Posted inଜାତୀୟ

ବ୍ୟାନ୍‌କୁ ବେଖାତିର: ୩ ବର୍ଷରେ ଭାରତରେ ୭ ହଜାର କୋଟି ନିବେଶ କରିବ ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୦।୪: ଭାରତରେ ଟିକ୍‌ ଟକ୍‌ ଆପ୍‌କୁ ବ୍ୟାନ୍‌ କରାଯିବା ପରେ ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ବାଇଟ୍‌ ଡ୍ୟାନ୍ସ୍‌ ଟେକ୍ନୋଲୋଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏହାକୁ ହଟାଇ ଦେଇଛି। ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭାରତରେ ଏହି ଆପ୍‌କୁ ନେଇ ସମସ୍ୟାର ସମାଧାନ କରାଯିବ। ଏହା ସହିତ ଟିକ୍‌ଟକ୍‌ର ପ୍ୟାରେଣ୍ଟ୍‌ କମ୍ପାନୀ ଆଗାମୀ ୩ ବର୍ଷରେ ଭାରତରେ ୭ ହଜାର କୋଟି ଟଙ୍କାର ନିବେଶ କରିବ ବୋଲି ଘୋଷଣା କରିଛି। କମ୍ପାନୀ ଭାରତରେ ଏହାର କର୍ମଚାରୀ ସଂଖ୍ୟା ବୃଦ୍ଧି କରି ଏକ ହଜାରରେ ପହଞ୍ଚାଇବାର ଯୋଜନା କରିଛି। ସେମାନଙ୍କ ମଧ୍ୟରୁ ୨ ଶହ ୫୦ କର୍ମଚାରୀ କଣ୍ଟେଟ୍‌ ଉପରେ ଜନର ରଖିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତରେ ଟିକ୍‌ଟକ୍‌ର ୧୨ କୋଟି ବ୍ୟବହାରକର୍ତ୍ତା ଅଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେସିଡେଣ୍ଟ ଡାକ୍ତରଙ୍କ ବିବରଣୀ ମାଗିଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୮।୯: ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ରେସିଡେଣ୍ଟ ଡାକ୍ତରଙ୍କ ବିଷୟରେ ବିସ୍ତୃତ ସୂଚନା ମାଗି ଏକ ବିଜ୍ଞପ୍ତି ଜାରି...

କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍‌ରେ ଆପ୍‌ ସହମତ

ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ସମ୍ପର୍କକୁ ନେଇ ଏକ ବଡ଼ ଖବର ଆସିଛି। ସୂଚନାନୁସାରେ,  ଆପ୍‌ ଏବଂ...

ଟ୍ରେନି ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା? ସତ ବଖାଣିଲେ ସାଥି

କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି।...

ଭାଜପାକୁ ଲାଗିବ ବଡ ଝଟ୍‌କା! ‘ଜୋ ରାମ କୋ ଲାୟେ ହୈ’ର ଗାୟକ ଧରିବେ ହାତ!

ଚଣ୍ଡିଗଡ଼,୮।୯: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଭାଜପାକୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଜଣାଶୁଣା ଗାୟକ କାହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ...

ରୁଷିଆ ଯିବେ ଏନଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ,୮।୯: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ...

ସରକାରଙ୍କ ବଡ଼ ଘୋଷଣା: ଏନ୍‌ଆର୍‌ସି ନମ୍ବର ନ ଦେଲେ ତିଆରି ହେବନି ଆଧାରକାର୍ଡ, ଏହିଦିନଠାରୁ ହେବ ଲାଗୁ…

ଦିଶପୁର,୮ା୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ...

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri