ବ୍ୟାଙ୍କ ମ୍ୟାନେଜର କହି ଟଙ୍କା ଲୁଟ୍‌

ବଅଁରପାଳ,୭।୯(ଡି.ଏନ.ଏ.)

ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ୧୦ ହଜାର ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଛନ୍ତି ନାଲ୍‌କୋ ଥାନା କନ୍ୟାବେଡା ଗ୍ରାମର ସଞ୍ଜୟ ସାହୁ। ଏ ନେଇ ସେ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟଙ୍କ ୟୁନାଇଟେଡ଼ ବ୍ୟାଙ୍କ କୁଲାଡ଼ ଶାଖାରେ ଆକାଉଣ୍ଟ ରହିଛି। ଅପରାହ୍ନରେ ଜଣେ ଯୁବକ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ମୋବାଇଲ ଫୋନ ଯୋଗେ ସଞ୍ଜୟଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏଟିଏମ୍‌ କାର୍ଡରେ ତ୍ରୁଟି ରହିଛି ତେଣୁ ସିକ୍ରେଟ ନମ୍ବର ଦେବାକୁ ଯୁବକ ଜଣକ ସଞ୍ଜୟଙ୍କୁ କହିଥିଲେ। ସଞ୍ଜୟ ଏଟିଏମ୍‌ ନମ୍ବର ଦେବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri