ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ଏ ନେଇ ବୈଠକରେ ଉପସ୍ଥିତ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି, କରୋନା ନେଇ ଲୋକଙ୍କୁ ସଚେତନ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଛି। ଅନ୍ୟ ରାଜ୍ୟରେ କରୋନା ପଜିଟିଭ୍‌ ମିଳିଛି। ଏଣୁ ଏ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ଏଯାବତ୍‌ ଓଡ଼ିଶାରେ ୧୧୫ ଜଣଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯାଇଛି। ପାରାଦୀପରୁ ମଙ୍ଗଳବାର ଆସିଥିବା ଦମ୍ପତିଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିବା ସେ କହିଛନ୍ତି।

ପ୍ରକାଶ ଯେ, କରୋନା ତଦାରଖ ପାଇଁ ଡିଏମ୍‌ଇଟିଙ୍କୁ ଦାୟିିତ୍ୱ ଦିଆଯାଇଛି। ବିମାନବନ୍ଦର ଓ ହସ୍ପିଟାଲଗୁଡ଼ିକୁ ଆଲର୍ଟ କରାଯାଇଛି। ବିମାନ ଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କ୍ରିନିଂରେ ସନ୍ଦେହ ହେଲେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ନାମ ଲେଖା: କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ, କେବେଠୁ ନାମ ଲେଖା ଜାଣନ୍ତୁ…

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା...

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି...

ଜାନୁୟାରୀ ୪ରୁ ଶିଶିର ସରସ ମେଳା: ଯୋଗଦେବେ ୨୫ ରାଜ୍ୟର କାରିଗର

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀକୁ ବିପଣନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଜାନୁୟାରୀ ୪ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଶିଶିର ସରସ ମେଳା।...

ଓଡ଼ଶର ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା: ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଦଶପଲ୍ଲା,୧୫ା୯ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରିଗଣ୍ଡା ପଞ୍ଚାୟତର ଓଡ଼ଶର ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା ପଡ଼ିଛି। କେନ୍ଦ୍ରରେ ଖାଦ୍ୟ...

‘ଟିକ୍‌ ମି’ ଆପ୍‌ ଦ୍ୱାରା ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହିଛନ୍ତି। ସେମାନଙ୍କର ଯେପରି ସମସ୍ୟା ନ ଉପୁଜିବ ସେଥିପାଇଁ ଅନ୍‌ଲାଇନ୍‌ ଓ ହୋମ୍‌ ଡେଲିଭରି ସେବାକୁ ଅନୁମତି ଦେଇଛନ୍ତି...

ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଶାଶୁ

କଟକ ଅଫିସ, ୬।୧୧: ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି।...

ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୨(ବ୍ୟୁରୋ): ଝାଡଖଣ୍ଡ ଏବଂ ଓଡିଶା ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ...

ଲଘୁ ଖଣିଜ ଚୋରି ରୋକିବାକୁ ଆସିବ ନୂଆ ନିୟମ

ଭୁବନେଶ୍ୱର,୫ା୧୨ (ବ୍ୟୁରୋ): କେବଳ ବଡ଼ ବଡ଼ ଖଣି ନୁହେଁ, ଲଘୁ ଖଣିଜ ପଦାର୍ଥ ଚୋରି ମଧ୍ୟ ରାଜ୍ୟରେ ଅତିମାତ୍ରାରେ ବୃଦ୍ଧି ପାଉଛି। ଏହାକୁ ନେଇ ଅନେକ...

Advertisement

BGU

Archives

Model This Week

Why Dharitri