ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ୧.୨୩ ଲକ୍ଷ କୋଟି କ୍ଷତି ସହିବେ ରାଜ୍ୟ

ନୂଆଦିଲ୍ଲୀ,୬-୧: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ସରକାର ପ୍ରଦାନ କରୁଥିବା କ୍ଷତିପୂରଣ ବନ୍ଦ କଲେ ରାଜ୍ୟଗୁଡିକର ମୋଟ୍‌ ରାଜସ୍ବ ୧.୨୩ ଲକ୍ଷ କୋଟି ଟଙ୍କା କମିବା ନେଇ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଜିଏସ୍‌ଟି କ୍ଷତିପୂରଣ ବ୍ୟବସ୍ଥା ହଟିବା ଏବଂ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ସଂଗ୍ରହ ଲଗାତାର କମିଲେ ଓଡିଶା ସମେତ ଅନ୍ୟ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ। ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ପଞ୍ଜାବ, ଗୋଆ, ଛତିଶଗଡ, କର୍ନାଟକ ରହିଛନ୍ତି। ସେହିଭଳି ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତ୍ରିପୁରା, ମେଘାଳୟ ଭଳି ଛୋଟ ରାଜ୍ୟ ରାଜସ୍ବ କ୍ଷେତ୍ରରେ ଏଭଳି କ୍ଷତି ସାମ୍ନା କରିବେ ବୋଲି ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ଏନ୍‌ଆଇପିଏଫ୍‌ପି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
୨୦୧୭ ଜୁଲାଇ ପହିଲାରୁ ଦେଶରେ ନୂଆ ପରୋକ୍ଷ ଟିକସ ଲାଗୁ ହେବା ପରେ ରାଜ୍ୟଗୁଡିକୁ ରାଜସ୍ବ ଜନିତ କ୍ଷତି କ୍ଷେତ୍ରରେ କେନ୍ଦ୍ର ସରକାର ୫ ବର୍ଷ ଯାଏ କ୍ଷତି ପୂରଣ ଦେବାର ବ୍ୟବସ୍ଥା ରହିଥିଲା। ୫ ବର୍ଷକୁ ଟ୍ରାଞ୍ଜିଶନ ସମୟ କୁହାଯାଉଥିବା ବେଳେ ଏହା ୨୦୨୨ ଜୁନ ୩୦ରେ ଶେଷ ହେଉଛି। ଯଦି ୨୦୨୨ ଜୁନରେ କ୍ଷତି ପୂରଣ ବ୍ୟବସ୍ଥାକୁ ସରକାର ହଟାଇ ଦିଅନ୍ତି ତେବେ ରାଜ୍ୟଗୁଡିକ ୧,୦୦,୭୦୦ କୋଟିରୁ ୧,୨୩,୬୪୬ କୋଟି ମଧ୍ୟରେ ରାଜସ୍ବ ଅନ୍ତର ସାମ୍ନା କରିବେ। ଏହା ଟିକସ ରାଜସ୍ବ ବୃଦ୍ଧି ଏବଂ ଭରଷାଯୋଗ୍ୟ ଡାଟା ଉତ୍ସ ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ରାଜ୍ୟଗୁଡିକ ସେମାନଙ୍କ ଯୋଜନା ବାବଦ ଖର୍ଚ୍ଚ ଉଠାଇବାକୁ ହେଲେ ବର୍ତ୍ତମାନର ଟିକସ ଉତ୍ସଠାରୁ ଆବଶ୍ୟକ ପରିମାଣର ଟିକସ ସଂଗ୍ରହ କରିବାକୁ ପଡିବ କିମ୍ବା ରାଜ୍ୟଙ୍କୁ ନିଜର ଯୋଜନା ବାବଦ ଖର୍ଚ୍ଚକୁ କାଟ କରିବାକୁ ପଡିବ। କାରଣ ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ରାଜ୍ୟଗୁଡିକୁ ଏକ ପ୍ରକାରର ଝଟକା ଲାଗିବ ବୋଲି ଅନୁମାନ କରାଯାଇଛି।
ଏବେ ଜିଏସ୍‌ଟି ରାଜସ୍ବ ସଂଗ୍ରହ ହ୍ରାସ ଘଟିଛି। ଜିଏସ୍‌ଟି କ୍ଷତିପୂରଣ ଦେବା ଲାଗି ଅର୍ଥର ଆବଶ୍ୟକତା ଏବଂ କ୍ଷତିପୂରଣ ସେସ୍‌ ବାବଦ ସଂଗ୍ରହ ହେଉଥିବା ଟିକସ ମଧ୍ୟରେ ବଡ ପାର୍ଥକ୍ୟ ରହିଛି। ଏହା ଫଳରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଠିକ୍‌ ସମୟରେ ଜିଏସ୍‌ଟି କ୍ଷତିପୂରଣ ଦେବାକୁ ସକ୍ଷମ ହେଉନାହାନ୍ତି। ଏହାକୁ ନେଇ ରାଜ୍ୟଗୁଡିକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟାକୁ ନଜରରେ ରଖି ରାଜ୍ୟଗୁଡିକ ଜିଏସ୍‌ଟି କ୍ଷତିପୂରଣ ସମୟ ସୀମା ୨୦୨୪-୨୫ ଯାଏ ବଢାଇବାକୁ ପଞ୍ଚଦଶ ଅର୍ଥକମିଶନଙ୍କୁ ନିବେଦନ କରିଛନ୍ତି। କ୍ଷତିପୂରଣ ସେସ୍‌ ଉଠିଲା ପରେ ଯଦି ରାଜ୍ୟଗୁଡିକୁ ରାଜସ୍ବ ଜନିତ ଝଟକା ଲାଗେ ତେବେ ଏହା ଦେଶର ବିତ୍ତୀୟ ପରିଚାଳନା, ସାମଗ୍ରିକ ଆର୍ଥତ୍କ ସ୍ଥିରତାକୁ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି। ସରକାର କ୍ଷତିପୂରଣ ପ୍ରଦାନ ସମୟଠାରୁ ଅଧିକ ସମୟ କ୍ଷତିପୂରଣ ପ୍ରଦାନ ନେଇ ଯଦି ବ୍ୟବସ୍ଥା କରନ୍ତି ତେବେ ବର୍ତ୍ତମାନର ଅବସ୍ଥାକୁ ଦେଖିଲେ ତାହା ପ୍ରତୀୟମାନ ହେଉନାହିଁ।

ଜିଏସ୍‌ଟି କ୍ଷତିପୂରଣ
ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି ଜିଏସଟି କାର୍ଯ୍ୟକାରୀ କରାଇବା ସମୟରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ (ଜିଏସ୍‌ଟିସିସି) ଆସିଥିଲା। ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ଲାଗି ଅର୍ଥ ଯୋଗାଡ କେତେକ ସାମଗ୍ରୀ ଉପରେ ଉପକର ବା ସେସ୍‌ ଲାଗୁ କରାଯାଇଛି। ଏହି ପାଣ୍ଠିକୁ କେନ୍ଦ୍ର ସରକାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?