ଭଣ୍ଡାରିପୋଖରୀରେ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫। ୮(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଜେଡି, ଭାଜପା ଓ କଂଗ୍ରେସ କାର୍ଯ୍ୟାଳୟ ସମେତ ବ୍ଲକ ଛକ, ଥାନା, ତହସିଲ, ବିଭିନ୍ନ ବ୍ୟାଙ୍କ, ଡାକଘର, ବିଦ୍ୟୁତ୍‌ ବିଭାଗ ଅଫିସ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ପତାକା ଉତ୍ତୋଳନ କରିଥିଲେ। ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବିଡିଓ ବନମାଳୀ ତରାଇ, ଜିପିଓ ଶର୍ମିଷ୍ଠା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବଳଦେବଜୀଉ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ। ଭଣ୍ଡାରିପୋଖରୀ କଲେଜଠାରେ ମୁଖ୍ୟଅତିଥି ଭାବେ ଡା. ଉପେନ୍ଦ୍ର ପ୍ରସାଦ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ଅତିଥିଭାବେ ନାରାୟଣ ଚନ୍ଦ୍ର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ସେଠୀ, ଶେଖ ଅବଦୁଲ କାଲାମ, ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ପୁରାତନ ଶିକ୍ଷାନୁଷ୍ଠାନ

ବାସୁଦେବପୁର, ୧୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଟଳ ବିହାରୀ ହାଇସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ଶୈକ୍ଷିକ ବାତାବରଣ ଦିନକୁ...

ଓଡ଼ଗାଁ ଗୋଠବଣ ଡକାୟତି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

ଓଡ଼ଗାଁ, ୨୪ା୮(ସ୍ବ.ପ୍ର.): ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ଗତ ୧୨ ତାରିଖ ମଧ୍ୟ ରାତ୍ରରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାଶ ହୋଇଛି। ସେହି ରାତିରେ ୫...

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ୧୭୮ ପ୍ରବାସୀ

ଦାରିଙ୍ଗବାଡ଼ି,୫ା୬(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସଙ୍ଗରୋଧ କେନ୍ଦ୍ରରୁ ଅଦ୍ୟାବଧି ୧୭୮ ପ୍ରବାସୀ ଘରକୁ ଫେରିଛନ୍ତି। ଏବେ ଆହୁରୀ ୫୬୫ ଜଣ ୯ଟି ସଙ୍ଗରୋଧ କେନ୍ଦ୍ରରେ...

ପରାଜୟ ପରେ ବି ପ୍ରତିଶ୍ରୁତି ରଖିଲେ ଶ୍ରୀନିବାସ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ସଦର କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ବର୍ଷେ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ। ନିର୍ବାଚନ ପ୍ରଚାରବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ...

ଧରିତ୍ରୀ ପ୍ରଭାବ: ନିରୀହ ଲୋକଙ୍କୁ ପୋଲିସର ମାଡ଼ ଘଟଣାରେ କ୍ଷତିପୂରଣ ଲାଗି ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ପୁରୁଷୋତ୍ତମପୁର, ୧୦।୧୧ (ଡି.ଏନ.ଏ.): ଜାତୀୟ ମାନବାଧିକାର କମିଶନ ପୋଲିସ ମାଡରେ ଆହତ ୭ ଜଣଙ୍କୁ ୨୫ହଜାର ଲେଖାଏ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପାଇବାକୁ...

୮ଦିନ ମଧ୍ୟରେ ଯୋଗାଣ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ, ୨୧।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମରେ ପାନୀୟ ଜଳ ସଙ୍କଟକୁ ନେଇ ବୁଧବାର ଶତାଧିକ ମହିଳା ଗରା, ବାଲ୍‌ତି ଧରି ରାସ୍ତା...

ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା...

ଟାର୍ଗେଟ୍‌ କୁକୁଡ଼ାଗାଲି, ଚଢ଼ାଉ ଜୋରଦାର କରୁଛି ପୋଲିସ

ବୋରିଗୁମ୍ମା,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡ଼ା ଗାଲି ଓ ସେଠାକାର ଜୁଆଖେଳ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ପୋଲିସ। ଗତ ୩/୪...

Advertisement
Archives

Model This Week