ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କୁଜଙ୍ଗ,୧୮ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତ ବେଦାପାଟ ଗ୍ରାମର ପବିତ୍ର ଓଝା(୪୫)ଙ୍କ ସୋମବାର ରାତିରେ ସନ୍ଦେହଜନକ ମୃତ୍ୟୁଘଟିଛି। ମାତ୍ର ପବିତ୍ରଙ୍କୁ ଖାଦ୍ୟରେ ବିଷଦେଇ ତାଙ୍କ ବଡ଼ ଭାଉଜ ଶରଳା, ଭାଇ ନିରଞ୍ଜନ ଓ ମା’ ମାଳତୀ ହତ୍ୟା କରିଥିବା ପବିତ୍ରଙ୍କ ସ୍ତ୍ରୀ ସବିତା ଅଭିଯୋଗ କରିଛନ୍ତି। ତେଣୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ମଙ୍ଗଳବାର ରାସ୍ତାରୋକୋ କରାଯାଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ଅଭିଯୋଗ ଅନୁସାରେ, ପବିତ୍ରଙ୍କୁ ତାଙ୍କ ବଡ଼ଭାଇ, ଭାଉଜ ଓ ମା’ ଜମି ଭାଗବଣ୍ଟା ସମ୍ପର୍କରେ କଥା ହେବାକୁ ଡାକିଥିଲେ। ପବିତ୍ର ଭାଇଙ୍କ ଘରକୁ ଯାଇ ଆଲୋଚନା କରି ରାତି ୧୦ଟାରେ ଫେରିଥିଲେ। ଭାଇଙ୍କ ଘରେ ଖାଇକରି ଆସିଛି ଆଉ ଖାଇବି ନାହିଁ କହି ଶୋଇ ଯାଇଥିଲେ। ଶୋଇବାର ଅଧଘଣ୍ଟା ପରେ ପବିତ୍ରଙ୍କ ବାନ୍ତି ହେବାରୁ ତାଙ୍କୁ କୁଜଙ୍ଗ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ପବିତ୍ରଙ୍କୁ ପଟାସ ପାଣି ପିଆଇବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନା ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଥାନା ପକ୍ଷରୁ ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ପବିତ୍ରଙ୍କ ପରିବାର ମଙ୍ଗଳବାର କ୍ଷତିପୂରଣ ଓ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଶାଗରରୋଡ ଷଣ୍ଢଛକଠାରେ ମୃତଦେହ ରଖି ପ୍ରାୟ ତିନି ଘଣ୍ଟା ରାସ୍ତାରୋକୋ କରିଥିଲେ। ଅପରାହ୍ନ୨ଟାରେ ତହସିଲଦାର ପ୍ରଭାଶ ବେଉରା, କୁଜଙ୍ଗ ଥାନା ଅଧିକାରୀ ଦିଲୀପ ସାହୁ, ସରପଞ୍ଚ ନନ୍ଦିନୀ ପଣ୍ଡା, ଜିଲା ପରିଷଦ ସଭ୍ୟା ଶୁଶ୍ରୀପ୍ରିୟଦର୍ଶିନୀ ପ୍ରମୁଖ ପହଞ୍ଚତ୍ ବୁଝାଶୁଝା କରିବା ସହ ପରିବାର ବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ। ରେଡ୍‌କ୍ରସ୍‌ ପାଣ୍ଠି ଓ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇ ଦେବାପାଇଁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ ବୋଲି ଥାନା ଅଧିକାରୀ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ପରିବର୍ତ୍ତେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ସଦରରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ତୋରଣ ବ୍ୟାନରର ତ୍ରୁଟି ପାଇଁ ପ୍ରଶାସନକୁ ଟ୍ରୋଲ୍‌...

ବୁଲାଗୋରୁଙ୍କୁ ଖାଦ୍ୟ ପ୍ରଦାନ

ସୋରଡା,୯ା୪(ଡି.ଏନ୍‌.ଏ.)- ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ସହରର ଗଣିଛକ, ବଡଦାଣ୍ଡ, କାଳୀଳିମନ୍ଦିର ଅଞ୍ଚଳରେ ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ସମ୍ପାଦକ ରଜନୀ ମହାପାତ୍ର,...

ମାଛ ଧରିବାକୁ ବ୍ୟବହାର ହେଉଛି ସ୍ଲୁଇସ୍‌ ଗେଟ୍

ନାଉଗାଁ,୨୪ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗସ୍ଥଳ ଗାରୋଇଠାରେ ଥିବା ସ୍ଲୁଇସ୍‌ ଗେଟ୍‌କୁ ଖୋଲି କେତେଜଣ ମାଛ...

ଜିଲାପାଳଙ୍କ ମିଳିତ ଜନଶୁଣାଣି:୧୧୬ ଅଭିଯୋଗରୁ ୪୪ ତୁରନ୍ତ ସମାଧାନ

ବିଞ୍ଝାରପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ମଙ୍ଗଳବାର ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ...

ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ...

କାମ କର ନ ହେଲେ ଚାକିରି ଛାଡ଼

ପାତ୍ରପୁର,୨୭ା୯(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁମ୍ବା ଉନ୍ନୟନ ସଂସ୍ଥା ପରିସରରେ ଗୁରୁବାର ତିତ୍‌ଲି ପରବର୍ତ୍ତୀ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଅନୁଷ୍ଠିତ ବୈଠକରେ...

ପୁଣି ଆଉ ୨ ଗେଟ୍‌ ଖୋଲିଲା ହୀରାକୁଦ: ୧୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ପୂର୍ବାହ୍ନରେ ୩ଟି ଗେଟ୍‌ ଖୋଲାଯାଇଥିବା ବେଳେ...

୨୦ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କର: ହାଇକୋର୍ଟ

କଟକ ଅଫିସ,୬।୭: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପ୍ରସଙ୍ଗରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ।...

Advertisement
Archives

Model This Week