Posted inରାଜ୍ୟ

ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନାରେ ମନମୁଖି କାର୍ଯ୍ୟ: ଖାଲିପଡ଼ିଛି ୩୬ ଅଧ୍ୟାପିକା ଅଧ୍ୟାପକ ପଦବୀ; ୮୦ ପରିବର୍ତ୍ତେ ଅଛନ୍ତି ୪୪

ଯାଜପୁରରୋଡ,୩୦ା୬(ନି.ପ୍ର.)- ଯାଜପୁରରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦିନରେ ଏହି ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୁନାମ ଅର୍ଜନ କରିଥିଲା। ଏହି ମହାବିଦ୍ୟାଳୟ ୧୯୬୬ରେ ପ୍ରତିଷ୍ଠା ହୋଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ଜିଲାର ଛାତ୍ରୀଛାତ୍ର ଏହି ମହାବିଦ୍ୟାଳୟକୁ ଆସିଥାନ୍ତି। ଏଠାରୁ ଶିକ୍ଷା ସାରି ବହୁ ଛାତ୍ରୀଛାତ୍ର ରାଜ୍ୟ ଓ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ହେଲେ ଗତ ୪ ବର୍ଷ ହେଲା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନା କ୍ଷେତ୍ରରେ ମନମାନୀ ଯୋଗୁ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଶାସନଗତ ବିଶୃଙ୍ଖଳା ଦେଖାଦେଇଛି। ଏହି ମହାବିଦ୍ୟାଳୟରେ ୮୦ ଜଣ ଅଧ୍ୟାପିକା ଅଧ୍ୟାପକଙ୍କ ଆବଶ୍ୟକ ଥିବାବେଳେ ୪୪ ଜଣ ରହିଛନ୍ତି ଓ ୩୬ ପଦବୀ ଖାଲିପଡିଛି। ଇତିହାସ ବିଭାଗରେ ୬ ଅଧ୍ୟାପକ ମଧ୍ୟରୁ ୬ଟି ପଦବୀ ଖାଲିପଡିଛି। ବାଣିଜ୍ୟ ବିଭାଗରେ ୩, ଉଦ୍ଭିଦ ବିଜ୍ଞାନରେ ୨, ପ୍ରାଣୀ ବିଜ୍ଞାନରେ ୩, ଇଂଲିଶ ବିଭାଗରେ ୬, ଓଡ଼ିଆ ବିଭାଗରେ ୩, ଶିକ୍ଷା ବିଭାଗରେ ୧, ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗରେ ୧, ଅର୍ଥଶାସ୍ତ୍ରରେ ୨, ରାଜନୀତି ବିଜ୍ଞାନ ବିଭାଗରେ ୧, ପଦାର୍ଥ ବିଜ୍ଞାନରେ ୨, ରସାୟନ ବିଜ୍ଞାନରେ ୧ ପଦବୀ ଖାଲିପଡ଼ିଛି। ସେହିପରି ଗଣିତ ବିଭାଗରେ ୨, ତର୍କ ଓ ଦର୍ଶନଶାସ୍ତ୍ରରେ ୩ ପଦବୀ ଖାଲିପଡିଛି। ଫଳରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଏହି ମହାବିଦ୍ୟାଳୟକୁ ୪ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠି ମିଳିନାହିଁ। ପୂର୍ବତନ ଅଧ୍ୟକ୍ଷମାନେ ଅନୁଦାନ ପାଣ୍ଠି ଅର୍ଥ ବିନିଯୋଗ ପ୍ରମାଣପତ୍ର ଦେଇ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ମହାବିଦ୍ୟାଳୟର ବିକାଶ ବାଧାପ୍ରାପ୍ତ ହେବା ସହ ଶ୍ରେଣୀଗୃହର ଅଭାବ ଦେଖାଦେଇଛି। ୨୦୧୯ ସୁଦ୍ଧା ସ୍ବୟଂଶାସିତ ମାନ୍ୟତା ଶେଷ ହୋଇଯାଇଥିବାରୁ ପୁନଃ ମାନ୍ୟତା ପାଇବା ପାଇଁ ଆନୁଷଙ୍ଗିକ କାଗଜପତ୍ର ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପୁରାତନ ଛାତ୍ରସଂଘ ସଭାପତି ବିଦ୍ୟାଧର ମହାନ୍ତି କୁହନ୍ତି, ପୂର୍ବତନ ଅଧ୍ୟକ୍ଷଙ୍କ ସମୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠିର ପ୍ରମାଣପତ୍ର ଠିକ୍‌ ସମୟରେ ଦାଖଲ ନ ହେବାରୁ ମହାବିଦ୍ୟାଳୟ ବିକାଶ ବାଧାପ୍ରାପ୍ତ ହୋଇଛି। ଏହି ଅନୁଦାନ ପାଣ୍ଠିର ତଦନ୍ତ କରାଯାଉ। କଲେଜର ଅଧ୍ୟକ୍ଷ ମେଜର ଆବୁ ତାହେଙ୍କୁ ପଚାରିବାରୁ, ଅଧ୍ୟାପକ ପଦବୀ ଖାଲି ଥିବା ଘଟଣା ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠିର ପ୍ରମାଣପତ୍ର ଦାଖଲ ପାଇଁ କାର୍ଯ୍ୟ ଚାଲୁରହିଛି ବୋଲି କହିଥିଲେ। ତୁରନ୍ତ ପଦବୀଗୁଡିକୁ ପୂରଣ କରିବା ପାଇଁ ପୁରାତନ ଛାତ୍ରସଂଘ ଓ କଲେଜର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri