ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ: ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୩୦୦ ହେବ। ‘ମୋ ସରକାର’ ଟିମ୍‌ ଭଦ୍ରକ ପରିଦର୍ଶନ କରିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ୭ (ଜି+୬) ମହଲା ବିଶିଷ୍ଟ ଏକ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିରେ ୩୦୦ ଶଯ୍ୟା ରହିବ। ବର୍ତ୍ତମାନ ଯେଉଁ ବିଲ୍‌ଡିଂରେ ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି, ସେଥିରେ ୧୯୧ ଶଯ୍ୟା ରହିଛି। ଅଧିକ ରୋଗୀଙ୍କୁ ସେବା ଯୋଗାଇଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଶଯ୍ୟା ସଂଖ୍ୟାକୁ ବଢ଼ାଯାଇଛି। ଏହାସହ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ଲାଗି ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ମଧ୍ୟ ଖୋଲାଯିବ। ରୋଗୀ ଓ ଅଟେଣ୍ଡାଣ୍ଟଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆର ବିକାଶ କରାଯିବ। ଭଦ୍ରକ ଜିଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ସୂଚନାଯୋଗ୍ୟ, ‘ମୋ ସରକାର’ ଟିମ୍‌ର ଭଦ୍ରକ ଗସ୍ତ ପରେ ରୋଗୀଙ୍କଠାରୁ ମତାମତ ଏବଂ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭,୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ର ବୃତ୍ତି: ମନ୍ତ୍ରୀ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘କାଳିଆ ଛାତ୍ରବୃତ୍ତି’ ପ୍ରଦାନ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ ମୋଟ ୭,୨୫୮...

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି: ଅଣଲାଭଦାୟକ ଶିକ୍ଷାନୁଷ୍ଠାନରେ ମାଗଣା ବହି ଦିଆଯାଉ

ଭୁବନେଶ୍ୱର,୧୬।୬(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଯେଭଳି ମାଗଣାରେ ବହି ଯୋଗାଇ...

ସନ୍ଦେହଜନକ ମେସେଜ୍‌କୁ ଫରୱାର୍ଡ କରନ୍ତୁ ନାହିଁ: ଡିଜିପି

ଭୁବନେଶ୍ୱର, ୪ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଗତ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରେ ୨୦...

ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିକରି ଭାଜପାର ଆନ୍ଦୋଳନ

ଭୁବନେଶ୍ୱର,୫ା୭(ବ୍ୟୁରୋ): କେନ୍ଦ୍ର ଏବଂ କେତେଗୁଡ଼ିଏ ରାଜ୍ୟ ସରକାର ଦେଶରେ ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ଆଡ୍‌ମିଶନ ପାଇଁ ସଂରକ୍ଷଣ ପ୍ରଦାନ କରିଛନ୍ତି। ସାମ୍ବିଧାନିକ...

ଲ୍ୟାପ୍‌ଟପ୍‌ ବ୍ୟାଗ୍‌ରେ ଧଳା ଜହର କାରବାର: ୨.୭୦ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଧଳା ଜହର କାରବାରରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ର। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ୱର ଜିଲା ମିତ୍ରପୁର ଅଞ୍ଚଳରେ ଚଢ଼ାଉ କରି ୨ କୋଟି ୭୦...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଛାତ୍ର ସମେତ ୩ ଗିରଫ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବାବେଳେ ସେଥିରେ ଛାତ୍ରଙ୍କ ସମ୍ପୃକ୍ତି ନଜରକୁ ଆସୁଛି। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ୨ଜଣ...

ଆୟୋଜକଙ୍କୁ ଦାୟୀ କରିବା ହିନ୍ଦୁ ବିରୋଧୀ ମାନସିକତା: ଭାଜପା

ଭୁବନେଶ୍ବର, ୨୬।୪(ବ୍ୟୁରୋ): ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବଲପୁରଠାରେ...

ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ...

Advertisement
Archives

Model This Week