ଭକ୍ତ, ସେବାୟତଙ୍କ ମନରେ କ୍ଷୋଭ: ରଥଯାତ୍ରା ହେବା ଦାବିରେ ଆଜି ୬ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ,୧୯ା୬: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚାଲିଥିଲା। କରୋନା କଟକଣା ତଥା ଲକ୍‌ଡାଉନ ପାଇଁ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଧାର୍ଯ୍ୟ ସମୟ ପୂର୍ବରୁ କାମ ସରିଥିଲା। ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଥିଲା। ହେଲେ ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କ ରାୟ ସମସ୍ତଙ୍କ ମନରେ ନିରାଶ ଭରିଦେଇଛି। ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭକ୍ତ ଓ ସେବାୟତ। ସମସ୍ତଙ୍କ ମନରେ କୋହ ଓ କ୍ଷୋଭ। ରଥଯାତ୍ରା ହେବା ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି।
ଏପ୍ରିଲ ୨୬ ତାରିଖ ଅକ୍ଷୟତୃତୀୟାରେ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଅନୁମତି ପରେ ୧୨ଦିନ ବିଳମ୍ବରେ ଅର୍ଥାତ୍‌ ମେ ୫ରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ପ୍ରାୟ କାମ ସରିଛି। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ରଥ ପ୍ରତିଷ୍ଠା ଲାଗି ଦେଉଳ ପୁରୋହିତଙ୍କୁ ଅନୁମତି ଦିଆଯିବା ସହ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରାଯାଇଥିଲା। ସେବାୟତମାନେ ରଥଯାତ୍ରା ହେବା ନେଇ ଏକପ୍ରକାର ନିଶ୍ଚିତ ଥିଲେ। ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରୁ ନୂତନ ଶେଡ୍‌ ଖୋଲାଯିବା, ବଡ଼ଦାଣ୍ଡ ସହ ସଂଯୋଗ ସାହିଗଳି ରାସ୍ତାକୁ ବନ୍ଦ ପାଇଁ ବ୍ୟାରିକେଡ କରାଯିବା, ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରୁ କ୍ୟାବିନ ହଟାଇବା କାର୍ଯ୍ୟ ଚାଲିଥିଲା। ତେବେ କରୋନା ପାଇଁ ଏଥର ପୁରୀ ସମେତ ଓଡ଼ିଶାର କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି କୋର୍ଟଙ୍କ ରାୟ ପରେ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ରଥ ନିର୍ମାଣରେ ସମ୍ପୃକ୍ତ ସେବକ କିଛି ସମୟ ପାଇଁ ଅଟକି ଯାଇଥିଲେ। ଯଦି ବିଶ୍ୱନିୟନ୍ତା ରଥରେ ବିରାଜମାନ କରିବେ ନାହିଁ ତେବେ ସେମାନେ କାହିଁକି ଘରଦ୍ୱାର ଛାଡ଼ି ସଙ୍ଗରୋଧରେ ରହି ଦିନରାତି ଏକ କରିଦେଇଥିଲେ ବୋଲି କହିଛନ୍ତି। ଅନ୍ୟ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ନାନପୂର୍ଣ୍ଣିମା ଯଦି ବିନା ଭକ୍ତରେ ହୋଇପାରିଲା ରଥଯାତ୍ରା କାହିଁକି ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଭକ୍ତମାନେ ମଧ୍ୟ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାନ୍ତି। ସେମାନେ ବରଂ ସରକାରଙ୍କ ନିୟମ ମାନି ଘରେ ରହିବେ, କିନ୍ତୁ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡୁ ବୋଲି ମତ ରଖିଛନ୍ତି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରଥଯାତ୍ରା ହେବା ଦାବିରେ ଶୁକ୍ରବାର ପୁରୀ ବନ୍ଦ ଡାକରା ଦେଇଛନ୍ତି ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିବା ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ସ୍ବାଧୀନ କୁମାର ପଣ୍ଡା ଏବଂ ଶ୍ରୀଜଗନ୍ନାଥ ସେନାର ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ବର୍ଡର ପାର ହେବା ସହଜ ନ ଥିଲା

ଗୁଣପୁର,୬।୩(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ସହରର ୩ ଡାକ୍ତରୀ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ସୁରକ୍ଷିତଭାବେ ଘରକୁ ଫେରିଛନ୍ତି।...

ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ...

CORONAVIRUS UPDATE: ରାଜ୍ୟରେ ଆଜି ୩୨୩୫ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୩୨୩୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଥିବା ରାଜ୍ୟ...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ବେଖାତିର,ବେଆଇନ ଦର୍ଶାଇ ଭାଙ୍ଗିଲେ ଓମ୍‌ଫେଡ୍‌ ଦୋକାନ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ରାଜଧାନୀରେ ବିଏମ୍‌ସିର ଏକ ମନମାନି ଘଟଣା ସ୍ଥାନୀୟ ସିଏମ୍‌ପିଡିଆଇ କଲୋନୀରେ ଦେଖିବାକୁ ମିଳିଛି। ପିସି ନ ଦେବାରୁ ବିଏମ୍‌ସି ଅଧିକାରୀମାନେ ରମେଶ ଚନ୍ଦ୍ର ବାରିକଙ୍କ ଏକ...

କଙ୍କଡା, ଗେଣ୍ଢା ଭର୍ତ୍ତି ବସ୍‌କୁ ଜବତ ପରେ ଛାଡି ଦେଲେ

ବାହାନଗା,୧୬ା୧୧(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଟୋଲଗେଟ ନିକଟରେ ସାମୁଦ୍ରିକ କଙ୍କଡା ଓ ଗେଣ୍ଢା ଭର୍ତ୍ତି ହୋଇ ରପ୍ତାନୀ ହେଉଥିବା ଦୁଇଟି ଯାତ୍ରୀବାହୀ...

ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...

ଜୁନ୍‌ ୧ରୁ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜୁନ୍‌ ୧ରୁ ଅନ୍‌ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ...

ନାବାଳିକାଙ୍କୁ ବଳତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୫।୫: ୨୦୨୨ ଜୁନ ମାସରେ ବରଗଡ଼ ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଗତ ୧ତାରିଖରେ ଏହି ମାମଲାର ଶୁଣାଣି...

Advertisement
Archives

Model This Week