ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌

କେନ୍ଦ୍ରାପଡା ଅଫିସ, ୨୨।୪-କେନ୍ଦ୍ରାପଡ଼ା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌ ବୁଧବାର ପ୍ରଦାନ କରାଯାଇଛି। ଜିଲାର ୮୦ ବର୍ଷରୁ ଊର୍ଦ୍ଧ୍ୱ ୨୧,୭୪୯ ଭତ୍ତା ହିତାଧିକାରୀଙ୍କୁ ୨ଟି ଲେଖାଏ ମାସ୍କ, ୨ଟି ଓଆରଏସ ପାକେଟ, ସାବୁନ, କରୋନା ସମ୍ପର୍କୀତ ସଚେତନତା ପତ୍ର ସହିତ ଏକ ଫଳ ଚାରା ବଣ୍ଟନ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଜିଲା ପ୍ରଶାସନ ସର୍ବଦା ବରିଷ୍ଠଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଆସିଛି। ଏହି ପରିସ୍ଥିତିରେ ବରିଷ୍ଠ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ତପତ୍ର ଅଛନ୍ତି। ଏହି କ୍ରମରେ ଜିଲାର ୧୮୩୨୨୫ ଜଣ ଭତା ହିତାଧିକାରୀଙ୍କୁ ଇତିମଧ୍ୟରେ ୪ ମାସର ଅଗ୍ରୀମ ଭତା ବଣ୍ଟନ କରାଯାଇଥିବା ବେଳେ ୮୦ ବର୍ଷରୁ ଊର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ ସୁରକ୍ଷା କିଟ୍‌ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀଙ୍କ ମୁହଁରେ ଫୁଟିଲା ହସ

ଭୁବନ, ୧୨।୩(ଡି.ଏନ.ଏ.) ବିବାହ ଆଗରୁ ନିଆଁ ସାଜିଲା ବଇରି। ନିଆଁରେ ଛାରଖାର ହୋଇଗଲା ସବୁକିଛି। ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡ଼ିଥିଲେ ପରିବାର। ହେଲେ ବଦାନ୍ୟ ବ୍ୟକ୍ତି...

ସବୁଜିମା ନିଶାରେ ବୃକ୍ଷମାନବ

କେନ୍ଦୁଝର,୨୨ା୭(ଦୀପକ ମିଶ୍ର)-ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କେନ୍ଦୁଝର ଜିଲା। ଶିଳ୍ପାୟନ ଓ ଖଣିଖନନ ପାଇଁ ଲକ୍ଷ ଲକ୍ଷ ବୃକ୍ଷରାଜି ନଷ୍ଟ ହେଉଛି। ସାମାଜିକ ବନୀକରଣ ଏଠାରେ...

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା...

ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ

ଦେଓଗାଁ, ୭ା୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ...

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ: କହିଲେ ‘ଆଇକନିକ୍‌ ସିଟି ତାଲିକାରେ ସାମିଲ ହେବ ପୁରୀ-କୋଣାର୍କ’

କୋଣାର୍କ,୨୪।୧(ଡି.ଏନ୍‌.ଏ.): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଶୁକ୍ରବାର କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି।...

ତେଲଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ଲକ୍‌ଡାଉନ ଯୋଗୁ ଆସି ପାରିଲାନି ମୃତଦେହ

ପାଟଣା, ୨୨ା୫(ସ୍ବ.ପ୍ର.)-କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶା ଜନିତ କରୁଣ କାହାଣୀର ଫର୍ଦ୍ଦ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ...

ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ,...

ଘର ନିର୍ମାଣକୁ ନେଇ ବେଣୀପୁର ଗାଁରେ ଉତ୍ତେଜନା, ୫ ଘଣ୍ଟା ଧରି ପୋଲିସ ଅଟକ

ଗୋପ,୨୬।୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଣୀପୁର ଗାଁରେ ଗୋପ ପୋଲିସ ଦୀର୍ଘ ୫ ଘଣ୍ଟା ଧରି ଅଟକ ରହିଛି । ଜମିଜମାକୁ ନେଇ...

Advertisement


Archives

Model This Week