ବ୍ୟବସାୟର ଢଙ୍ଗ ବଦଳିଛି, ମିଳୁନି ଆତ୍ମସନ୍ତୋଷ

ଭଦ୍ରକ ଅଫିସ, ୨୩ । ୬-ଠେଲାଗାଡି ବ୍ୟବସାୟୀଙ୍କ ଦାନାପାଣି ଛଡାଇ ନେଇଛି ମହାମାରୀ କରୋନା। ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅନୁମତି ମିଳି ନ ଥିବାରୁ ସେମାନେ ଏବେ ରୋଜଗାର ହରାଇଛନ୍ତି। ଠେଲାଗାଡ଼ିରେ ଟିଫିନ ବିକ୍ରି କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଦିଗହରା ହୋଇପଡ଼ିଛନ୍ତି। ବଡ଼ ବଡ଼ ହୋଟେଲଗୁଡ଼ିକୁ ପାର୍ସଲ ଦେବା ପାଇଁ ଅନୁମତି ମିଳିଥିବା ବେଳେ ଫୁଟ୍‌ଫାଥ୍‌ରେ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଭଦ୍ରକ ସହର ତଥା ଆଖପାଖରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଠେଲାଗାଡ଼ିରେ ଟିଫିନ୍‌ ବ୍ୟବସାୟ କରିଆସୁଥିଲେ। କରୋନା କଟକଣା ଲାଗି ଏମାନଙ୍କୁ ପ୍ରଶାସନିକ ସ୍ତରରେ ଅନୁମତି ଦିଆଯାଉନାହିଁ। ଫଳରେ କିଏ ମାଛ ବିକୁଛି ତ କିଏ ପରିବା ବିକ୍ରି କରୁଛି। ବ୍ୟବସାୟର ଢଙ୍ଗ ବଦଳିଛି ସିନା କିନ୍ତୁ ଉଚିତ୍‌ ଲାଭ ମିଳୁ ନ ଥିବାରୁ ଆତ୍ମସନ୍ତୋଷ ମିଳୁନି। ଦୀର୍ଘବର୍ଷ ଧରି ରାସ୍ତାକଡ଼ରେ ଉଠାଦୋକାନୀ ଭାବେ ବ୍ୟବସାୟ କରି ଆସୁଥିଲେ ମଧ୍ୟ ସରକାରଙ୍କ ଏମାନଙ୍କୁ ପ୍ରୋତ୍ସାହନ ରାଶି ମିଳିନାହିଁ। ଏଭଳି ଜଣେ ବ୍ୟବସାୟୀ ହେଲେ ଗଞ୍ଜେଇବାଡ଼ି ଜଗନ୍ନାଥପୁର ଗାଁର ନାରାୟଣ ଚନ୍ଦ୍ର ଘଡ଼େଇ(୩୫)। ସେ ଦୀର୍ଘବର୍ଷ ଧରି ଭଦ୍ରକ ମେଡିକାଲ ଛକ ନିକଟରେ ଠେଲାଗାଡ଼ିରେ ଟିଫିନ୍‌ ଦୋକାନ କରିଆସୁଥିଲେ। ତାଙ୍କ ଭାଇ ଲକ୍ଷ୍ମୀକାନ୍ତ ଘଡ଼େଇ ମଧ୍ୟ ସହଯୋଗ କରୁଥିଲେ। ଏହି ଦୋକାନ ବନ୍ଦ କାରଣରୁ ନାରାୟଣ ଏବେ ବନ୍ତ ଛକ ନିକଟରେ ପରିବା ବିକୁଛନ୍ତି। ନାରାୟଣଙ୍କ ହାତରନ୍ଧା ଟିଫିନ୍‌ ଖାଇବା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଲୋକ ଦୈନିକ ଅପେକ୍ଷା କରୁଥିଲେ। ସାନଭାଇ ଲକ୍ଷ୍ମୀକାନ୍ତ ଦୋଳସାହିରେ ଜଣେ ପରିବା ଦୋକାନୀଙ୍କ ନିକଟରେ ହିସାବରକ୍ଷକ ଭାବେ କାମ କରୁଛନ୍ତି। ଏହି ଦୁଇଭାଇଙ୍କ ଭଳି ଅନ୍ୟମାନେ ହତାଶ ହୋଇପଡିଛନ୍ତି। ଜିଲା ପ୍ରଶାସନ ଏଭଳି ବ୍ୟବସାୟୀଙ୍କ ଦୁଃଖ ବୁଝିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଶ୍ରମିକନେତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କଟକ-ଭୁବନେଶ୍ୱର ମଧ୍ୟରେ ଅଫିସ୍‌ ଟାଇମ୍‌ରେ ଚାଲିବ ବସ୍‌: ଭଡ଼ା ୩୦ ଟଙ୍କା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ବୁଧବାରଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍‌ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ଗାଡ଼ି ଚାଲିବ। ରାଜ୍ୟ ସଡ଼କ ପରିବହନ...

ମା’ଙ୍କ ବିରୋଧରେ ଥାନାରେ ପୁଅ,ଝିଅ: ଏକାଧିକ ପର ପୁରୁଷଙ୍କ ସହ…

ଭୁବନେଶ୍ୱର,୧।୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାରେ ଶନିବାର ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅ ଓ ପୁଅ। ମା’ଙ୍କର ଏକାଧିକ ପର ପୁରୁଷଙ୍କ ସହ ସମ୍ପର୍କ...

୩୦ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ କାମ ଆରମ୍ଭ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ଆଉ ୭ଟି ଜିଲାରେ ଲିକ୍ୟୁଡ୍‌ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ...

କରୋନା କବଳରେ ଡାକ୍ତର, ନର୍ସ, ରୋଗୀ: ବନ୍ଦ ହେଲା ଏମ୍‌କେସିଜି ଓପିଡି

ବ୍ରହ୍ମପୁର ଅଫିସ,୯ା୭: ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ଡାକ୍ତର, ନର୍ସ, କର୍ମଚାରୀ ଓ ରୋଗୀ କରୋନାରେ ସଂକ୍ରମିତ ହେବା ପରେ ଗଞ୍ଜାମ ଜିଲା...

ପ୍ରଚାର ପାଇଁ ମେୟର ପ୍ରାର୍ଥୀଙ୍କୁ ମିଳିବ ୬, କର୍ପୋରେଟରଙ୍କୁ ୨ ଗାଡ଼ି

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଆଗାମୀ ପୌର ନିର୍ବାଚନ ଲାଗି ପ୍ରଚାର ନିମନ୍ତେ ଉପଯୋଗ ହେବାକୁ ଥିବା ଗାଡ଼ି ପରିମାଣ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ମେୟର ପ୍ରାର୍ଥୀ...

ଶଙ୍ଖ ଧରିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଗୁମ୍ମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ ଭାଜପା ଛାଡି ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ମରିୟମଙ୍କ...

୭ରୁ ପ୍ରବଳ ବର୍ଷା: ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ମନା

ଭୁବନେଶ୍ୱର,୫।୮(ବ୍ୟୁରୋ): ଆସନ୍ତା ୭ ତାରିଖରେ ଉତ୍ତର-ପଶ୍ଚିମ ତତ୍‌-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ରହିଛି। ମୌସୁମୀ ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୬...

Advertisement
Archives

Model This Week