ଭଗବାନ ଭରସାରେ କ୍ୟାନସର ପୀଡ଼ିତ୍‌ ଧର୍ମରାଜ: ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ଜାମଟିକ୍ରା, ୬ା୧(ଡି.ଏନ୍‌.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକୁ ମାହାଲିଆ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ଏଭେ ରାଏଜ୍‌ ସରକାର ସୁଆସ୍‌ତିଅ ସେବାକେ ଅଧ୍‌କା ଗୁରୁତ୍‌ ଦେଇ ସେଟାକେ ୫-ଟି, ମୋ ସରକାରରେ ସାମିଲି କରିଛନ୍‌। ହେଲେ ଇ ସବୁ ଯୋଜନାକେ କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀକଁର ଅଁାତରିକତା ଅଭାବୁ ଅନେକ୍‌ ଗରିବ୍‌ ଦୁଖି ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାରେ।
ସୂଚନା ଅନ୍‌ସାରେ ଜାମଟିକ୍ରା ପଧାନପଡ଼ାର ଧର୍ମରାଜ ପଧାନ(୪୬)। ପରିବାର କହେଲେ ମାଏକିନା ଭୂମିସୂତା, ଦୁଇ ଝି’ ଲୁସି ଆର ସେଲିକୁଁ ନେଇ ସଁସାର। ଧର୍ମରାଜ ଛତି ଚାଷ୍‌ କରି ଦୁଇ ପଏସା ରୁଜ୍‌ଗାର କରୁଥିଲେ। ସେଥ୍‌ରେ ତାକର ପରିବାର ହଁସ୍‌ଖୁସିରେ ଚଲିଯାଉଥିଲା। ହେଲେ ଆଏଜ୍‌କେ ୩ ମାସ୍‌ ତଲେ ସେ ହଠାତ୍‌ ଦିନେ ଆଏଁଖ୍‌ରେ ଦରଦ୍‌ ଅନୁଭବ କରିଥିଲେ। ଦରଦ୍‌ ନାଇଁ କମ୍‌ଲାରୁ ବୁର୍ଲା ବଡ଼ ଡାକ୍‌ତରଖାନା ଯାଇ ପରୀକ୍ଷା ନିରୀକ୍ଷା କରାଲେ। ସେଠାନେ ତାକର ଅଁାଖିରେ କ୍ୟାନସର ହେଇଥିବାର ଜନାପଡ଼ିଥିଲା। ବୁର୍ଲାରେ ଡାକ୍‌ତର ଧର୍ମରାଜକୁଁ ଉଚ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ଯିବାକେ ପରାମଶ ଦେଇଥିଲେ। ଏନ୍‌ତାଥି ଧର୍ମରାଜ ଜମିବାଡ଼ି ବିକି କଟକ ବଡ଼ ଡାକ୍‌ତରଖାନାରେ ଚିକିଛା କରାଲେ। ହେଲେ କିଛି ଲାଭ୍‌ ନାଇଁ ହେଲା। ଏହେଦେ ସେ ଟଁକା ପଏସା ଅଭାବୁ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଅଡ଼େ ମାଏକିନା ଭୂମିସୂତା ଝନେ ହୁରୁଦ୍‌ ରୁଗୀ। ପରିବାର ଚଲାବାକେ ଆର ଘରେ କେହି ନାଇଁ। ଦୁଇ ଝି’ ପାଠ୍‌ ପଢ଼ୁଛନ୍‌। ହେଲେ ଅଭାବ ଅନାଟନରୁ ତାକର ବି ପାଠ୍‌ପଢ଼ା କେତେବେଲେ ବଁଦ୍‌ ହେଇଯିବା। ଧର୍ମରାଜ ଝନେ ଗରିବ୍‌ ଲୋକ ହେଇଥିଲାବେଲେ ସରକାରୀ ଯୋଜନାରେ ୨୦ କେ.ଜି. ଚାଉଲ ପାଉଛନ୍‌। ହେଲେ ଆଏଜ୍‌ତକ ସେ ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏହେଦେ ପରିସ୍ଥିତି ଏନ୍‌ତା ଯେ, ପରିବାରଟା ଉନିଆ ଲୁକ୍‌କର ସହଯୋଗରେ ଚଲୁଛେ। ଏନ୍‌ତାଥି ସେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଆକୁଲବିକୁଲ ହେଇ ନିବେଦନ କରିଛନ୍‌। ଜିଲା ପରଶାସନ ଇ ଦୁଖି ଅସାହା ପରିବାର ଉପରେ ଦୁରୁଷ୍‌ଟି ଦେଇ ସରକାରୀ ସୁବିଧା ସଂଗେ ଧର୍ମରାଜକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri