ବ୍ୟବସାୟର ଢଙ୍ଗ ବଦଳିଛି, ମିଳୁନି ଆତ୍ମସନ୍ତୋଷ

ଭଦ୍ରକ ଅଫିସ, ୨୩ । ୬-ଠେଲାଗାଡି ବ୍ୟବସାୟୀଙ୍କ ଦାନାପାଣି ଛଡାଇ ନେଇଛି ମହାମାରୀ କରୋନା। ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅନୁମତି ମିଳି ନ ଥିବାରୁ ସେମାନେ ଏବେ ରୋଜଗାର ହରାଇଛନ୍ତି। ଠେଲାଗାଡ଼ିରେ ଟିଫିନ ବିକ୍ରି କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଦିଗହରା ହୋଇପଡ଼ିଛନ୍ତି। ବଡ଼ ବଡ଼ ହୋଟେଲଗୁଡ଼ିକୁ ପାର୍ସଲ ଦେବା ପାଇଁ ଅନୁମତି ମିଳିଥିବା ବେଳେ ଫୁଟ୍‌ଫାଥ୍‌ରେ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଭଦ୍ରକ ସହର ତଥା ଆଖପାଖରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଠେଲାଗାଡ଼ିରେ ଟିଫିନ୍‌ ବ୍ୟବସାୟ କରିଆସୁଥିଲେ। କରୋନା କଟକଣା ଲାଗି ଏମାନଙ୍କୁ ପ୍ରଶାସନିକ ସ୍ତରରେ ଅନୁମତି ଦିଆଯାଉନାହିଁ। ଫଳରେ କିଏ ମାଛ ବିକୁଛି ତ କିଏ ପରିବା ବିକ୍ରି କରୁଛି। ବ୍ୟବସାୟର ଢଙ୍ଗ ବଦଳିଛି ସିନା କିନ୍ତୁ ଉଚିତ୍‌ ଲାଭ ମିଳୁ ନ ଥିବାରୁ ଆତ୍ମସନ୍ତୋଷ ମିଳୁନି। ଦୀର୍ଘବର୍ଷ ଧରି ରାସ୍ତାକଡ଼ରେ ଉଠାଦୋକାନୀ ଭାବେ ବ୍ୟବସାୟ କରି ଆସୁଥିଲେ ମଧ୍ୟ ସରକାରଙ୍କ ଏମାନଙ୍କୁ ପ୍ରୋତ୍ସାହନ ରାଶି ମିଳିନାହିଁ। ଏଭଳି ଜଣେ ବ୍ୟବସାୟୀ ହେଲେ ଗଞ୍ଜେଇବାଡ଼ି ଜଗନ୍ନାଥପୁର ଗାଁର ନାରାୟଣ ଚନ୍ଦ୍ର ଘଡ଼େଇ(୩୫)। ସେ ଦୀର୍ଘବର୍ଷ ଧରି ଭଦ୍ରକ ମେଡିକାଲ ଛକ ନିକଟରେ ଠେଲାଗାଡ଼ିରେ ଟିଫିନ୍‌ ଦୋକାନ କରିଆସୁଥିଲେ। ତାଙ୍କ ଭାଇ ଲକ୍ଷ୍ମୀକାନ୍ତ ଘଡ଼େଇ ମଧ୍ୟ ସହଯୋଗ କରୁଥିଲେ। ଏହି ଦୋକାନ ବନ୍ଦ କାରଣରୁ ନାରାୟଣ ଏବେ ବନ୍ତ ଛକ ନିକଟରେ ପରିବା ବିକୁଛନ୍ତି। ନାରାୟଣଙ୍କ ହାତରନ୍ଧା ଟିଫିନ୍‌ ଖାଇବା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଲୋକ ଦୈନିକ ଅପେକ୍ଷା କରୁଥିଲେ। ସାନଭାଇ ଲକ୍ଷ୍ମୀକାନ୍ତ ଦୋଳସାହିରେ ଜଣେ ପରିବା ଦୋକାନୀଙ୍କ ନିକଟରେ ହିସାବରକ୍ଷକ ଭାବେ କାମ କରୁଛନ୍ତି। ଏହି ଦୁଇଭାଇଙ୍କ ଭଳି ଅନ୍ୟମାନେ ହତାଶ ହୋଇପଡିଛନ୍ତି। ଜିଲା ପ୍ରଶାସନ ଏଭଳି ବ୍ୟବସାୟୀଙ୍କ ଦୁଃଖ ବୁଝିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଶ୍ରମିକନେତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri