ବ୍ୟାଟିଂ ବେଳେ ଫିଲ୍ଡ ସେଟ୍‌ କଲେ ଧୋନୀ

କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ ଦକ୍ଷତା ଓ ନେତୃତ୍ୱ ଶ୍ରେଳୀ ପାଇଁ ବିଶ୍ୱରେ ପରିଚିତ। ପୂର୍ବତନ ଅଧିନାୟକ ଏଠାରେ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ମ୍ୟାଚ୍‌ର ୪୦ତମ ଓଭରରେ ଧୋନୀ ବ୍ୟାଟିଂ କରୁଥିବାବେଳେ ବୋଲର ଶବିର ରେହମାନଙ୍କୁ ବଲ ପକାଇବା ପୂର୍ବରୁ ଅଟକାଇ ଦେଇଥିଲେ। କାରଣ ଧୋନୀ ଫିଲ୍ଡରେ କିଛି ତ୍ରୁଟି ଦେଖିବାକୁ ପାଇଥିଲେ। ଏହାପରେ ୩୭ ବର୍ଷୀୟ ଧୋନୀ ବୋଲର ଶବିରଙ୍କୁ ମିଡ୍‌ ଉଇକେଟରୁ ଫିଲ୍ଡର ହଟାଇ ସ୍କୋୟାର ଲେଗ୍‌ ଅଞ୍ଚଳକୁ ପଠାଇବାକୁ ଉପଦେଶ ଦେଇଥିଲେ। ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲେ ମଧ୍ୟ ସ୍ପିନର ଶବିର ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ଉପଦେଶ ପାଳନ କରିିଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ହେବା ସହ ଭିଡିଓ ଭାଇରାଲ ହୋଇଛି। ଉଲ୍ଲେକଥାଉ କି, ଧୋନୀ ୭୮ ବଲର ସମ୍ମୁଖୀନ ହୋଇ ୧୧୩ ରନ୍‌ କରିଥିଲେ। ଏହି ଶତକୀୟ ଇନିଂସରେ ୭ ଛକା ଓ ୮ ଚୌକା ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଜେଣ୍ଟିନାକୁ ହରାଇଲା ସୌଦି ଆରବ…

ଦୋହା,୨୨।୧୧ : ସୌଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ଆର୍ଜେଣ୍ଟିନାର ଲିଓନେଲ ମେସି ୪ଟି ଭିନ୍ନ ବିଶ୍ୱକପରେ ସ୍କୋର...

କ୍ରିକେଟ ଅଷ୍ଟ୍ରେଲିଆର ୫୦ ନିୟୁତ ଡଲାର ଋଣ

ମେଲବୋର୍ନ, ୪ା୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ଯଦି ଭାରତ ଟୁର୍‌ରେ ନ ଆସେ ତେବେ କ୍ରିକେଟ ଅଷ୍ଟ୍ରେଲିଆକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏଥିପାଇଁ...

ହାଇଦ୍ରାବାଦ୍‌କୁ ଲାଗିଲା ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି କ୍ରିକେଟର୍‌‌

ନୂଆଦିଲ୍ଲୀ,୨୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ରେ ସମସ୍ତ ଦଳ ଏପର୍ଯ୍ୟନ୍ତ ୩ କିମ୍ବା ୪ଟି ମ୍ୟାଚ ଖେଳିଛନ୍ତି। ଏହି ସମୟରେ, ବାୟୋ ବବୁଲ ଭୟ ହେତୁ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ...

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ...

ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡାଇ ଆଣିପାରନ୍ତି ଏହି ୨ ଖେଳାଳି

ମେଲବୋର୍ନ,୨୮।୧୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସିରିଜ୍‌କୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା...

ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦେଲା ଓ୍ବେଷ୍ଟଇଣ୍ଡିଜ

କେପଟାଉନ୍‌, ୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ...

ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୨୬।୧୧ (ପି.ଟି.)- ଭାରତର ସର୍ବପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କରି ବାଂଲାଦେଶ ବିପକ୍ଷରେ ଦଳକୁ ଇନିଂସ କରାଇଥିବା...

Advertisement
Archives

Model This Week