Posted inଖେଳ

ବ୍ଲାଟରଙ୍କ ବିରୋଧରୁ ଗୋଟିଏ ମାମଲା ପ୍ରତ୍ୟାହାର କରାଯିବ

ପ୍ୟାରିସ୍‌,୧୧।୪(ଏଏଫ୍‌ପି)- ପୂର୍ବତନ ଫିଫା ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କ ବିରୋଧରୁ ଦୁଇଟି ଗୋଟିଏ ମାମଲା ପ୍ରତ୍ୟାହାର କରିବାକୁ ସୁଇସ୍‌ ପବ୍ଲିକ୍‌ ପ୍ରସିକ୍ୟୁଟର ଅଫିସ୍‌ (ଏମ୍‌ପିସି) ନିଷ୍ପତ୍ତି ନେଇଛି। କାରିବିୟାନ ଫୁଟବଲ ୟୁନିୟନ (ସିଏଫ୍‌ୟୁ)କୁ ଟେଲିଭିଜନ ରାଇଟ୍‌ ବିକ୍ରି ନେଇ ତାଙ୍କ ବିରୋଧାରେ ମମଲା ରୁଜୁ କରାଯାଇଥିଲା। ତେବେ ୮୪ ବର୍ଷୀୟ ବ୍ଲାଟରଙ୍କ ବିରୋଧରୁ ଏହାକୁ ପ୍ରତ୍ୟାହାର କରାଯିବ ବୋଲି ଫ୍ରାନ୍ସର ଏକ ଖବରକାଗଜ ଲି ମୋଣ୍ଡେ ଓ ଜର୍ମାନୀର ଦୈନିକ ଖବର କାଗଜ ସୁଡ୍ଡେୟୁସଚ୍‌ ଜେଇଟୁଙ୍ଗ୍‌ ଉଲ୍ଲେଖକରିଛି।
୨୦୧୫ରେ ଫିଫାରେ ହୋଇଥିବା ମହା ଦୁର୍ନୀତି ମାମଲାର ତଦନ୍ତ ନେଇ ବ୍ଲାଟରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିଲା। ତେବେ ବ୍ୟକ୍ତିଗତ ଭାବେ ଏମ୍‌ପିସିଠାରୁ ଏ ସଂକ୍ରାନ୍ତରେ କୌଣସି ସୂଚନା କିମ୍ବା ଡକ୍ୟୁମେଣ୍ଟ ପାଇନାହିଁ ବୋଲି ବ୍ଲାଟର ସ୍ପଷ୍ଟ କରିଛନ୍ତି। ଏନେଇ ଦୃଷ୍ଟି ଦେବାକୁ ମୋ ଓକିଲୋଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି। ଟିଭି ରାଇଟ୍‌ ଚୁକ୍ତି ସଂକ୍ରାନ୍ତରେ ଏହି ଖରବ ପ୍ରକାଶ ପାଇଛି। ଫିଫାକୁ ସୁହାଉ ନ ଥିବା ଭଳି ଚୁକ୍ତି କରିଥିବା କଥା ସୁଇସ୍‌ ପ୍ରସିକ୍ୟୁଟର ସନ୍ଦେହ କରୁଥିଲେ। ଏହି ଚୁକ୍ତି ଅନୁସାରେ ସିଏଫ୍‌ୟୁକୁ ୨୦୧୦ ଓ ୨୦୧୪ ବିଶ୍ୱକପ୍‌ର ଟେଲିଭିଜନ ରାଇଟ୍‌ ବା ପ୍ରସାରଣ ଅଧିକାର ପ୍ରଦାନ କରାଯାଇଥିଲା। ବଜାର ମୂଲ୍ୟଠାରୁ କମ୍‌ ମୂଲ୍ୟରେ ଏହି ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସନ୍ଦେହ କରାଯାଇଥିଲା।
ତେବେ ବ୍ଲାଟରଙ୍କ ବିରୋଧରେ ଦ୍ୱିତୀୟ ଫୌଜଦାରୀ ମାମଲାଟି ଚାଲୁ ରହିବ ବୋଲି ସ୍ପଷ୍ଟ କରାଯାଇଛି। ୨୦୧୧ ଫେବୃୟାରେରେ ୟୁଇଏଫ୍‌ଏ ଅଧ୍ୟକ୍ଷଙ୍କୁ ଦୁଇ ମିଲିୟନ ସୁଇସ୍‌ ଫ୍ରାଙ୍କ (୧.୮୯ ମିଲିୟନ ୟୁରୋ) ବିବାଦୀୟ ଢଙ୍ଗରେ ଦିଆଯାଇଥିଲା। ଏହି ମମାଲରେ ବ୍ଲାଟରଙ୍କ ବିରୋଧରେ ମାମଲା ତଥା ତଦନ୍ତ ଚାଲୁ ରହିବ ବୋଲି କୁହାଯାଇଛି।
ମହାଦୁର୍ନୀତିର ବିଭିନ୍ନ ମାମଲାରେ ଛନ୍ଦି ହୋଇ ବ୍ଲାଟର ଫିଫା ଏଥିକ୍ସ କମିଟି ଦ୍ୱାର ବାସନ୍ଦ ହୋଇଥିଲେ। ୨୦୧୫ରେ ତାଙ୍କୁ ଫିଫାରୁ ବହିସ୍କାର କରାଯିବା ସହ ୬ ବର୍ଷା ବାସନ୍ଦ କରାଯାଇଥିଲା। ସେହିପରି ୨୦୧୫ରେ ପ୍ଲାଟିନିଙ୍କୁ ଫିଫା ୪ ବର୍ଷ ବାସନ୍ଦ କରିଥିଲା। ସେତେବେଳେ ସେ ଫିଫାର ଉପାଧ୍ୟକ୍ଷ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri