ବ୍ୟାଙ୍କରେ ଗଣ୍ଡଗୋଳ ନେଇ ଥାନାରେ ମାମଲା

ବାହାନଗା, ୨୪ା୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି। ତେବେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବିଭିନ୍ନ ସରକାରୀ ଅଫିସରେ କାମ ଚଳାଇବା ପାଇଁ ଆବଶ୍ୟକଠାରୁ ଅଳ୍ପ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ହେଉଛି ା ବ୍ୟାଙ୍କଗଡିକ ମଧ୍ୟ ସେଥିରୁ ବାଦ୍‌ ପଡିନାହାନ୍ତି ା ନିହାତି ଆବଶ୍ୟକ କାମ ବ୍ୟାଙ୍କ ମାଧ୍ୟମରେ କରାଯାଉଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଏକ ପଞ୍ଚାୟତର ପାସବୁକ୍‌ ଅପଡେଟ୍‌ କରିବା ନେଇ ମଙ୍ଗଳବାର ଅପରାହ୍ନରେ ଗୋପାଳପୁର ୟୁକୋ ବ୍ୟାଙ୍କରେ ଗଣ୍ଡଗୋଳ ହୋଇଥିଲା। ପଣ୍ଡାଶୁଣି ପଞ୍ଚାୟତର ପରୀକ୍ଷିତ ମାଝି ନାମକ ବ୍ୟକ୍ତି ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ନାମରେ ଗୋପାଳପୁର ଫାଣ୍ଡିରେ ପାଲଟା ଅଭିଯୋଗ କରିବା ପରେ ଖନ୍ତାପଡା ଥାନାରେ ଏକ ମାମଲା (ନଂ.୧୩୭/୨୦) ରୁଜୁ ହୋଇଛି ା ଗୋପାଳପୁର ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ସବିତା ହାସଁଦାଙ୍କ ପାଲଟା ଅଭିଯୋଗକ୍ରମେ ଥାନାରେ ୭ଜଣଙ୍କ ନାମରେ ଏକ ମାମଲା (ନଂ. ୧୩୮/୨୦) ରୁଜୁ କରଯାଇଛି। ଉକ୍ତ ଅଭିଯୋଗରେ ବ୍ୟାଙ୍କର ମହିଳ ଅଧିକାରୀଙ୍କୁ ଜାତି ଉଠାଇ ଗାଳିଗୁଲଜ କରାଯାଇଥିବା ଦର୍ଶାଯାଇଛି।
କେନ୍ଦ୍ର ସରକାର ଜନଧନ ଯୋଜନାରେ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ତାହାକୁ ଉଠାଇବା ପାଇଁ ୟୁକୋ ବ୍ୟାଙ୍କରେ ନାହିଁ ନ ଥିବା ଗହଳି ହେଉଛି ା ଫଳରେ ବ୍ୟାଙ୍କରେ ଟଙ୍କା ଉଠା, ଟଙ୍କା ଡିପୋଜିଟ୍‌ ଆଦି କାମ କରାଯାଉଛି। କର୍ମଚାରୀ କମ୍‌ ଆସୁଥିବାରୁ ପାସ୍‌ବୁକ୍‌ ଅପଡେଟ କରାଯାଉନାହିଁ ା ତେବେ ପଣ୍ଡାଶୁଣି ପଞ୍ଚାୟତ ତରଫରୁ ପରୀକ୍ଷିତ ମାଝୀ ପଞ୍ଚାୟତ ପାସ୍‌ବୁକ୍‌ ଅପଡେଟ କରିବା ପାଇଁ ଆସିଥିଲେ ମଧ୍ୟ ବ୍ୟାଙ୍କର ଅତିରିକ୍ତ ଶାଖା ପରିଚାଳକ ନ କରିବାରୁ ଏହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣରୁ ମୁକ୍ତି ପାଇ କଳାହାଣ୍ଡିର ୧୬ ପୋଲିସ କର୍ମଚାରୀ କଲେ ପ୍ଲାଜମା ଦାନ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ସ୍‌ସିବିରେ କରୋନାରେ ଆକ୍ରାନ୍ତ ଗୁରୁତର...

ଫନୀ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି

ଖଣ୍ଡପଡ଼ା,୧୭ା୫(ସ୍ବ.ପ୍ର.)-ଫନୀ ବାତ୍ୟା ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପନିପରିବା, ଫଳ ଓ ରବି ଫସଲ କ୍ଷତିଗ୍ରସ୍ତ ହେବାରୁ ଚାଷୀ...

ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି...

ଅନ୍‌ଲାଇନ ପାଠପଢ଼ା ବେଳେ ମୋବାଇଲ ଫୋନ୍‌ ଫାଟିଲା

ପୁରୀ ଅଫିସ,୨୯ା୭: ଅନ୍‌ଲାଇନରେ ପାଠପଢାବେଳେ ମୋବାଇଲ ଫୋନ୍‌ ଫାଟିଲା। ତେବେ ସୌଭାଗ୍ୟବଶତଃ ରକ୍ଷା ପାଇଛନ୍ତି ଜଣେ ସପ୍ତମଶ୍ରେଣୀ ଛାତ୍ରୀ। ତାଙ୍କ ବାମ ହାତରେ ଆଘାତ ଲାଗିଛି।...

‘ଅଭିଯୋଗରେ ରହିଛି ସତ୍ୟତା’

ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଗ୍ରାମରେ ଓଟିଭି ପକ୍ଷରୁ ଜମି ହଡ଼ପ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ପ୍ରାଥମିକ...

ଛାତ୍ରାବାସରେ ଥିବା ପୁଅଙ୍କୁ ଭେଟିବାକୁ ଯାଇ ବାପାଙ୍କ ଜୀବନଗଲା

କୋରୁକୋଣ୍ଡା ୨୯।୧(ଡି.ଏନ୍‌.ଏ): ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଶୂଳିଆ ମନ୍ଦିର ନିକଟରେ ଥିବା ଶାରଦାଗୁଡା ଛକରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବାଇକ୍‌ ଧକ୍କାରେ ଜଣେ...

୧୬ବର୍ଷ ପରେ ଅଭିଯୁକ୍ତଙ୍କୁ ଦଣ୍ଡ

ପରଜଙ୍ଗ, ୬।୧୦(ଡି.ଏନ.ଏ.): ପରଜଙ୍ଗ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜେଏମ୍‌ଏଫ୍‌ସି ପ୍ରଜ୍ଞା ପଣ୍ଡା...

ସେନା ଚାକିରି ପାଇଁ ୨୨୦ କି.ମି. ଦୌଡ଼ିଲେ ସୌରଭ

ପୁରୀ ଅଫିସ, ୨୧।୨:ଭାରତୀୟ ସେନାରେ ଯୋଗଦେବାକୁ ପିଲାଟି ଦିନରୁ ରହିଛି ଆଗ୍ରହ। ବାପା ବି ଚାହୁଁଛନ୍ତି ତାଙ୍କ ପୁଅ ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ମାତୃକାର...

Play 250+ Trending Games
Archives

Model This Week

Why Dharitri