶନଙ୍କ ଆଗରେ ପ୍ରତିନିଧି ଦଳ ଦାବି କରିଛି। ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ଭାଜପା ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ତଥା ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗ କମିଶନର ତଥା ସଚିବ, ଭଦ୍ରକ ଜିଲାପାଳ, ଏସପି, ପୋଲିସ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା। ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତି, ତାହା ବୁଝିହେଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ବ୍ୟୋମକେଶଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।
ଭଦ୍ରକ ମଦ ମୃତ୍ୟୁ ମାମଲା: ବିଧାୟକ ବ୍ୟୋମକେଶଙ୍କ ବିରୋଧରେ ଏନ୍ଏଚ୍ଆରସିରେ ଫେରାଦ ହେଲା ଭାଜପା
ଆଜି ଆସୁଛନ୍ତି ମୋଦି
ଭୁବନେଶ୍ୱର,୨୫।୧୦ (ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ଉତ୍ତରପ୍ରଦେଶର ବାରାଣସୀ…
ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା
ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…
ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ
ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…
ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍ ଖୋଲିଲା
ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ର ୩ ଓ ୬ ନମ୍ବର ଗେଟ୍ରୁ ୧୩୩…
୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…
ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…
ଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି : ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର, ୨୪ା୧୦: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ…
ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ପାଇଁ ପ୍ରଶାସନର ପ୍ରସ୍ତୁତି: ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ମୀପୂଜା ତୋରଣ ଖୋଲା ରହିବ
କେନ୍ଦ୍ରାପଡ଼ା, ୨୪ା୧୦ (ଜଗନ୍ନାଥ ଧଳ): ଅକ୍ଟୋବର ମାସରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ…

