Posted inଖେଳ

ବୟକଟ୍‌, ଷ୍ଟ୍ରସ୍‌ଙ୍କୁ ନାଇଟ୍‌ହୁଡ ଉପାଧି

ଲଣ୍ଡନ, ୧୦।୯ (ଏଏଫ୍‌ପି)- କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ୍‌ ଖେଳାଳି ଜେଫ୍ରି ବୟକଟ୍‌ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଉଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। କ୍ରିକେଟ୍‌କୁ ଉଲ୍ଲେଖନୀୟ ଅବଦାନ ଲାଗି ୟୁନାଇଟେଡ୍‌ କିଙ୍ଗ୍‌ଡମର ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ଉଭୟ ବୟକଟ୍‌ ଓ ଷ୍ଟ୍ରସ୍‌ଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି। ୭୮ ବର୍ଷୀୟ ବୟକଟ୍‌ ୧୯୬୪ରୁ ୧୯୮୨ ମଧ୍ୟରେ ୧୦୮ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରି ୪୭.୭୨ ଆଭରେଜରେ ୮,୧୧୪ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବୟକଟ୍‌ଙ୍କ ନାମରେ ୧୫୧ ଶତକ ସହ ୪୮ ହଜାରରୁ ଊର୍ଦ୍ଧ୍ୱ ରନ୍‌ ରହିଛି। ୧୯୭୮ରେ ମଧ୍ୟ ବୟକଟ୍‌ ଇଂଲଣ୍ଡ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଅବସର ପରେ ସେ ବୟକଟ୍‌ କ୍ରିକେଟ୍‌ ଭାଷ୍ୟକାର ଭାବେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ସେହିଭଳି ୪୨ ବର୍ଷୀୟ ଷ୍ଟ୍ରସ୍‌ ୨୦୦୪ରୁ ୨୦୧୨ ମଧ୍ୟରେ ୫୦ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇ ଦୁଇଥର (୨୦୦୯ ଓ ୨୦୧୦-୧୧)ଆଶେସ ସିରିଜ ବିଜୟୀ କରାଇଛନ୍ତି। ଷ୍ଟ୍ରସଙ୍କ ନେତୃତ୍ୱରେ ଇଂଲଣ୍ଡ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ଏହି ବାମହାତୀ ଓପନର୍‌ ୧୦୦ ଟେଷ୍ଟ ମ୍ୟାଚ୍‌ରୁ ୨୧ ଶତକ ସହାୟତାରେ ୭,୦୩୭ ରନ୍‌ ସଂଗ୍ରହ କରିଛନ୍ତି। ଦକ୍ଷିଣ ଆଫ୍ରିକା ଜନ୍ମିତ ଷ୍ଟ୍ରସ୍‌ ଅବସର ପରେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)ର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ କ୍ୟାନସରରେ ସ୍ତ୍ରୀଙ୍କ ବିୟୋଗ ପରେ ୨୦୧୮ରେ ସେ ଏଥିରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି...

ଜିଟିର ସହଜ ବିଜୟ…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ସହଜ ବିଜୟ ହାସଲ...

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର...

୧୭ଜଣ ପିସିବି ଅଫିସକୁ ପଶି ଆସିଲେ, ଜିନିଷପତ୍ର ବି ନେବାକୁ ଦେଲେନି: ରମିଜ

ଇସଲାମାବାଦ,୨୭।୧୨: ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ପଦରୁ ରମିଜ ରାଜାଙ୍କୁ ହଟାଯାଇ ନଜମ ସେଠୀଙ୍କୁ...

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ...

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ଜୁନ୍‌ ୧୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୯ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହା ଟେଲି କନଫରେନ୍ସିଂ ଜରିଆରେ ହୋଇଥିଲା। ଏଥିରେ...

ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ...

ଅବିନାଶଙ୍କୁ ସ୍ନୁକର, ବରୁଣଙ୍କୁ ବିଲିୟାର୍ଡସ ଟାଇଟଲ୍‌

କଟକ ଅଫିସ,୧୯ା୧୧- କଟକ କ୍ଲବଠାରେ ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ ୨୬ତମ ଅଲ ଓଡ଼ିଶା...

Advertisement
Archives

Model This Week