ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

କେନ୍ଦୁଝର,୨୬ା୪(ସ୍ବ.ପ୍ର.):କେନ୍ଦୁଝର ମାଇନିଂଛକଠାରୁ ଡିମ୍ବୋ ରାସ୍ତା ମଧ୍ୟରେ ଥିବା ସାଇମନ୍ଦିର ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇ ପଳାଇଲେ  ଲୁଟେରା। ଖବର ଅନୁଯାୟୀ, ଗୁରୁବାର ରାତିରେ ଡିମ୍ବୋ ଗ୍ରାମର ଦିଲୀପ କୁମାର ବେହେରା ସିମେଣ୍ଟ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଏହି ଘଟଣା ଘଟିଛ। ଏହି ସମୟରେ ସାଇମନ୍ଦିର ନିକଟସ୍ଥ ରେଲୱେ ଓଭରବ୍ରିଜ ପାଖରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ପଲସରରେ ଦୁଇଜଣ ଯୁବକ ଆସି ବନ୍ଧୁକ ଦେଖାଇ ଦିଲୀପଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଦେଖି ସେ ଭୟଭୀତ ହୋଇ ମଟରସାଇକେଲଟିକୁ ଅଟକାଇଥିଲେ। ଜଣେ ଯୁବକ ଦିଲୀପଙ୍କ ପେଟରେ ଏକ ଧାରୁଆ ଅସ୍ତ୍ର ଲଗାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। ସେ ଟଙ୍କା ନାହିଁ କହିବାରୁ ଜୋର ଜବରଦସ୍ତି ପାଖରେ ଥିବା ୧୫ହଜାର ଟଙ୍କା ସହ ମୋବାଇଲ ଛଡ଼ାଇ ନେଇଥିଲେ।  ପରେ ଦିଲୀପଙ୍କ ହାତ ଓ ପେଟକୁ ଧାରୁଆ ଅସ୍ତ୍ରରେ ଆଘାତ ଦେଇ ଘଟଣାସ୍ଥଳରୁ ଲୁଟେରାମାନେ ଦୃତଗତିରେ ପାଟଣା ରାସ୍ତାରେ ପଳାଇଥିଲେ।  ଦିଲୀପଙ୍କ ପଛରେ ଥିବା ଗ୍ରାମର ବ୍ୟବସାୟୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡ଼ିଛି । ଚିକିତ୍ସା ପରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଟାଉନ ଥାନାଧିକାରୀ ସୋମନାଥ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଇରାକୁ ବ୍ୟାପିଲା ଝାଡାବାନ୍ତି, ୫ ଆକ୍ରାନ୍ତ

ଖଇରା,୨୦।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲାର ବାଲେଶ୍ବର ସୋର ପରେ ଏବେ ଖଇରା ଅଞ୍ଚଳକୁ କାୟା ବିସ୍ତାର କରିଛି। ଶୁକ୍ରବାର ସକାଳେ ଆଦିବାସୀ ଅଧ୍ୟୁଷିତ କୁପାରୀ ,ରଟିଣା ଏବଂ...

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି...

ସୀମା ଟପିଲା ପୋଲିସ ବର୍ବରତା: ବିନା ମାମଲାରେ ଯୁବକଙ୍କ ହାତଗୋଡ଼ରେ ବେଡ଼ି, ଥାନାରେ ପହଞ୍ଚିଗଲେ ନାନା…

ଭୋଗରାଇ, ୧୯ା୬(ପ୍ରଦୀପ ଦାସ): ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ତାଗିଦ୍‌ କରିଥିବା...

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ...

ମା’ଙ୍କୁ ମାଡ଼, ଘରୁ ଟଙ୍କା ଚୋରି କରି ନେଉଥିଲେ; ଚନ୍ଦନଙ୍କୁ ଜେଲ ପଠାଇଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ...

ସମୁଦ୍ର ଜୁଆରରେ ଭାସିଗଲେ ୩ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୧୮ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

ଆଇଏଏସ୍‌ ଧିମାନ ଚକମାଙ୍କୁ ମିଳିଲାନି ଜାମିନ, ପୁଣି ଗଲେ ଭବାନୀପାଟଣା ଜେଲ୍‌

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଗତ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri