ଭଗବାନ ଭରସାରେ କ୍ୟାନସର ପୀଡ଼ିତ୍‌ ଧର୍ମରାଜ: ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ଜାମଟିକ୍ରା, ୬ା୧(ଡି.ଏନ୍‌.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକୁ ମାହାଲିଆ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ଏଭେ ରାଏଜ୍‌ ସରକାର ସୁଆସ୍‌ତିଅ ସେବାକେ ଅଧ୍‌କା ଗୁରୁତ୍‌ ଦେଇ ସେଟାକେ ୫-ଟି, ମୋ ସରକାରରେ ସାମିଲି କରିଛନ୍‌। ହେଲେ ଇ ସବୁ ଯୋଜନାକେ କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀକଁର ଅଁାତରିକତା ଅଭାବୁ ଅନେକ୍‌ ଗରିବ୍‌ ଦୁଖି ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାରେ।
ସୂଚନା ଅନ୍‌ସାରେ ଜାମଟିକ୍ରା ପଧାନପଡ଼ାର ଧର୍ମରାଜ ପଧାନ(୪୬)। ପରିବାର କହେଲେ ମାଏକିନା ଭୂମିସୂତା, ଦୁଇ ଝି’ ଲୁସି ଆର ସେଲିକୁଁ ନେଇ ସଁସାର। ଧର୍ମରାଜ ଛତି ଚାଷ୍‌ କରି ଦୁଇ ପଏସା ରୁଜ୍‌ଗାର କରୁଥିଲେ। ସେଥ୍‌ରେ ତାକର ପରିବାର ହଁସ୍‌ଖୁସିରେ ଚଲିଯାଉଥିଲା। ହେଲେ ଆଏଜ୍‌କେ ୩ ମାସ୍‌ ତଲେ ସେ ହଠାତ୍‌ ଦିନେ ଆଏଁଖ୍‌ରେ ଦରଦ୍‌ ଅନୁଭବ କରିଥିଲେ। ଦରଦ୍‌ ନାଇଁ କମ୍‌ଲାରୁ ବୁର୍ଲା ବଡ଼ ଡାକ୍‌ତରଖାନା ଯାଇ ପରୀକ୍ଷା ନିରୀକ୍ଷା କରାଲେ। ସେଠାନେ ତାକର ଅଁାଖିରେ କ୍ୟାନସର ହେଇଥିବାର ଜନାପଡ଼ିଥିଲା। ବୁର୍ଲାରେ ଡାକ୍‌ତର ଧର୍ମରାଜକୁଁ ଉଚ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ଯିବାକେ ପରାମଶ ଦେଇଥିଲେ। ଏନ୍‌ତାଥି ଧର୍ମରାଜ ଜମିବାଡ଼ି ବିକି କଟକ ବଡ଼ ଡାକ୍‌ତରଖାନାରେ ଚିକିଛା କରାଲେ। ହେଲେ କିଛି ଲାଭ୍‌ ନାଇଁ ହେଲା। ଏହେଦେ ସେ ଟଁକା ପଏସା ଅଭାବୁ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଅଡ଼େ ମାଏକିନା ଭୂମିସୂତା ଝନେ ହୁରୁଦ୍‌ ରୁଗୀ। ପରିବାର ଚଲାବାକେ ଆର ଘରେ କେହି ନାଇଁ। ଦୁଇ ଝି’ ପାଠ୍‌ ପଢ଼ୁଛନ୍‌। ହେଲେ ଅଭାବ ଅନାଟନରୁ ତାକର ବି ପାଠ୍‌ପଢ଼ା କେତେବେଲେ ବଁଦ୍‌ ହେଇଯିବା। ଧର୍ମରାଜ ଝନେ ଗରିବ୍‌ ଲୋକ ହେଇଥିଲାବେଲେ ସରକାରୀ ଯୋଜନାରେ ୨୦ କେ.ଜି. ଚାଉଲ ପାଉଛନ୍‌। ହେଲେ ଆଏଜ୍‌ତକ ସେ ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏହେଦେ ପରିସ୍ଥିତି ଏନ୍‌ତା ଯେ, ପରିବାରଟା ଉନିଆ ଲୁକ୍‌କର ସହଯୋଗରେ ଚଲୁଛେ। ଏନ୍‌ତାଥି ସେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଆକୁଲବିକୁଲ ହେଇ ନିବେଦନ କରିଛନ୍‌। ଜିଲା ପରଶାସନ ଇ ଦୁଖି ଅସାହା ପରିବାର ଉପରେ ଦୁରୁଷ୍‌ଟି ଦେଇ ସରକାରୀ ସୁବିଧା ସଂଗେ ଧର୍ମରାଜକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri