ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ: ଅଧ୍ୟକ୍ଷ ପଦବୀ ପାଇଁ ବଦଳି ରାଜନୀତି

ଯାଜପୁର ରୋଡ,୧୫।୩(ଡି.ଏନ.ଏ.): ବ୍ୟାସନଗର ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପଦବୀକୁ ନେଇ ବଦଳି ରାଜନୀତି ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାଧ୍ୟାପକଙ୍କୁ ଏଠାରୁ ରାତିଅଧିଆ ବଦଳି କରାଯାଇ ବର୍ଷକ ତଳେ ବଦଳି କରାଯାଇଥିବା ଅନ୍ୟଜଣେ ପ୍ରାଧ୍ୟାପିକାଙ୍କୁ ପୁଣି ଏଠାକୁ ବଦଳି କରାଯାଇ ଅଣାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ମାର୍ଚ୍ଚ ୩୧ରେ ବ୍ୟାସନଗର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଏସ.କେ. ଆବୁ ତାହିର ଦାୟିତ୍ୱରୁ ଅବସର ନେଉଛନ୍ତି। ଏପ୍ରିଲ ପହିଲାରୁ ଏହି ଅଧ୍ୟକ୍ଷ ପଦ ଖାଲି ପଡ଼ିବ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ପତ୍ରସଂଖ୍ୟା ୩୧୧୭୫/୨୭ା୯ା୨୦୧୮ ଅନୁଯାୟୀ ଅବସର ନେବାର ମାତ୍ର ମାସକ ପୂର୍ବରୁ ବରିଷ୍ଠତା ଏବଂ ଯୋଗ୍ୟତା ଆଧାରରେ ୪ଜଣ ଅଧ୍ୟାପକଙ୍କ ନାମ ତାଲିକା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଯାଏ ଅଧ୍ୟକ୍ଷଙ୍କ ଦ୍ୱାରା ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ମାତ୍ର ବର୍ଷକ ତଳେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶିବଚରଣ ମାଝୀଙ୍କୁ ପ୍ରଶାସନିକ ହସ୍ତକ୍ଷେପ କ୍ରମେ ମୁଗପାଳ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟକୁ ବଦଳି କରାଯାଇଥିଲା। ପ୍ରାଧ୍ୟାପକ ମାଝୀଙ୍କୁ ଏବେ ପୁନଶ୍ଚ ରାତିଅଧିଆଭାବେ ସେଠାରୁ ପୁଣି ଏହି ମହାବିଦ୍ୟାଳୟକୁ ବଦଳି କରି ଅଣାଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷେ ୟୁଜିସି ଅନୁମୋଦନପ୍ରାପ୍ତ ତଥା ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗୋପାଳଚରଣ ନନ୍ଦଙ୍କୁ ମୁଗପାଳ ମହାବିଦ୍ୟାଳୟକୁ ତରବରିଆଭାବେ ଏଠାରୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଥାଉକି, ପ୍ରାଧ୍ୟାପକ ନନ୍ଦ ଏକମାତ୍ର ୟୁଜିସି ଅନୁମୋଦନପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ସେ ହିଁ ପ୍ରକୃତ ପକ୍ଷେ ଦାବିଦାର ବୋଲି ସ୍ପଷ୍ଟ ବାରି ହେଉଥିଲା। ମାତ୍ର ନନ୍ଦଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଚଞ୍ଚକତା ପୂର୍ବକ ଏଭଳି ରାତିଅଧିଆ ବଦଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି। ଏହି କଲେଜରେ ଓଡ଼ିଆ ବିଭାଗରେ ଏକ ଅଧ୍ୟାପକ ପଦବୀ ଖାଲିଥିବାବେଳେ ଓଡ଼ିଆ ବିଭାଗର ମୁଖ୍ୟ ନନ୍ଦଙ୍କୁ ଅନ୍ୟତ୍ର ବଦଳି କରାଯିବା ଘଟଣା ଅପ୍ରାସଙ୍ଗିକ ବୋଲି ମଧ୍ୟ କୁହାଯାଉଛି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ଅଧ୍ୟକ୍ଷ ତାହିରଙ୍କୁ ପଚାରିବାରୁ, ୪ଜଣଙ୍କ ନାମ ଉଚ୍ଚଶିକ୍ଷା ବିଭାଗକୁ ପଠାଯିବ। ଏହାପରେ ବିଭାଗୀୟ ନିଷ୍ପତ୍ତି ଅନୁସାରେ ଅଧ୍ୟକ୍ଷ ପଦବୀ ଦିଆଯିବ। ଯେଉଁସବୁ ଅଦଳବଦଳ ହୋଇଛି ତାହା ତାଙ୍କ ନିଷ୍ପତ୍ତି ନୁହେଁ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍‌ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ...

କେନାଲ କୂଳ ଜମିକୁ ମାଡୁନି ପାଣି

ବରଗଡ଼ ଅଫିସ୍‌,୧୦।୩: ଚଳିତ ରବିଧାନ ଫସଲରେ ବରଗଡ଼ ଜିଲା ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। କେନାଲ ବିଭାଗର ଦୂରଦୃଷ୍ଟିହୀନତା ଯୋଗୁ...

ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ...

ବାଲିଘାଟ ନିଲାମକୁ ନେଇ ଆଶଙ୍କା

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲାରେ ବାଲି ଖନନକୁ ନେଇ ପ୍ରସ୍ତୁତ କରାଯାଇଥିବା ସର୍ଭେ ରିପୋର୍ଟ(ଡିଏସ୍‌ଆର)କୁ ବେଆଇନ ଦର୍ଶାଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି। ବାରିପଦାର...

ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ...

ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ...

ମା’କୁ ଖୋଜି ୫୦ କି.ମି.

ଢେଙ୍କାନାଳ ଅଫିସ,୭ା୧୦:ମା’ ପାଖରେ ପହଞ୍ଚତ୍ବାକୁ ଚାରିଦିନର ସଂଘର୍ଷ। ଦୀର୍ଘ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବିପଦପୂର୍ଣ୍ଣ ଯାତ୍ରା। ଅତିକ୍ରମ କରିବାକୁ ପଡ଼ିଛି ନଦନଦୀ, ଅରଣ୍ୟ, ଜନବସତି। ଶେଷରେ...

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨୬।୭: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଖଗେଶ୍ବର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି...

Advertisement
Archives

Model This Week