ଭଡ଼ାରେ ଲାଗିଛି କୃଷକ ବଜାରରେ ଥିବା ଦୋକାନ

ଝୁମ୍ପୁରା, ୧୩।୮ (ଡି.ଏନ.ଏ.)- ହାଟବାଟରେ ବସୁଥିବା କ୍ଷୁଦ୍ରଚାଷୀ ତଥା ବ୍ୟବସାୟୀଙ୍କୁ ଜୀବିକା ନିର୍ବାହ ଲାଗି କାର୍ଯ୍ୟକାରୀ ହେଉଥିବା କୃଷକ ବଜାର ନିର୍ମାଣ ଯୋଜନା ଦିଗହରା ହୋଇପଡିଛି। କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ନିର୍ମିତ ଦୋକାନ ଘରକୁ କେତେକେ ବ୍ୟବସାୟୀ ହାତେଇ ଭଡାରେ ଲଗାଇଥିବା ଅଭିଯୋଗ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଥଚ ଝୁମ୍ପୁରା ଡେଲି ମାର୍କେଟ ଏବଂ ସାପ୍ତାହିକ ହାଟକୁ କୃଷିଜାତ ଦ୍ରବ୍ୟ ଓ ପନିପରିବା ବିକିବାକୁ ଆସୁଥିବା ଚାଷୀଙ୍କଠାରୁ ନିୟନ୍ତ୍ରିତ ବଜାର ପରିଷଦ (ଆରଏମସି) ମାହାସୁଲ ଆଦାୟ କରୁଥିଲେ ବି ସେମାନଙ୍କୁ ଏଯାଏ ଦୋକାନ ଘର ଯୋଗାଇ ପାରୁ ନାହିଁ ା
କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ସ୍ଥାନୀୟ ଆରଏମସି ଏବଂ ଝୁମ୍ପୁରା ପଞ୍ଚାୟତ ଅଧୀନରେ ବଜାର ଅଞ୍ଚଳରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ନିର୍ମାଣ କରାଯାଇଛି। ଏସବୁ ଦୋକାନ ଗୃହ ଆବଣ୍ଟନ ବେଳେ ଅନିୟମିତତା ହୋଇଥିବା ନେଇ କେତେକ କ୍ଷୁଦ୍ର ବ୍ୟବସାୟୀ ଚମ୍ପୁଆସ୍ଥିତ ଆରଏମସି କାଯର୍‌ୟାଳୟର ଅଭିଯୋଗକରିବା ସହ କୃଷକ ବଜାରର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଗୋଟିଏ ଗୋଟିଏ ପରିବାର ୪ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଦୋକାନ ଘର ଦିଆଯାଇଥିବାରୁ ସେମାନେ ନିଜେ ବ୍ୟବସାୟ ନ କରି ଭଡା ଲଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ସେହିପରି କେତେକ ବ୍ୟବସାୟୀ ପାଇଥିବା ନିଜ ପ୍ଲଟର ସମ୍ମୁଖ ପାର୍ଶ୍ୱ ରାସ୍ତାକୁ ଜବରଦଖଲ କରି ବେନିୟମ ଭାବେ ନିର୍ମାଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ଏସବୁର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସନ୍ତା ବୋଲି କ୍ଷୁଦ୍ର ବ୍ୟବସାୟୀମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ସ୍ଥାନୀୟ ବ୍ଲକ ରୋଡରେ ଥିବା ଝୁମ୍ପୁରା କୃଷକ ବଜାର ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ଭଡାରେ ଲଗାଯିବା ସମ୍ପର୍କରେ ଚମ୍ପୁଆସ୍ଥିତ ଆରଏମସିର ସମ୍ପାଦକ ତଥା ସରକାରଙ୍କ ବରିଷ୍ଠ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ମିଳିଛି। ଏହାର ତଦନ୍ତ କରାଯିବ। କେହି ଦୋକାନ ଘର ନେଇ ଭଡାରେ ଲଗାଇଥିବା ଜଣାପଡିଲେ, ସମ୍ପୃକ୍ତ ହିତାଧିକାରୀଙ୍କ ଚୁକ୍ତିନାମା ପ୍ରତ୍ୟାହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri