ଭଡ଼ାଘରେ ଚାଲିଥିଲା ନକଲି ଜର୍ଦ୍ଦା କାରଖାନା: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ

ଭଦ୍ରକ ଅଫିସ, ୧୭ା୫-ଲକ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ନକଲି ଜର୍ଦ୍ଦା ବ୍ୟବସାୟୀମାନେ ନିଜର କାୟାବିସ୍ତାର କରିବାରେ ଲାଗିଛନ୍ତି। ଭଡ଼ାଘରେ ସେମାନେ କାରଖାନା ଖୋଲି କାରବାର ଚଳାଇଛନ୍ତି। ରବିବାର ଭଦ୍ରକ ଟାଉନ ପୋଲିସ ଏପରି ଏକ ନକଲି ଜର୍ଦ୍ଦା କାରଖାନାର ପର୍ଦ୍ଦାଫାଶ କରିଛି। ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସହ ଯନ୍ତ୍ରାଂଶ ଜବତ କରାଯାଇଛି। ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ଯୁବକ ଓ ଅନ୍ୟ ୨ ସହଯୋଗୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
କଣ୍ଟାବଣିଆର ବଖରାବାଡି ଗାଁର ଦୁଇଟି ଭଡ଼ାଘରେ ଏହି ନକଲି କାରଖାନା ଚାଲିଥିଲା। ଖବରପାଇ ରବିବାର ମଧ୍ୟାହ୍ନରେ ଟାଉନ ପୋଲିସ ଚଢ଼ାଉ କରିଥିଲା। ଘର ଭିତରୁ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ଜର୍ଦ୍ଦା, ପ୍ୟାକିଂ ମେଶିନ, ଏସେନ୍ସ, ଲେବୁଲ, ଡବା ସମେତ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ଜବତ କରାଯାଇଛି। ଜବତ ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନାଧିକାରୀ ଚନ୍ଦନ ଘଡ଼େଇ ସୂଚନା ଦେଇଛନ୍ତି। ପୁରୁଣାବଜାର ଅଞ୍ଚଳର ବହୁ ନକଲି ଜର୍ଦ୍ଦା ବ୍ୟବସାୟୀ ଏହି ଘଟଣା ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅଟକ ଯୁବକମାନଙ୍କୁ ଜେରା କରାଯିବା ପରେ ଏହି ନକଲି କାରବାର ପଛରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ମଦ ପିଇ ନିଶାରେ ଯିଏ ଯାହାକୁ ପାରିଲେ ପିଟିଲେ; ଆଉ ତା’ ପରେ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ ଜାତୀୟ ରାଜପଥ ମାଁ ଚାମୁଣ୍ଡା ମନ୍ଦିର ନିକଟ ମୁଖ୍ୟରାସ୍ତା ରେ ଗ୍ରାମର ୨ ଗୋଷ୍ଠୀଙ୍କ...

ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର...

ଆଖୁଚାଷ ସ୍ଥିତି ଅନୁଧ୍ୟାନ କଲା ଉଚ୍ଚସ୍ତରୀୟ କମିଟି

ଆସିକା, ୧୨।୩ (ଡି.ଏନ୍‌.ଏ): ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଗଞ୍ଜାମ ଜିଲା ଅର୍ଦ୍ଧାଧିକ ଅଞ୍ଚଳରେ ଦିନକୁ ଦିନ ଆଖୁଚାଷ କମୁଥିବାରୁ ଚିନିଶିଳ୍ପ ଓ ସରକାରଙ୍କ ଲାଗି...

ପ୍ରଭାବଶାଳୀଙ୍କ ଜବରଦଖଲରେ ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ, ୨୬ା୨: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବନାହିଁ। ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ...

ବିଭିନ୍ନ ଦାବି ନେଇ କୋଶଲ ସେନାର ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ,୨୬।୭: ବରଗଡ଼ ଜିଲା କୋଶଲ ସେନା ପକ୍ଷରୁ ଶୁକ୍ରବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଧନୁଯାତ୍ରାରେ ସମ୍ବଲପୁରୀ ଭାଷା ବ୍ୟବହାର, କୋଶଲାଞ୍ଚଳକୁ...

ପଥ ଉତ୍ସବର ତୃତୀୟ ଦିବସ: ପ୍ରାତଃରେ ଭକ୍ତିଭାବର ପରିବେଶ

କଟକ ଅଫିସ, ୧୬।୧୧: ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ପଥ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ସକାଳୁ ସକାଳୁ ପଥ ଉତ୍ସବକୁ ଉପଭୋଗ କରିବା ପାଇଁ...

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି, କାମ କରୁନି ନେଟ୍‌ଓ୍ବାର୍କ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ସିମନବାଡ଼ିରେ ଦୁଇ ଦିନ ହେଲା ବିଦ୍ୟୁତ୍‌ ସେବା ଅଚଳ ହେବା ସହ ମୋବାଇଲ...

ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ମହୁଲଡିହା ଓ ଚମ୍ପାଝର ପଞ୍ଚାୟତର ଗିରିବେଡ଼ା ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୪ଟି ପରିବାରର ୧୨...

Advertisement
Archives

Model This Week