ଭଂଗା ଘରେ ୩ ପରାନୀ କୁଟୁମ

ଲୋଇସିଂହା,୧୨।୮(ଡି.ଏନ୍‌.ଏ.):  ଗଲା ଦୁଇଦିନ୍‌ ଧରି ହେଇଥିବାର ବରଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଁଚେତ୍‌ ଛେଲବାହାଲ ଗଁାର ସେବକ ବାରିକକଁର ଘର ଭାଂଗି ଯାଇଛେ। ଏନ୍‌ତାଥି ଅଲପ୍‌କେ ପରିବାର ଲୋକ୍‌ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌। ପରିବାରଟା ଏହେଦେ ଗୁଲଗୁଲା ହେଇ ରହିବାର ଲାଗି ଆଶ୍‌ରେ ଖୁଜୁଛନ୍‌।
ସୂଚନା ଅନ୍‌ସାରେ ଛେଲବାହାଲ ଗଁାର ବୁରୁଧ୍‌ ସେବକ ବାରିକ। ପରିବାର କହେଲେ ମାଏକିନା ଆର ଗୁଟେ ବଲି ଝି’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ୨୦୧୧ ଜନଗଣନା ହିସାବେ ସେବକ୍‌ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ହକ୍‌ଦାର ଆଏ। ପଁଚେତ୍‌ରେ ଏସ୍‌ଇସିସି ତାଲିକାରେ ତାକର ନଁା ରହିଛେ। ହେଲେ ଆଏଜ୍‌ତକ ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗଲା ୭ ତାରିଖ୍‌ ହେଇଥିବାର ବରଷାରେ କୁଟୁମବସିଆ ଖାଇପିଇ ଶୁଇଥିଲାବେଲେ ଘରର ପଛ୍‌ଫାଲର କଁାଥି ମାଡ଼ି ବସିଥିଲା। ହେଲେ ସଉଭାଏଗ୍‌କେ ପରିବାରର କେହି କିଛି ନାଇଁ ହେଇ। କଁାଥି ମାଡ଼ି ବସଲା ଉତାରୁ ଘରେ ଥିବାର ଧାନ, ଚାଉଲ, ଜିନିଷପାତି ସବୁ ବରଷାରେ ଭିଜି ଖରାପ ହେଇଯାଇଛେ। ଆଗ୍‌କେ ବରଷା ଲାଗି ରହିଲେ ଘରଟା ପୂରା ମାଡ଼ିବସ୍‌ବାର ବିପଦ୍‌ ରହିଛେ। ଏନ୍‌ତା ଅବସ୍‌ତାରେ ଘରେ ରହିବାର ନିରାପଦ୍‌ ନୁହେ ବଲି ସେବକ କହିଛନ୍‌। ଇ ଦୁଖି ପରିବାରକେ ପରଶାସନ ତରଫୁ ସାହାଯ୍‌ ସଂଗେ ଯେତେ ଜଲଦି ହେବା ଅବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସମିତି ସଭ୍ୟ ହେମାଳ ମେଶ୍ୱା ସମେତ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?