ଭଦ୍ରକରେ ରାଜ୍‌ ବବର୍‌ଙ୍କ ରୋଡ୍‌ ଶୋ

ଭଦ୍ରକ ଅଫିସ, ୨୬।୪ – କଂଗ୍ରେସର ଭଦ୍ରକ ବିଧାନସଭା ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଓ ଲୋକ ସଭା ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ଗୁରୁବାର ନିର୍ବାଚନ ପ୍ରଚାର କରିଛନ୍ତି ବଲିଉଡ୍‌ ଅଭିନେତା ରାଜ୍‌ ବବର୍‌। ଏଥିପାଇଁ ଭଦ୍ରକ ସହରରେ ବିଶାଳ ରୋଡ୍‌ଶୋ କରାଯାଇଥିଲା। ରାଜ୍‌ ବବର୍‌ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନରେ ଭଦ୍ରକ ପୁରୁଣାବଜାର ମହବୀର ପଡ଼ିଆରେ ପହଞ୍ଚିଥିଲେ। ବବର୍‌ଙ୍କ ସହ ଓଡ଼ିଶା ପ୍ରଦେଶ ଦାୟିତ୍ୱରେ ଥିବା ସହପ୍ରଭାରୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପହଞ୍ଚିବା ପରେ ଲୋକ ସଭା ପ୍ରାର୍ଥୀ ମଧୁମିତା ଓ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତଙ୍କ ସମେତ ବହୁ କଂଗ୍ରେସ ନେତା ସ୍ବାଗତ କରିଥିଲେ। ପରେ ମହାବୀର ପଡ଼ିଆଠାରୁ ଏକ ବିଶାଳ ବାଇକ୍‌ ରାଲି ସହ ଖୋଲାଜିପ୍‌ରେ ଭଦ୍ରକ ସହରର ପୁରୁଣାବଜାର, ଗରଦପୁର, ପାଟଣାସାହି, ସନ୍ଥିଆ, କଚେରି ବଜାର ଓ ନୂଆବଜାର ଦେଇ ଗୋଶାଳା ଛକ, କୁଆଁସ, କଦମ୍ବେଢା ହୋଇ ପୁଣି ପୁରୁଣାବଜାରରେ ଶୋଭାଯାତ୍ରା ପହଞ୍ଚିଥିଲା। କଂଗ୍ରେସ ନେତୃମଣ୍ଡଳୀ ଭଦ୍ରକ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁମତ ଦେଇ ଜୟଯୁକ୍ତ କରାଇବା ସହ କେନ୍ଦ୍ରରେ କଂଗ୍ରେସକୁ କ୍ଷମତାସୀନ କରାଇବାକୁ ଅନୁରୋଧ କରିଥିଲେ।

ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ତାଙ୍କ ବକ୍ତବ୍ୟରେ ଭଦ୍ରକର ସାମୂହିକ ବିକାଶ, ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ରକ୍ଷା କରିବା, ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ପୁରୁଣାବଜାରରେ ଏକ ଊର୍ଦ୍ଦୁ ସିଟି ସ୍କୁଲ ପ୍ରତିଷ୍ଠା, ଦମକଳ କେନ୍ଦ୍ର ସ୍ଥାପନ ଏବଂ ଭଦ୍ରକ ସହରର ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ ସେ ସଂକଳ୍ପବଦ୍ଧ ବୋଲି କହିଥିଲେ। ଟାଉନ ସଭାପତି ଅବଦୁଲ ମୋକିତ  ଖଁା, ପିସିସି ସମ୍ପାଦକ ସେକ୍‌ ଗୁଲାମ ମଇଉଦ୍ଦିନ, ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, ଜିଲା ଉପସଭାପତି ଅତୁଲ୍ୟ ନାୟକ, କାଉନସିଲର ଦିଲୀପ ନାୟକ, ସେକ୍‌ ସମ୍‌ଦାନୀ, ଅସ୍‌ରଫ୍‌ ଅଲ୍ଲି ଖଁା, ଜିଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ, ଜିଲା ସେବାଦଳ ମୁଖ୍ୟ ସେକ୍‌ ନଇମ, ସତ୍ୟ ପୁହାଣ, ଚନ୍ଦ୍ରକାନ୍ତ ମହାପାତ୍ର, ସେକ୍‌ ଜକିରୁଦ୍ଦିନ, ସେକ୍‌ ବୁଗ୍‌ଦାଦ ଓ ଅନନ୍ତ ପଣ୍ଡା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମଦ କାରଖାନା ଠାବ, ୨ ଗିରଫ

ସିମୁଳିଆ, ୩୦।୧(ଡି.ଏନ.ଏ.)-କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଦ୍ୱାରା ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ସାହୁଖର୍ଦ୍ଦା ଅଞ୍ଚଳରେ ଚାଲିଥିବା ନକଲି ମଦ କାରଖାନା ଉପରେ ଚଢାଉ...

ଜଳେଶ୍ବରରୁ ୧ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧ କେଜି ବ୍ରାଉନ ସୁଗାର ଜବତ ହୋଇଛି। ଘଟଣାରେ...

ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ଜାରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ ଜିଲା ଓ ପୌର ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିିଛି। ସହରକୁ ସରସ ସୁନ୍ଦର...

ସୁନାନଦୀର ସୁରକ୍ଷା ପାଇଁ ଜଳମାନବଙ୍କ ଯୋଡ଼ା ଗସ୍ତ: ଟାଟା କମ୍ପାନୀକୁ ଦେଲେ ଚେତାବନୀ

ଯୋଡ଼ା, ୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଜୀବନରେଖା ସୁନାନଦୀ। ଏଥିରେ ବେଆଇନ୍‌ ବନ୍ଧ ନିର୍ମାଣ ଉପରେ ସମୀକ୍ଷା କରିବା ପାଇଁ ରମନ ମାଗସେସ୍‌ ପୁରସ୍କାରପ୍ରାପ୍ତ ଜଳମାନବ...

ବୈଷୟିକ ଛାତ୍ରୀଛାତ୍ର ସଫଳ ଉଦ୍ୟୋଗୀ ହେବା ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୬।୪ – ବାଲେଶ୍ୱର କୁରୁଡ଼ାସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଏକାଡ଼େମୀ ଅଫ ବିଜ୍‌ନେସ ଆଡ଼ମିନଷ୍ଟ୍ରେଶନ (ଏବିଏ)ର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ...

ଏସ୍‌ଇଏମ୍‌ଙ୍କୁ ବାନ୍ଧିଲେ ଗ୍ରାମବାସୀ

ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କେସିପୁର ପଞ୍ଚାୟତର ଭାଲିଆପୁଷି ଗ୍ରାମରେ ଅଚଳ ନଳକୂପକୁ ତୁରନ୍ତ ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ...

ବିପଦସଙ୍କୁଳ ଅବସ୍ଥାରେ ଜହ୍ନେଇ ନାଳ ପୋଲ

ପାଟଣା, ୬।୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ହନୁମାନ ଛକ ରାସ୍ତାର ଜହ୍ନେଇ ନାଳ ଉପରେ ଥିବା ପୋଲଟି ଭାଙ୍ଗି ଯାଇ...

ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ,୧।୯-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗଷ୍ଟର ପାପା ଓରଫ୍‌ ଚିନ୍ମୟ ପଣ୍ଡା (୪୦)ଙ୍କୁ ବାଲେଶ୍ୱର ପୋଲିସ...

Advertisement
Archives

Model This Week