ଭଡ଼ାଘରେ ଚାଲିଥିଲା ନକଲି ଜର୍ଦ୍ଦା କାରଖାନା: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ

ଭଦ୍ରକ ଅଫିସ, ୧୭ା୫-ଲକ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ନକଲି ଜର୍ଦ୍ଦା ବ୍ୟବସାୟୀମାନେ ନିଜର କାୟାବିସ୍ତାର କରିବାରେ ଲାଗିଛନ୍ତି। ଭଡ଼ାଘରେ ସେମାନେ କାରଖାନା ଖୋଲି କାରବାର ଚଳାଇଛନ୍ତି। ରବିବାର ଭଦ୍ରକ ଟାଉନ ପୋଲିସ ଏପରି ଏକ ନକଲି ଜର୍ଦ୍ଦା କାରଖାନାର ପର୍ଦ୍ଦାଫାଶ କରିଛି। ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସହ ଯନ୍ତ୍ରାଂଶ ଜବତ କରାଯାଇଛି। ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ଯୁବକ ଓ ଅନ୍ୟ ୨ ସହଯୋଗୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
କଣ୍ଟାବଣିଆର ବଖରାବାଡି ଗାଁର ଦୁଇଟି ଭଡ଼ାଘରେ ଏହି ନକଲି କାରଖାନା ଚାଲିଥିଲା। ଖବରପାଇ ରବିବାର ମଧ୍ୟାହ୍ନରେ ଟାଉନ ପୋଲିସ ଚଢ଼ାଉ କରିଥିଲା। ଘର ଭିତରୁ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ଜର୍ଦ୍ଦା, ପ୍ୟାକିଂ ମେଶିନ, ଏସେନ୍ସ, ଲେବୁଲ, ଡବା ସମେତ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ଜବତ କରାଯାଇଛି। ଜବତ ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନାଧିକାରୀ ଚନ୍ଦନ ଘଡ଼େଇ ସୂଚନା ଦେଇଛନ୍ତି। ପୁରୁଣାବଜାର ଅଞ୍ଚଳର ବହୁ ନକଲି ଜର୍ଦ୍ଦା ବ୍ୟବସାୟୀ ଏହି ଘଟଣା ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅଟକ ଯୁବକମାନଙ୍କୁ ଜେରା କରାଯିବା ପରେ ଏହି ନକଲି କାରବାର ପଛରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri