Posted inଭଦ୍ରକ

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ବାସୁଦେବପୁର, ୨ା୬(ଡି.ଏନ.ଏ.)-ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକ୍‌ଡାଉନ ପାଇଁ ଶ୍ରମିକ ଓ ଗରିବ ଲୋକମାନେ ହଇରାଣ ହରକତ ହେଉଥିବା ସହ ବିଭିନ୍ନ ସରକାରୀ ସହାୟତା ଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସେମାନେ ହରକତ ହେଉଛନ୍ତି। କୌଣସି ପକ୍ଷପାତିତା ନ କରି ସରକାରୀ ସହାୟତା ଲୋକଙ୍କୁ ଠିକ୍‌ ଭାବେ ପ୍ରଦାନ ପାଇଁ ବିଡିଓଙ୍କୁ କଂଗ୍ରେସ ଦଳ ପକ୍ଷରୁ ଏକ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି। କିରୋସିନ ଧାର୍ଯ୍ୟଦରଠାରୁ ଅଧିକ ବିକ୍ରି ହେବା, ଚାଉଳ, ଗହମର ପରିମାଣ କମ୍‌ ପ୍ରଦାନ କରାଯିବା, ରାଶନକାର୍ଡ଼ ପ୍ରସ୍ତୁତିରେ ଜାଲିଆତି, ଠିକ୍‌ ସମୟରେ ସୂଚନା ଆଇନର ତଥ୍ୟ ବ୍ଲକରୁ ନ ମିଳିବା, ବିଭିନ୍ନ କରୋନା ସେଣ୍ଟରରେ ଅବ୍ୟବସ୍ଥା, ଅମ୍ଫନ୍‌ ବାତ୍ୟା ପ୍ରଭାବରେ କ୍ଷୟକ୍ଷତିର ସଠିକ୍‌ ଆକଳନ କରି ସହାୟତା ପ୍ରଦାନ, ବିନା ସୂଚନା ଫଳକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମେଶିନ ଲଗାଇ ରାତିଅଧିଆ ସରକାରୀ କାର୍ଯ୍ୟ କରିବା ଭଳି ସମସ୍ୟା ସମ୍ପର୍କରେ କଂଗ୍ରେସର ପ୍ରତିନିଧି ଦଳ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ, ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଭାତ ବାରିକ ପ୍ରମୁଖ ଏକ ଦାବିପତ୍ର ବିଡିଓ ପ୍ରଣବ କୁମାର ବେହେରାଙ୍କୁ ପ୍ରଦାନ କରିଥିବା ବେଳେ ଏହି ସମସ୍ୟା ବାବଦରେ ସେ ଧ୍ୟାନ ଦେବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri