Posted inଜାତୀୟ

ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି

ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ ଏଠାକୁ ଆସେନାହିଁ, ଏହି ସ୍ଥାନ ମୋତେ ଆପେ ଆପେ ଟାଣି ନେଇ ଆସେ। ମୁଁ ଏଠାକୁ ଜନସାଧାରଣଙ୍କଠାରୁ ଆଶୀର୍ବାଦ ନେବାକୁ ଓ ପ୍ରଣାମ କରିବାକୁ ଆସିଛି। ଏଠାକୁ ଆସିଲେ ସକାରାତ୍ମକ ଭାବନା ଜାଗୃତ ହୋଇଥାଏ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇ କହିଛନ୍ତି, ମୋତେ ଯାହା ବି କହିବାର ଅଛି କୁହ, ବ୍ୟାଙ୍କକ-ଥାଇଲାଣ୍ଡରୁ ଗାଳି ବି ଇମ୍ପୋର୍ଟ କର। କିନ୍ତୁ ରାଷ୍ଟ୍ରହିତ ପାଇଁ ନିଆଯାଉଥିବା ନିଷ୍ପତ୍ତିକୁ ବିରୋଧ କର ନାହିଁ ଏବଂ ଦେଶ ପିଠିରେ ଛୁରା ମାଡ଼ କରନାହିଁ ବୋଲି ସେ କହିଛନ୍ତି। ସମଗ୍ର ଦେଶ ଆଜି ଜମ୍ମୁ-କଶ୍ମୀର ଓ ଲଦାଖ ସହ ଠିଆ ହୋଇଛି। କିନ୍ତୁ କଂଗ୍ରେସର କିଛି ନେତା ଦେଶ ଓ ବିଶ୍ୱରେ ଏହି ନିଷ୍ପତ୍ତିକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିବ ନୂଆ ବିମାନ

ନୂଆଦିଲ୍ଲୀ,୧୦ା୧୦: ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ନୂଆ ସ୍ବତନ୍ତ୍ର ବିମାନ ଆସନ୍ତାବର୍ଷ ଜୁନ୍‌ରେ ଭାରତ ଆସିବ। ଏହି ବିମାନ ଏୟାର ଇଣ୍ଡିଆ ବଦଳରେ ଇଣ୍ଡିଆନ ଏୟାରଫୋର୍ସ ଅଧୀନରେ...

ବସ୍‌ ଅପହରଣକାରୀଙ୍କୁ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୨୦।୮: ଉତ୍ତରପ୍ରଦେଶ ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟସ୍ଥ ରାୟଭା ଟୋଲ୍‌ ପ୍ଲାଜାଠାରୁ ଅପହରଣ କରାଯାଇଥିବା ଏକ ଯାତ୍ରୀବାହୀ ବସ୍‌ ଘଟଣାରେ...

ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ

ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍‌ ବିରୋଧରେ ଦିଲ୍ଲୀ ସୀମାରେ...

କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି

ପୁଣେ,୪।୭: ଦେଶରେ କରୋନା ଭାଇରସ୍‌ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ...

ତଦନ୍ତ ପାଇଁ କମିଶନ ଗଠିତ

ଲକ୍ଷ୍ନୌ,୧୩।୭: ଏନ୍‌କାଉଣ୍ଟରରେ ପୋଲିସ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶ କାନପୁରର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେ ଘଟଣାର ତଦନ୍ତ କରାଯିବ। ଜଣିକିଆ କମିଶନ ଏହାର...

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ୨୦୦ ଆମେରିକା ସୁରକ୍ଷାକର୍ମୀ: ସ୍ବତନ୍ତ୍ର ଗାଡିରେ କରିବେ ରୋଡ ଶୋ’

ଅହମଦାବାଦ,୧୮।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।...

ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍‌: ରାହୁଲ

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ...

୩ଶହ ଟନର ବିଶାଳକାୟ ବିଷ୍ଣୁଙ୍କ ପ୍ରତିମା

ବେଙ୍ଗାଲୁରୁ,୫।୬: ବେଙ୍ଗାଲୁରୁର ବିବେକାସ୍ବାମୀ ନଗରରେ ଥିବା କୋଠାନ୍ଦ୍ରମାସ୍ବାମୀ ମନ୍ଦିର ପରିସରରେ ଖୁବ ଶୀଘ୍ର ସ୍ଥାପନ କରାଯିବ ବିଷ୍ଣୁଙ୍କର ବିଶାଳ ପ୍ରତିମା। ମୂର୍ତ୍ତିଟିର ଉଚ୍ଚତା ୬୪ ଫୁଟ...

Advertisement


Archives

Model This Week